ସପ୍ତାହରେ ତିଆରି କଲେଣି ୨୦ ହଜାର ମାସ୍କ

ଛେଣ୍ଡିପଦା,୧।୪(ସ୍ବ.ପ୍ର.) – କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଅନେକ ଲୋକ ମାସ୍କ ବ୍ୟବହାର କରୁଛନ୍ତି। ଏଥିଯୋଗୁ ବଜାରରେ ମାସ୍କର ଅଭାବ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ମାସ୍କ ତିଆରି କରି ଲୋକଙ୍କୁ ଯୋଗାଇବାକୁ ଅଣ୍ଟା ଭିଡ଼ିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଲିପଟା ପଞ୍ଚାୟତର ନାରୀଶକ୍ତି ଉତ୍ପାଦିକା ଦଳ। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଅନୁଗୋଳ ୟୁକୋ ବ୍ୟାଙ୍କ ସହାୟତାରେ ସିଲେଇ ତାଲିମ ନେଇଥିବା ୧୭ ଜଣ ସଦସ୍ୟାଙ୍କୁ ନେଇ ଗଠିତ ଏହି ସଙ୍ଗଠନର ସଭାପତି ସୁଭଦ୍ରା ଗଡନାୟକ, ସମ୍ପାଦକ ଗେହ୍ଲାରାଣୀ ସାହୁ, କୋଷାଧ୍ୟକ୍ଷା ସୁଜାତା ପ୍ରଧାନ ପ୍ରମୁଖ ମାସ୍କ ତିଆରି କରୁଛନ୍ତି। ସେମାନେ ଅନୁଗୋଳର ବିଭିନ୍ନ ମେଡିସିନ ଷ୍ଟୋର, ଜିଲାପାଳ ଅଫିସ, ମିଶନ ଶକ୍ତି ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଆଦିକୁ ମାସ୍କ ପିଛା ୨୦ ଟଙ୍କାରେ ବିକ୍ରି କରୁଛନ୍ତି। ପ୍ରାୟ ସପ୍ତାହେ ମଧ୍ୟରେ ସେମାନେ ୨୦ ହଜାରରୁ ଅଧିକ ମାସ୍କ ବଜାରରେ ବିକ୍ରି କରିସାରିଥିବା ସଂଘ ସଭାପତି ଗଡନାୟକ ପ୍ରକାଶ କରିଛନ୍ତି। ମାସ୍କ ତିଆରି ବେଳେ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି। ଏବେ ଛେଣ୍ଡିପଦା, କିଶୋରନଗର ଓ କଣିହାଁ ଆଦି ଅଞ୍ଚଳରୁ ମଧ୍ୟ ମାସ୍କ ତିଆରି ପାଇଁ ଅର୍ଡର ଆସୁଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାଁ ଘୋଷଣା କଲା ଭାଜପା: ଭୋଳି ସାହୁଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭଞ୍ଜନଗର,୯।୫(ବାବୁଲା ପ୍ରଧାନ): ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା ଐଶ୍ୱର୍ଯ୍ୟା ବିଶ୍ୱାଳ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାମ ଶୁକ୍ରବାର ଘୋଷଣା…

ଅବିନାଶ ନନ୍ଦଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ

ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ଯୁବ ମୋର୍ଚ୍ଚା ଜିଲା ସଭାପତିଙ୍କ ନାମ…

ହାତୀଙ୍କୁ ଠେଙ୍ଗାରେ ପିଟିବା ସହ ହାତୀପଲଙ୍କ ଭିଡିଓ କରି ସୋସିଆଲ ମିଡିଆରେ ଛାଡିବା ପଡିଲା ମହଙ୍ଗା: ବିଳମ୍ବିତ ରାତିରେ ୨ ନାବାଳକ ଗିରଫ

ପାଟଣା, ୯।୫(ବୀର କିଶୋର ଦାଶ): ଗତ ୪/୫ଦିନ ତଳେ ୪ଟି ଦନ୍ତା ହାତୀପାଟଣା ରେଞ୍ଜ ମଲ୍ଲିପଶି ବିଟରେ ଡେରା ପକାଇ ଥିବାବେଳେ ହାତୀଙ୍କୁ ଠେଙ୍ଗାରେ ପିଟିବା, ଲାଞ୍ଜ…

ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାଁ ଘୋଷଣା: କାଞ୍ଚନ ବାଗଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା

ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ବର୍ଯ୍ୟା ବିଶାଳ ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାମ…

ଗଞ୍ଜାମ ପୋଲିସ ପକ୍ଷରୁ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ: ଯୋଗ ଦେଲେ ବହୁ ସଂଖ୍ୟକ ଛାତ୍ରୀ

ଗଞ୍ଜାମ,୯।୫(ଅନାଥ ତରାଇ): ଗଞ୍ଜାମ ଥାନା ପକ୍ଷରୁ ପୋଲିସ ଓ ଜନସାଧାରଣ ବିଶେଷକରି କିଶୋର କିଶୋରୀଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଲକ୍ଷ୍ୟରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ସଫଳତାର…

ରେଲୱେ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ଯାତ୍ରୀ ହନ୍ତସନ୍ତ: ଯଥାଶୀଘ୍ର ସମାଧାନ ପାଇଁ ଡିଆରଏମ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୯।୫(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ଼ ଷ୍ଟେଶନରେ ବିଭିନ୍ନ ସମସ୍ୟା ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବାର ସମ୍ମୁଖୀନ ହେଉଛନ୍ତି।ଏହି ଷ୍ଟେଶନର ପ୍ଲାଟ…

ଓଡ଼ିଶା ମେଟାଲିକ୍ସ ବିରୋଧରେ ବଢ଼ୁଛି ଜନ ଅସନ୍ତୋଷ: ଆନ୍ଦୋଳନ ଚେତାବନୀ

ଝାରସୁଗୁଡ଼ା, ୯ା୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ସଦର ବ୍ଲକ୍‌ ଅନ୍ତର୍ଗତ ମରାକୁଟାଠାରେ ଅବସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀକୁ ନେଇ ବିବାଦ ଘନେଇବାରେ ଲାଗିଛି। ପୁରୁଣା କର୍ମଚାରୀଙ୍କୁ…

ପୁଷ୍ପା ଷ୍ଟାଇଲରେ ଚାଲାଣ କରୁଥିଲେ ଶାଳକାଠ, ମାଡିବସିଲା ବନ ବିଭାଗ, ତା’ପରେ…

କଲ୍ୟାଣସିଂହପୁର, ୯।୫( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ବନବିଭାଗର ବଡ଼ ଚଢ଼ାଉ। ଶିରିପୁର ନିକଟରେ ଚଢ଼ାଉ କରି ୮୦ ଖଣ୍ଡ ଶାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri