ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ ପ୍ରସଙ୍ଗ : ୫ ମୌଜାରେ ଲାଗିଲା ନୋଟିସ

ପୁରୀ ଅଫିସ,୨୭ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରିଠାରୁ ୭୫ ମିଟର ସୁରକ୍ଷା ଜୋନରେ ସର୍ଭେ କରାଯିବ। ରାଜ୍ୟ ସରକାର ଏହି ସର୍ଭେ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ ଜମି ଅଧିଗ୍ରହଣ ହେବାକୁ ଥିବା ୫ ମୌଜାରେ ଗୁରୁବାର ନୋଟିସ୍‌ ଲାଗିଛି। ହେଲେ ଲୋକଙ୍କ ମଧ୍ୟରେ ଏବେ ବି ଅସନ୍ତୋଷ ଲାଗି ରହିଛି। ଭିଟାମାଟି ଛାଡ଼ିିବେ ନାହିଁ ବୋଲି ସେମାନେ ଜିଦ୍‌ ଧରିଛନ୍ତି। ତେବେ ଶୁକ୍ରବାରଠାରୁ ସର୍ଭେ କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ଗୁରୁବାର ଅନୁଷ୍ଠିତ ବୈଠକରେ ଜିଲାପାଳଙ୍କ ସହ ସର୍ଭେ ଦାୟିତ୍ୱରେ ଥିବା ନବକୃଷ୍ଣ ଚୌଧୁରୀ ବିକାଶ ଶିକ୍ଷାକେନ୍ଦ୍ରର ଅଧିକାରୀମାନେ ଆଲୋଚନା କରିଛନ୍ତି। ସର୍ଭେରେ ସହଯୋଗ କରିବା ପାଇଁ ଜିଲାପାଳ ବଲୱନ୍ତ ସିଂ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
ଭୂ ଅର୍ଜନ, ପୁନର୍ବାସ ଥଇଥାନ ଓ ସ୍ବଚ୍ଛତା ଅଧିକାର ଆଇନ-୨୦୧୩ ଧାରା ୪ ଅନୁଯାୟୀ, ସାମାଜିକ ପ୍ରଭାବ ନିର୍ଦ୍ଧାରଣ ନିମନ୍ତେ ରାଜ୍ୟ ସରକାର ଅଧିସୂଚନା ଜାରି କରିଛନ୍ତି। ପୁରୀ ଜିଲା ପ୍ରଶାସନ ଦ୍ୱାରା ହେବାକୁ ଥିବା ଜମି ଅଧିଗ୍ରହଣ ପାଇଁ ବାସେଳି ସାହି, ମଣିକର୍ଣ୍ଣିକା ସାହି, କାଳିକାଦେବୀ ସାହି, ଦୋଳମଣ୍ଡପ ସାହି ଓ ଚୁଡ଼ଙ୍ଗ ସାହିର ୧୫.୧୯୧ ଏକର ଜମିରେ ସର୍ଭେ କରାଯିବ। ଶୁକ୍ରବାରଠାରୁ ସର୍ଭେ ଆରମ୍ଭ ହେବ। ସୁରକ୍ଷିତ ଜୋନ ମଧ୍ୟରେ ପ୍ରାୟ ୨୯୦ ପ୍ଲଟ ଥିବାବେଳେ ସରକାରୀ, ମଠ, ମନ୍ଦିର ଏବଂ ଘରୋଇ ଲୋକଙ୍କ ଜମି ରହିଛି। ସାମାଜିକ ପ୍ରଭାବ ନିର୍ଦ୍ଧାରଣ ସର୍ଭେ ପାଇଁ ୫ଟି ଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ ସହିତ ସେମାନଙ୍କ ଟେକ୍ନିକାଲ କର୍ମଚାରୀ ରହିବେ। ସାମାଜିକ ପ୍ରଭାବ ନିର୍ଦ୍ଧାରଣର ନିର୍ଦ୍ଦିଷ୍ଟ ଫର୍ମାଟ ଅନୁଯାୟୀ ଗୋଟିଏ ପରିବାରର ଜମି ଓ କେତେ ଜମି ଉପରେ ନିର୍ମାଣ ରହିଛି ତାହାର ମାପଚୁପ କରାଯିବ। ଏଥିସହ ଘରର ସଦସ୍ୟ ଓ ଗଛ ସଂଖ୍ୟା ଇତ୍ୟାଦି ବିଷୟରେ ତଥ୍ୟ ସଂଗ୍ରହ ହେବ। ମାପଚୁପ୍‌ ବେଳେ ଯଥା ସମ୍ଭବ ମାନୁଆଲ ପଦ୍ଧତିକୁ କମ୍‌ କରାଯାଇ ଡିଭାଇସ୍‌ ପଦ୍ଧତିକୁ ଅନୁସରଣ କରାଯିବ। ଏହାଦ୍ୱାରା ମାପଚୁପ ନିର୍ଭୁଲ ରହିପାରିବ। ପ୍ରତି ଟିମ୍‌କୁ ଜଣେ ଲେଖାଏ ଶିକ୍ଷାନବିସ ଆଇଏଏସ୍‌ ଏବଂ ଓଏଏସ୍‌ ଅଧିକାରୀ ସହଯୋଗ କରିବେ। ଏମାନଙ୍କ ସହ ପୂର୍ତ୍ତ ବିଭାଗର ଅଫିସର ରହିବେ। କ୍ଷତିପୂରଣ, ପୁନର୍ବାସ ଓ ଥଇଥାନ ସହାୟତା ରାଶି ସମ୍ପର୍କରେ ଯେପରି କାହା ମନରେ କିଛି ସନ୍ଦେହ ନ ରହିବ ତାହା ଉପରେ ଟିମ୍‌ ସଦସ୍ୟମାନେ ଗୁରୁତ୍ୱ ଦେବେ। ୭୫ ମିଟର ମଧ୍ୟରେ ବାସଗୃହ, ଦୋକାନ, ଲଜ୍‌ ଏବଂ ମଠ ମନ୍ଦିର ଏହି ଚାରି ପ୍ରକାର ନିର୍ମାଣ ଆସିବ। ମଠ, ମନ୍ଦିର କ୍ଷତିପୂରଣ ସହାୟତା ସମ୍ପର୍କରେ ଜିଲା ପ୍ରଶାସନ ନିଷ୍ପତ୍ତି ନେବ। ବାସଗୃହ, ଦୋକାନ ଓ ଲଜ୍‌ କ୍ଷେତ୍ରରେ ସରକାର ପୂର୍ବରୁ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଜିଲାପାଳ କହିଥିଲେ, ଜମି ଓ ସେଥିରେ ଥିବା ଘର କୋଠାର ମୂଲ୍ୟ ନିର୍ଦ୍ଧାରଣ କରାଯାଇ ତାହାର ଦୁଇଗୁଣା କ୍ଷତିପୂରଣ ଦିଆଯିବ। ୫ ମୌଜାରେ ଯେଉଁଠି ଜମି ଦର ସର୍ବାଧିକ ଥିବ ସବୁ ମୌଜାର ଜମି ଦର ସର୍ବୋଚ୍ଚ ମୂଲ୍ୟକୁ ହିଁ ନିଆଯିବ। ସେହିପରି ଗୋଟିଏ ପ୍ଲଟରେ ରହୁଥିବା ଜଣେ ବ୍ୟକ୍ତିଙ୍କର ୩ ପୁଅ ବିବାହିତ ଏବଂ ଜଣେ ପୁଅ ଓ ଜଣେ ଝିଅ ପ୍ରାପ୍ତ ବୟସ୍କ ଯଦି ହୋଇଥାନ୍ତି, ସେ କ୍ଷେତ୍ରରେ ୫ ସନ୍ତାନଙ୍କୁ ଅଲଗା ଅଲଗା ଭାବେ ସହାୟତା ମିଳିବ। କିନ୍ତୁ ପ୍ଲଟ ବଣ୍ଟନ କ୍ଷେତ୍ରରେ ସମ୍ପୃକ୍ତ ପରିବାରକୁ ଗୋଟିଏ ପ୍ଲଟ ଦିଆଯିବ। ପିଲାମାନେ ଯଦି ଚାହିଁବେ ପ୍ରତ୍ୟେକ ୩୦ଲକ୍ଷ ଟଙ୍କା କିମ୍ବା ପୁନର୍ବାସ ଥଇଥାନ କଲୋନୀରେ ଘର ନେଇପାରିବେ। କିନ୍ତୁ ଏହି ପରିବାରର ବିବାହିତ କିମ୍ବା ପ୍ରାପ୍ତବୟସ୍କ ପୁଅ, ଝିଅ ଯଦି ବାହାରେ ରହୁଥିବେ ତାଙ୍କୁ ପୁନର୍ବାସ ଓ ଥଇଥାନ ସହାୟତାରେ ସାମିଲ କରାଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଡୁଙ୍ଗୁରିପାଲିରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ: ଜବରଦଖଲମୁକ୍ତ ହେଲା ସମବାୟ ସମିତିର ଗୋଦାମ ଗୃହ

ଡୁଙ୍ଗୁରିପାଲି, ୪।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି ଲିଃ ର ଏକ ପୁରାତନ ଗୋଦାମ ଗୃହକୁ ଦୀର୍ଘ ବର୍ଷ ଧରି ଜବରଦଖଲ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ନିୟମିତ ଭାବେ ରାସ୍ତା ଅବରୋଧକୁ କେନ୍ଦ୍ର କରି ମାରପିଟ୍, ଅଭିଯୁକ୍ତ ବାପା-ପୁଅ ଗିରଫ

ବଞ୍ଚୋ, ୪।୮(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବରାୟଣପୁର ଗ୍ରାମରେ ରାସ୍ତା ଅବରୋଧକୁ କେନ୍ଦ୍ର କରି ଘଟିଥିବା ମାରପିଟ୍ ଘଟଣାରେ ପୋଲିସ ବାପା ଓ ପୁଅଙ୍କୁ ଗିରଫ…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ହାଟଡିହୀରେ ଅଭାବନୀୟ ଚିତ୍ର: ଖଟିଆରେ ଭାଲିଆ ନାଳ ପାର ହେଲେ ରୋଗୀ, ରାସ୍ତା-ପୋଲ ନଥିବାରୁ ଦୁର୍ଦ୍ଦଶାରେ…

ହାଟଡିହୀ, ୪।୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପଶି ଗ୍ରାମକୁ ପକ୍କା ରାସ୍ତା ଏବଂ ନାଳ ଉପରେ ପୋଲ…

ହାଟଡିହୀରେ ମିଳୁନି ସାର: ସମବାୟ ସମିତି ଓ ବିକ୍ରୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

ହାଟଡିହୀ/ଛେନାପଦୀ, ୪।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବର୍ତ୍ତମାନ ପ୍ରବଳ ସାର ସଙ୍କଟ ଦେଖାଦେଇଛି। ସମବାୟ ସମିତିରେ ଆବଶ୍ୟକୀୟ ସାର ନ ଥିବାବେଳେ ଖୋଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri