ଶ୍ରୀକୃଷ୍ଣଙ୍କ ରୁକ୍ମିଣୀ ହରଣ, ବିବାହ : ମଦନ ମୋହନ ବିଜେ କରନ୍ତି ଶ୍ରୀକୃଷ୍ଣ ବେଶରେ

ଖଣ୍ଡପଡ଼ା,୧୪ା୬(ସ୍ବ.ପ୍ର.): କଣ୍ଟିଲୋ ଶ୍ରୀନୀଳମାଧବ ମନ୍ଦିରରେ ପାରମ୍ପରିକ ରୀତିରେ ଦ୍ୱାରିକାଧିପତି ଶ୍ରୀକୃଷ୍ଣଙ୍କ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ଗୁରୁବାର ମହାସମାରୋହରେ ପାଳିତ ହୋଇଯାଇଛି। ପୌରାଣିକ କଥା ଅନୁସାରେ ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ହରଣ କରିଥିବାରୁ ଏହି ଦିବସଟି ରୁକ୍ମିଣୀ ହରଣ ଏକାଦଶୀ ଭାବେ ପରିଚିତ। କଥାବସ୍ତୁ ଅନୁସାରେ ବିଦର୍ଭ ରାଜା ଭୀଷ୍ମକ କନ୍ୟା ରୁକ୍ମିଣୀଙ୍କ ଅନିଚ୍ଛା ସତ୍ତ୍ୱେ ଶିଶୁପାଳଙ୍କ ସହ ବିବାହ ସ୍ଥିର କରିଥିଲେ। ଉକ୍ତ ରୀତି ଅନୁସାରେ କଣ୍ଟିଲୋ ନୀଳମାଧବ ମନ୍ଦିର କନ୍ୟାଘର ପକ୍ଷରୁ ବୁୁଧବାର ଶିଶୁପାଳଙ୍କ ଘରକୁ ଚିଟାଉ ପଠାଯାଇଥିଲା ା ତେବେ ରୁକ୍ମିଣୀ ମନରେ ଶ୍ରୀକୃଷ୍ଣଙ୍କୁ ନିଜ ପତି ବୋଲି ସ୍ବୀକାର କରିନେଇଥିଲେ। ତେଣୁ ରୁକ୍ମିଣୀ ତାଙ୍କର ଜଣେ ବୃଦ୍ଧ କୁଳ ପୁରୋହିତ ବେଶରେ ଥିବା ବାସୁଦେବ ମିଶ୍ରଙ୍କ ହାତରେ ଶ୍ରୀକୃଷ୍ଣଙ୍କ ପାଖକୁ ଚିଟାଉ ପଠାଇଥିଲେ। ଛାମୁଙ୍କ ଖୁଣ୍ଟିଆ କୁଳମଣି ମିଶ୍ର କୁଣ୍ଡିନ ନଗ୍ରରୁ ଚିଠି ଧରି ଆସିଥିବା କୁଳ ପୁରୋହିତଙ୍କ ସମ୍ପର୍କରେ ଛାମୁଙ୍କୁ ଅବଗତ କରାଇଥିଲେ। ପୁରୋହିତ ମିଶ୍ର ରୁକ୍ମିଣୀଙ୍କ ପ୍ରେରିତ ପତ୍ରଟିକୁ ଶ୍ରୀ ଜୀଉଙ୍କୁ ପ୍ରଦାନ କରିଥିଲେ। ପରେ ଶ୍ରୀଜୀଉଙ୍କ ବେଦ ବ୍ରାହ୍ମଣ ରାମଚନ୍ଦ୍ର ମିଶ୍ର ପତ୍ରଟି ପାଠ କରିଥିଲେ। ପତ୍ରର ସୂଚନା ଅନୁସାରେ ପାର୍ବତୀ(ବିମଳା)ଙ୍କ ମନ୍ଦିରରେ ରୁକ୍ମିଣୀ ଅପେକ୍ଷା କରିଥିବାବେଳେ ସେଠାରୁ ଶ୍ରୀକୃଷ୍ଣ ତାଙ୍କୁ ହରଣ କରି ବିବାହ କରିବେ। ଏହାଥିଲା ମହାଭାରତ ଏବଂ ଶ୍ରୀମଦ୍‌ ଭାଗବତ ଅନୁସାରେ ପୌରାଣିକ କଥାବସ୍ତୁ। ତଦନୁଯାୟୀ ଶ୍ରୀନୀଳମାଧବ ଜୀଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନ(ଶ୍ରୀକୃଷ୍ଣ)ଙ୍କୁ ସ୍ଥାନୀୟ ବିମଳା(ପାର୍ବତୀ)ଙ୍କ ମନ୍ଦିରକୁ ସୁସଜ୍ଜିତ ବିମାନରେ ବିଜେ କରି ରୁକ୍ମିଣୀ(ଲକ୍ଷ୍ମୀ)ଙ୍କୁ ହରଣ କରିଥିଲେ। ଶିଶୁପାଳ ବେଶରେ ଥିବା ଦାଶରଥି କର ଏ ଖବର ପାଇ ଶ୍ରୀଜୀଉଙ୍କ ବେଢ଼ା ପରିସର ପାଦୁକ କୁଣ୍ଡ ନିକଟରେ ଶ୍ରୀକୃଷ୍ଣଙ୍କ ସହ ଭେଟ ହୋଇ ଖଣ୍ଡାରେ ଆକ୍ରମଣ କଲାବେଳେ ବରପକ୍ଷ ତାଙ୍କୁ ବାନ୍ଧି ପକାଇଥିଲେ। ତାଙ୍କ ସମ୍ମୁଖରେ ରୁକ୍ମିଣୀଙ୍କୁ ଧରି ଶ୍ରୀକୃଷ୍ଣ ଫେରିଥିଲେ। ଶିଶୁପାଳ ନିରାଶ ହୋଇ ସ୍ବଗୃହକୁ ଫେରି ଯାଇଥିଲେ ା ପରେ ଶ୍ରୀ ଜୀଉଙ୍କୁ ଅପରାହ୍ନ ସାଢ଼େ ୫ଟାରେ ମୁକ୍ତିମଣ୍ଡପକୁ ବିଜେ କରାଯାଇ ଦେବ ନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ପୁରୋଧା ଭାବେ ବାସୁଦେବ ମିଶ୍ର, ପୂଜାରୀ ଭାବେ ରାସେଶ୍ୱର ମିଶ୍ର ଓ କୃଷ୍ଣଚନ୍ଦ୍ର ମିଶ୍ର, ପ୍ରତିହାରୀ ହୃଷୀକେଶ ମିଶ୍ର, ଗରାବଡୁ ଶଶୀଧର ମିଶ୍ର, କନ୍ୟାପିତା ଜୟକୃଷ୍ଣ ମିଶ୍ର ଏବଂ ବର ପିତା ଭାବରେ ଲକ୍ଷ୍ମଣ ମିଶ୍ର ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ବୃଦ୍ଧ ବ୍ରାହ୍ମଣ ବେଶରେ ପୀତବାସ ମିଶ୍ର ଉପସ୍ଥିତ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ଉତ୍ସବରେ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ। ମନ୍ଦିର ନୀତି ଅନୁସାରେ ପୂର୍ବାହ୍ନ ୫ଟାରେ ପହଡ଼ ଖୋଲା ଓ ମଙ୍ଗଳାର୍ଚ୍ଚନ୍ନ, ସାଢ଼େ ୫ଟାରେ ସ୍ନାନ ଅବକାଶ, ୯ଟାରେ ବଲ୍ଲଭ ଶେଷ, ଅପରାହ୍ନ ସାଢ଼େ ୧୧ଟାରେ ଦ୍ୱିପ୍ରହର ଧୂପ ଓ ଏହାପରେ ଭଅଣ୍ଡ ଧୂପ ଅନୁଷ୍ଠିତ ହୋଇଥିଲା। ରୁକ୍ମିଣୀ ହରଣ ପରେ ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତି ଓ ସାଢ଼େ ୬ଟାରେ ଏକାଦଶୀ ବେଢ଼ା ପରିକ୍ରମା ହୋଇଥିଲା। ଏ ସମସ୍ତ ନୀତି ପରେ ରାତିରେ ଶ୍ରୀ ଜୀଉ ଓ ଲକ୍ଷ୍ମୀ(ରୁକ୍ମିଣୀ)ଙ୍କୁ ମୁକ୍ତି ମଣ୍ଡପକୁ ବିଜେପୂର୍ବକ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri