ଅନ୍ତଃନଳୀରେ ଘା, ଅପରେଶନ ପାଇଁ ଟଙ୍କା ନାହିଁ

ଜୁନାଗଡ଼,୧୩ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଳଦିଆମାଲ ତଳପଡାର ରଘୁମଣି ନାଏକ(୪୨)। ବହୁଦିନ ହେବ ସେ ବିଛଣାରେ ପଡି ରହିଛନ୍ତି ା ଅନ୍ତଃନଳୀରେ ଘା ଯୋଗୁ ସେ ଉଠିବସି ପାରୁ ନାହାନ୍ତି। କେବଳ ଦିନରାତି ଶୋଇବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ଚାରା ନାହିଁ ା ଅସ୍ତ୍ରୋପଚାର କଲେ ସେ ଆରୋଗ୍ୟ ହେବେ ବୋଲି ଡାକ୍ତର କହିଛନ୍ତି। ହେଲେ ଅର୍ଥାଭାବରୁ ଅସ୍ତ୍ରୋପଚାର ହୋଇ ପାରୁନାହିଁ। ଏହାକୁ ନେଇ ତାଙ୍କ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି। କୌଣସି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ କିମ୍ବା ସରକାରୀ ସହାୟତାକୁ ସେମାନେ ଅପେକ୍ଷା କରିଛନ୍ତି ା
ଦିନଥିଲା ରଘୁମଣି ଜୁନାଗଡ ସହରରେ ଟ୍ୟାକ୍ସି ଡ୍ରାଇଭର ଭାବେ କାମ କରୁଥିଲେ। ଦିନେ ହଠାତ୍‌ ତାଙ୍କ ପେଟରେ ଯନ୍ତ୍ରଣା ହେଲା ା ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ପରେ ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ କଟକର ଏକ ଘରୋଇ ହସ୍ପିିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପରୀକ୍ଷା ପରେ ରଘୁମଣିଙ୍କ ଅନ୍ତଃନଳୀରେ ଘା ହୋଇଥିବା ଜଣାପଡିଥିଲା। ଅସ୍ତ୍ରୋପଚାର କଲେ ତାହା ଭଲ ହୋଇଯିବ ବୋଲି ଡାକ୍ତର ପରିବାର ଲୋକଙ୍କୁ କହିଥିଲେ। ହେଲେ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଟଙ୍କା ନ ଥିବାରୁ ପରିବାର ଲୋକେ ରଘୁମଣିଙ୍କୁ ଧରି ଘରକୁ ଫେରି ଆସିଥିଲେ। ଏଥିପୂର୍ବରୁ ରଘୁମଣିଙ୍କ ଚିକିତ୍ସା ଓ ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କ ଭାଗରେ ପଡିଥିବା ଜମିକୁ ପରିବାର ଲୋକେ ବିକ୍ରି କରିଦେଇଥିଲେ। ଏବେ ପରିବାର ଲୋକଙ୍କ ପାଖରେ କିଛି ବି ନାହିଁ, ଯାହାକୁ ବିକ୍ରିବଟା କରି ଚିକିତ୍ସା ଖର୍ଚ୍ଚ ଉଠାଇବେ। ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରଘୁମଣି । ସେ ଅସୁସ୍ଥ ହେବା ପରେ ଘର ଚଳିବା କଷ୍ଟକର ହୋଇପଡିଛି। ଆବାସ ଯୋଜନାରେ ରଘୁମଣିଙ୍କୁ ମିଳିଛି ଏକ ପକ୍କା ଘର। ପଞ୍ଚାୟତ ତରଫରୁ ମିଳୁଛି ମାସିକ ମାତ୍ର ୨୫କେଜି ଚାଉଳ। ସ୍ତ୍ରୀ ଲକ୍ଷ୍ମୀ, ବଡ ଝିଅ ଡଲି, ପୁଅ ସୁରଜ ଓ ବୃଦ୍ଧା ମା’ ସୁବାସିନୀ ଏହି ପରିସ୍ଥିତିରେ କ’ଣ କରିବେ ଚିନ୍ତାରେ ପଡିଛନ୍ତି। ଏପଟେ ଚିକିତ୍ସା ଅଭାବରୁ ରଘୁମଣିଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ତାଙ୍କ ଚିକିତ୍ସା ପାଇଁ କୌଣସି ବଦାନ୍ୟ ବ୍ୟକ୍ତି ତଥା ପ୍ରଶାସନ ସହାୟତା ଯୋଗାଇ ଦେବାକୁ ପରିବାରବର୍ଗ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?