ସଂଘବଦ୍ଧ ଆକ୍ରମଣ ମାମଲା; ୩ କୋର୍ଟଚାଲାଣ

ଦିଗପହଣ୍ଡି,୧୫।୫(ଡି.ଏନ.ଏ.)-ଏକ ସଂଘବଦ୍ଧ ଆକ୍ରମଣ ମାମଲାରେ ଶୁକ୍ରବାର ଦିଗପହଣ୍ଡି ପୋଲିସ ଭୀଷ୍ମଗିରି ଗ୍ରାମର ଏମ. କଂଗ୍ରେସ ପାତ୍ର, ଏମ.ରାଜି ଓରଫ ରାଜେନ୍ଦ୍ର ପାତ୍ର ଦୁଇ ଭାଇଙ୍କ ସମେତ ତାଙ୍କ ସମ୍ପର୍କୀୟ ଏମ. ମାଗି ପାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ପୋଲିସ କହିଛି, ଭୀଷ୍ମଗିରି ଗ୍ରାମରେ ଚାଷ ଜମି କ୍ରୟ ବିକ୍ରୟକୁ କେନ୍ଦ୍ର କରି ବି. ମଙ୍ଗଳା ପାତ୍ର ଏବଂ ଏମ.ସୁବୁଦ୍ଧି ପାତ୍ର ଦୁଇ ପରିବାର ମଧ୍ୟରେ ଦୀର୍ଘଦିନ ହେଲା ଅଶାନ୍ତି ଲାଗି ରହିଥିଲା। ଗତ ୯ ତାରିଖ ସକାଳେ ଏମ. ସୁବୁଦ୍ଧିଙ୍କ ପୁଅ ରାଜେନ୍ଦ୍ର ତାଙ୍କ ମଇଁଷି ପଲକୁ ବି. ମଙ୍ଗଳାଙ୍କ ରାଶି କିଆରିରେ ପୁରାଇ ରାଶି ଫସଲ ନଷ୍ଟ କରି ଦେଇଥିଲେ। ସାରେ ବି. ମଙ୍ଗଳା ଏବଂ ତାଙ୍କ ଭାଇ ବି. ବାଫୁଲୁ ଗ୍ରାମର ଉଷାକୋଠି ସାହିସ୍ଥିତ ଏମ. ସୁବୁଦ୍ଧିଙ୍କ ଘରକୁ ଯାଇ ପ୍ରତିବାଦ କରିବାରୁ ଏମ. ସୁବୁଦ୍ଧିଙ୍କ ପୁଅ ରାଜେନ୍ଦ୍ର ଓ ତାଙ୍କ ସମ୍ପର୍କୀୟ ଉଭୟ ଭାଇଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଫଳରେ ଦୁଇ ଭାଇ ମଙ୍ଗଳା ଓ ବାଫୁଲୁ ଗୁରୁତର ହୋଇଥିଲେ। ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବି. କୁରେଶୁଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତେବେ ଘଟଣା ଦିନଠାରୁ ଅଭିଯୁକ୍ତମାନେ ଫେରାର ଥିଲେ। ସେମାନେ ଗାଁକୁ ଫେରିଥିବା ଖବରପାଇ ତଦନ୍ତକାରୀ ପୋଲିସ ଅଧିକାରୀ ଏଏସଆଇ ଲାଚ୍ଛମେୟା ରେଡ୍ଡୀ ଚଢାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଘର ଦୋହଲିଲା, ଟିଭି ଭାଙ୍ଗିଲା! ଗାଁଲୋକଙ୍କ ଅଭିଯୋଗ ପରେ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଆଙ୍କୋରଡ଼ା ମୌଜା ବଡ଼ଢ଼ିମିରା ପାହାଡ଼ରେ ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ ଅଭିଯୋଗ ହୋଇଛି। ଏପରି…

ପଦୋନ୍ନତି ପରେ ବଦଳିଲେ ସାନଖେମୁଣ୍ଡି ବିଡିଓ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ପରିଷଦ କାର୍ଯ୍ୟାଳୟର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…

ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ସଚେତନ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମ ନୋଡାଲ ହାଇସ୍କୁଲ ପରିସରରେ ବନ୍ୟପ୍ରାଣୀ ସପ୍ତାହ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।…

ଛାତ୍ର ସଂସଦ ନିର୍ବାଚନ: ପୁଅଙ୍କୁ ପଛରେ ପକାଇ ମଇଦାନରେ ଝିଅ ଆଗୁଆ

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଏହାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ…

ମା’ ତାରାତାରିଣୀଙ୍କ ଦାନହୁଣ୍ଡିରୁ ମିଳିଲା ଦୁଇ ଶିଶୁଙ୍କ ଭାବବିହ୍ବଳ ଚିଠି: ଏଥିରେ ଲେଖାଅଛି ମୋ’ ବାବାଙ୍କୁ ଭଲ ବାଟକୁ ଆଣ, ମୋ ମା’କୁ…

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ଦୁଇଟି ଶିଶୁଙ୍କ ଚିଠି। ଗୋଟିଏ ଓଡ଼ିଆରେ ଲେଖା…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?