ଶ୍ରୀକୃଷ୍ଣଙ୍କ ରୁକ୍ମିଣୀ ହରଣ, ବିବାହ : ମଦନ ମୋହନ ବିଜେ କରନ୍ତି ଶ୍ରୀକୃଷ୍ଣ ବେଶରେ

ଖଣ୍ଡପଡ଼ା,୧୪ା୬(ସ୍ବ.ପ୍ର.): କଣ୍ଟିଲୋ ଶ୍ରୀନୀଳମାଧବ ମନ୍ଦିରରେ ପାରମ୍ପରିକ ରୀତିରେ ଦ୍ୱାରିକାଧିପତି ଶ୍ରୀକୃଷ୍ଣଙ୍କ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ଗୁରୁବାର ମହାସମାରୋହରେ ପାଳିତ ହୋଇଯାଇଛି। ପୌରାଣିକ କଥା ଅନୁସାରେ ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ହରଣ କରିଥିବାରୁ ଏହି ଦିବସଟି ରୁକ୍ମିଣୀ ହରଣ ଏକାଦଶୀ ଭାବେ ପରିଚିତ। କଥାବସ୍ତୁ ଅନୁସାରେ ବିଦର୍ଭ ରାଜା ଭୀଷ୍ମକ କନ୍ୟା ରୁକ୍ମିଣୀଙ୍କ ଅନିଚ୍ଛା ସତ୍ତ୍ୱେ ଶିଶୁପାଳଙ୍କ ସହ ବିବାହ ସ୍ଥିର କରିଥିଲେ। ଉକ୍ତ ରୀତି ଅନୁସାରେ କଣ୍ଟିଲୋ ନୀଳମାଧବ ମନ୍ଦିର କନ୍ୟାଘର ପକ୍ଷରୁ ବୁୁଧବାର ଶିଶୁପାଳଙ୍କ ଘରକୁ ଚିଟାଉ ପଠାଯାଇଥିଲା ା ତେବେ ରୁକ୍ମିଣୀ ମନରେ ଶ୍ରୀକୃଷ୍ଣଙ୍କୁ ନିଜ ପତି ବୋଲି ସ୍ବୀକାର କରିନେଇଥିଲେ। ତେଣୁ ରୁକ୍ମିଣୀ ତାଙ୍କର ଜଣେ ବୃଦ୍ଧ କୁଳ ପୁରୋହିତ ବେଶରେ ଥିବା ବାସୁଦେବ ମିଶ୍ରଙ୍କ ହାତରେ ଶ୍ରୀକୃଷ୍ଣଙ୍କ ପାଖକୁ ଚିଟାଉ ପଠାଇଥିଲେ। ଛାମୁଙ୍କ ଖୁଣ୍ଟିଆ କୁଳମଣି ମିଶ୍ର କୁଣ୍ଡିନ ନଗ୍ରରୁ ଚିଠି ଧରି ଆସିଥିବା କୁଳ ପୁରୋହିତଙ୍କ ସମ୍ପର୍କରେ ଛାମୁଙ୍କୁ ଅବଗତ କରାଇଥିଲେ। ପୁରୋହିତ ମିଶ୍ର ରୁକ୍ମିଣୀଙ୍କ ପ୍ରେରିତ ପତ୍ରଟିକୁ ଶ୍ରୀ ଜୀଉଙ୍କୁ ପ୍ରଦାନ କରିଥିଲେ। ପରେ ଶ୍ରୀଜୀଉଙ୍କ ବେଦ ବ୍ରାହ୍ମଣ ରାମଚନ୍ଦ୍ର ମିଶ୍ର ପତ୍ରଟି ପାଠ କରିଥିଲେ। ପତ୍ରର ସୂଚନା ଅନୁସାରେ ପାର୍ବତୀ(ବିମଳା)ଙ୍କ ମନ୍ଦିରରେ ରୁକ୍ମିଣୀ ଅପେକ୍ଷା କରିଥିବାବେଳେ ସେଠାରୁ ଶ୍ରୀକୃଷ୍ଣ ତାଙ୍କୁ ହରଣ କରି ବିବାହ କରିବେ। ଏହାଥିଲା ମହାଭାରତ ଏବଂ ଶ୍ରୀମଦ୍‌ ଭାଗବତ ଅନୁସାରେ ପୌରାଣିକ କଥାବସ୍ତୁ। ତଦନୁଯାୟୀ ଶ୍ରୀନୀଳମାଧବ ଜୀଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନ(ଶ୍ରୀକୃଷ୍ଣ)ଙ୍କୁ ସ୍ଥାନୀୟ ବିମଳା(ପାର୍ବତୀ)ଙ୍କ ମନ୍ଦିରକୁ ସୁସଜ୍ଜିତ ବିମାନରେ ବିଜେ କରି ରୁକ୍ମିଣୀ(ଲକ୍ଷ୍ମୀ)ଙ୍କୁ ହରଣ କରିଥିଲେ। ଶିଶୁପାଳ ବେଶରେ ଥିବା ଦାଶରଥି କର ଏ ଖବର ପାଇ ଶ୍ରୀଜୀଉଙ୍କ ବେଢ଼ା ପରିସର ପାଦୁକ କୁଣ୍ଡ ନିକଟରେ ଶ୍ରୀକୃଷ୍ଣଙ୍କ ସହ ଭେଟ ହୋଇ ଖଣ୍ଡାରେ ଆକ୍ରମଣ କଲାବେଳେ ବରପକ୍ଷ ତାଙ୍କୁ ବାନ୍ଧି ପକାଇଥିଲେ। ତାଙ୍କ ସମ୍ମୁଖରେ ରୁକ୍ମିଣୀଙ୍କୁ ଧରି ଶ୍ରୀକୃଷ୍ଣ ଫେରିଥିଲେ। ଶିଶୁପାଳ ନିରାଶ ହୋଇ ସ୍ବଗୃହକୁ ଫେରି ଯାଇଥିଲେ ା ପରେ ଶ୍ରୀ ଜୀଉଙ୍କୁ ଅପରାହ୍ନ ସାଢ଼େ ୫ଟାରେ ମୁକ୍ତିମଣ୍ଡପକୁ ବିଜେ କରାଯାଇ ଦେବ ନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ପୁରୋଧା ଭାବେ ବାସୁଦେବ ମିଶ୍ର, ପୂଜାରୀ ଭାବେ ରାସେଶ୍ୱର ମିଶ୍ର ଓ କୃଷ୍ଣଚନ୍ଦ୍ର ମିଶ୍ର, ପ୍ରତିହାରୀ ହୃଷୀକେଶ ମିଶ୍ର, ଗରାବଡୁ ଶଶୀଧର ମିଶ୍ର, କନ୍ୟାପିତା ଜୟକୃଷ୍ଣ ମିଶ୍ର ଏବଂ ବର ପିତା ଭାବରେ ଲକ୍ଷ୍ମଣ ମିଶ୍ର ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ବୃଦ୍ଧ ବ୍ରାହ୍ମଣ ବେଶରେ ପୀତବାସ ମିଶ୍ର ଉପସ୍ଥିତ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ଉତ୍ସବରେ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ। ମନ୍ଦିର ନୀତି ଅନୁସାରେ ପୂର୍ବାହ୍ନ ୫ଟାରେ ପହଡ଼ ଖୋଲା ଓ ମଙ୍ଗଳାର୍ଚ୍ଚନ୍ନ, ସାଢ଼େ ୫ଟାରେ ସ୍ନାନ ଅବକାଶ, ୯ଟାରେ ବଲ୍ଲଭ ଶେଷ, ଅପରାହ୍ନ ସାଢ଼େ ୧୧ଟାରେ ଦ୍ୱିପ୍ରହର ଧୂପ ଓ ଏହାପରେ ଭଅଣ୍ଡ ଧୂପ ଅନୁଷ୍ଠିତ ହୋଇଥିଲା। ରୁକ୍ମିଣୀ ହରଣ ପରେ ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତି ଓ ସାଢ଼େ ୬ଟାରେ ଏକାଦଶୀ ବେଢ଼ା ପରିକ୍ରମା ହୋଇଥିଲା। ଏ ସମସ୍ତ ନୀତି ପରେ ରାତିରେ ଶ୍ରୀ ଜୀଉ ଓ ଲକ୍ଷ୍ମୀ(ରୁକ୍ମିଣୀ)ଙ୍କୁ ମୁକ୍ତି ମଣ୍ଡପକୁ ବିଜେପୂର୍ବକ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri