ଶୋଷ ମେଣ୍ଟାଇଲା ସୋଲାର ପାନୀୟ ଜଳ ପ୍ରକଳ୍ପ

ସମ୍ବଲପୁର,୧୩ା୫(ବ୍ୟୁରୋ)-ଦୀର୍ଘଦିନ ପରେ ଦୁର୍ଗମ ଅଞ୍ଚଳବାସୀଙ୍କ ଜଳକଷ୍ଟ ଦୂର ହୋଇଛି ା ସୋଲାର ପାନୀୟ ଜଳ ପ୍ରକଳ୍ପ ଯୋଗୁ ସମ୍ବଲପୁର ଜିଲାର ଜଙ୍ଗଲ ପରିବେଷ୍ଟିତ ପାହାଡିଆ ଅଞ୍ଚଳବାସୀଙ୍କ ଶୋଷ ମେଣ୍ଟିଛି ା ନଳ ଖୋଲିଲେ ୨୪ ଘଣ୍ଟା ପାନୀୟ ଜଳ ମିଳୁଛି। ବିଜୁଳି ସଂଯୋଗ ଥାଉ କି ନ ଥାଉ ଏହି ପ୍ରକଳ୍ପ ପାଇଁ କିଛି ଭୟନାହିଁ । କମ ଖର୍ଚ୍ଚରେ ଆବଶ୍ୟକଠାରୁ ଅଧିକ ପାଣି ଯୋଗାଇ ପାରିଛି ଏହି ପ୍ରକଳ୍ପ । ଏଭଳି ପ୍ରକଳ୍ପକୁ ନେଇ ଅଞ୍ଚଳବାସୀ ସନ୍ତୋଷ ପ୍ରକାଶ କରିଛନ୍ତି। କୌଣସି ପୋଖରୀ,ଗାଡିଆ ପାଣି ସେମାନଙ୍କୁ ଆଉ ପିଇବାକୁ ପଡୁନାହିଁ ା ଗରାଏ ପାଣି ପାଇଁ କୌଣସି ମହିଳାଙ୍କୁ ୧ରୁ ୨ କିଲୋମିଟର ବାଟ ଯିବାକୁ ପଡୁନାହିଁ ା ବିଶୁଦ୍ଧ ଜଳ ଯୋଗୁ ସେମାନଙ୍କ ପିଲାମାନଙ୍କ ସହ ପରିବାର ସଦସ୍ୟମାନେ ସୁସ୍ଥ୍ୟ ରହୁଛନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ା ଇତିମଧ୍ୟରେ ସମ୍ବଲପୁର ଜିଲାରେ ଏପରି ୩୮୮ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି । ୨୦୬ ପ୍ରକଳ୍ପ ନିର୍ମାଣ କାମ ଜାରି ରହିଥିବା ସୂଚନା ମିଳିଛି ।
ଦୁର୍ଗମ ଅଞ୍ଚଳବାସୀଙ୍କ ପାଖରେ ବିଦ୍ୟୁତ୍‌, ପାନୀୟ ଜଳ ସହିତ ଶିକ୍ଷା, ଗମନା ଗମନ ଭଳି ମୌଳିକ ସୁବିଧା ପହଞ୍ଚି ପାରୁନାହିଁ । ଏଥିପାଇଁ ସେହି ଅଞ୍ଚଳରେ ଲୋକେ ବର୍ଷାଦିନେ ନଦୀ, ନାଳ, ବନ୍ଧ, ପୋଖରୀରୁ ପାଣି ସଂଗ୍ରହ କରି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ା କେହି କେହି ଛୋଟ କୂଅ ଖୋଳି ପାଣି ସଂଗ୍ରହ କରିଥାନ୍ତି। ହେଲେ ଖରାଦିନ ଆସିଲେ ସେମାନଙ୍କ ପାଇଁ ପାଣି ସମସ୍ୟା ମୁଣ୍ଡବ୍ୟଥାର କାରଣ ହୁଏ ା ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ଗରା ବାଲ୍‌ଟି ଧରି ମହିଳାମାନେ ପାଣି ପାଇଁ ଯାଇଥାନ୍ତି ା ତଥାପି ବିଶୁଦ୍ଧ ପାନୀୟ ଜଳ ମିଳେ ନାହିଁ ା ଏଥିପାଇଁ ଗ୍ରାମବାସୀ କିଡ଼ନୀ ଜନିତ ରୋଗ ସହିତ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥାନ୍ତି ା ଏପରି ସମସ୍ୟାର ସମାଧାନ ପାଇଁ ସୋଲାର ପାନୀୟ ଜଳ ପ୍ରକଳ୍ପ ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇଛି ା
ଏ ସଂକ୍ରାନ୍ତରେ ଯୁଯୁମୁରା ବ୍ଳକର ଡଙ୍ଗାପାଲ ଗ୍ରାମର ୱାର୍ଡ ସଭ୍ୟ ସୁଦାମ ପ୍ରଧାନ କୁହନ୍ତି, ପୂର୍ବରୁ ଗାଁରେ ପାନୀୟ ଜଳ ପାଇଁ ବହୁ ହଟହଟା ହେବାକୁ ପଡୁଥିଲା। ଗାଁରେ ଥିବା ନଳକୂପରୁ ଯେତିକି ପାଣି ବାହାରୁଥିଲା ତାହା ଗ୍ରାମବାସୀଙ୍କ ଆବଶ୍ୟକ ପୂରଣ କରିପାରୁ ନ ଥିଲା । ବହୁ ଦୂର ଯାଇ ପାଣି ଆଣିବାକୁ ପଡୁଥିଲା । ହେଲେ ଏବେ ସୋଲାର ପାନୀୟ ଜଳ ପ୍ରକଳ୍ପ ଉପରୋକ୍ତ ସମସ୍ୟା ଦୂର କରିଛି। ବୈରାଗୀପାଲି ଗ୍ରାମର ପରକ୍ଷିତ ସାହୁ କୁହନ୍ତି, ପାହାଡିଆ ଅଞ୍ଚଳବାସୀଙ୍କ ପାଇଁ ଏହି ଯୋଜନା ବରଦାନ ସଦୃଶ ହୋଇଛି। ପାନୀୟ ଜଳ ସମସ୍ୟା ଦୂର ହୋଇଯାଇଛି ା ସମସ୍ତ ୱାର୍ଡରେ ଏଭଳି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନ ଗୁରୁତ୍ୱ ଦେବାକୁ ଅନୁରୋଧ କରିଛି। ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବି.କେ. ରାଉତରାୟ କହିଛନ୍ତି, ଅପହଞ୍ଚ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ପ୍ରତ୍ୟେକ ବ୍ଲକରୁ ସେଭିଳ ଗ୍ରାମଗୁଡିକ ଚିହ୍ନଟ କରାଯାଇ ଏହି ଯୋଜନାରେ ସାମିଲ କରାଯାଉଛି। ପର୍ଯ୍ୟାୟକ୍ରମେ କାମ ଚାଲିଛି ା କମ୍‌ ଖର୍ଚ୍ଚରେ ଲୋକମାନଙ୍କ ପାଖରେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଜନସଂଖ୍ୟାକୁ ଆଖି ଆଗରେ ରଖି ପ୍ରତି ପ୍ରକଳ୍ପ ଦ୍ୱାରା ୫ହଜାରରୁ ୧୦ ହଜାର ଲିଟର ପର୍ଯ୍ୟନ୍ତ ପାଣି ଟାଙ୍କି ବ୍ୟବସ୍ଥା କରାଯାଇଛି। ସେହି ପାଣିଟାଙ୍କିରେ ସେନ୍‌ସର ସିଷ୍ଟମ ରହିଛି ା ଟାଙ୍କିରୁ ପାଣି କମିଗଲେ ଆପେ ଆପେ ମୋଟର ଚାଲୁ ହେବ ଓ ଟାଙ୍କିରେ ପାଣି ଭର୍ତ୍ତି ହେଉଛି । ଏହି ପ୍ରକଳ୍ପର ମରାମତି ଖର୍ଚ୍ଚ ମଧ୍ୟ କମ୍‌ ବୋଲି ନିର୍ବାହୀ ଯନ୍ତ୍ରୀ ରାଉତରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri