ଶୂନ୍ୟ ହେଉଛି କୁପାରୀ ପୁଣ୍ୟଭୂମି: ଏବେ ମାଙ୍କଡ଼ା ଖଣି ଉପରେ ଲୋଲୁପ ଦୃଷ୍ଟି

ଖଇରା, ୨୧।୧୨ – ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ସାଂସ୍କୃତିକ ପୀଠ ପୁଣ୍ୟଭୂମି ଭାବେ ସାରା ଓଡିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଶୂନ୍ୟ ମଣ୍ଡପ, ନୃସିଂହ ମଠ, ଅମ୍ବିକା ମନ୍ଦିର, ବୌଦ୍ଧ ଓ ଜୈନ କୀର୍ତ୍ତି ପାଇଁ ୧୯୯୯ ମସିହାରୁ ଏହା ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଲାଭ କରିଛି ା ହେଲେ କୁପାରୀର ଉନ୍ନତି ପାଇଁ ଯେତେ ଧ୍ୟାନ ଦିଆଯାଉଛି, ତା’ଠାରୁ ଅଧିକ ଏ ଅଞ୍ଚଳରୁ ମିଳୁଥିବା ମାଙ୍କଡା ପଥରକୁ ବିକି ମୁନାଫାଖୋରମାନେ ପୁଣ୍ୟଭୂମିକୁ ଶୂନ୍ୟ କରିବାରେ ଲାଗିଛନ୍ତି ା ତୁରନ୍ତ ଯଦି ମୁଖ୍ୟମନ୍ତ୍ରୀ, ପରିବେଶ ବିଭାଗ କି ଜିଲାପାଳ ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଏହି ତୀର୍ଥସ୍ଥାନ କେବଳ କୃତ୍ରିମ ପୋଖରୀ ଭିତରେ ଲୁଚିଯିବ ଏଥିରେ ସନ୍ଦେହ ନାହିଁ।
କୁପାରୀ କ୍ଷେତ୍ର ଶାରୀଶୁଆ ପାହାଡ ପାଦଦେଶରେ ଅବସ୍ଥିତ। ଏଠାରେ ମାଟିତଳେ ମାଙ୍କଡା ପଥର ଗଚ୍ଛିତ ରହିଛି। ପୂର୍ବରୁ ଖଣି ମାଫିଆମାନେ ଏହାକୁ ଖୋଳି ବିକ୍ରି କରିଆସୁଥିଲେ। ବହୁ ବିରୋଧ ପରେ ପ୍ରଶାସନ ପକ୍ଷରୁ ଅଙ୍କୁଶ ଲଗାଯାଇଥିଲା। ୧୯୯୯ରେ ପର୍ଯ୍ୟଟନ କ୍ଷେତ୍ର ଘୋଷଣା ପରେ ଆଉ କୌଣସି ମାଙ୍କଡା ପଥର ଖଣି ନିଲାମ ଦିଆଯାଇ ନ ଥିଲା ା ହେଲେ ପୁଣି ଏବେ କିଛି ମାସ ହେଲା ମାଫିଆମାନେ ବେଆଇନ ଭାବେ ଏହି ମାଙ୍କଡା ଖଣି ବ୍ୟବହାର କରି ଟନ ଟନ ପଥର ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଛି ା କୁପାରୀ କଲେଜ ପଛପଟ, ବଗେଇପୁର ରାସ୍ତା କଡ ଡିବିଏଲ କମ୍ପାନୀ ପଛପଟ, ବରପଦା ରାସ୍ତା କଡରେ ଏବେ ୨୦ରୁ ଅଧିକ ଖଣିରୁ ମାଙ୍କଡା ଉତ୍ତୋଳନ ଜାରି ରହିଛି ା ୫ଦିନ ତଳେ ସ୍ଥାନୀୟ ଗ୍ରାମବାସୀ ରାଜସ୍ବ ବିଭାଗ ଅଧିକାରୀଙ୍କ ନଜରକୁ ଆଣିବା ପରେ ମାତ୍ର ଗୋଟିଏ ପାୱାର ଟିଲର ମେଶିନ ଜବତ କରି କାମ ସାରି ଦିଆଯାଇଛି। ଖଣି ଜଗିବା ପାଇଁ ପୋଲିସ ମୁତୟନ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ ରହିଛି। ଏଥିପାଇଁ ଖଇରା ଥାନାରେ ସ୍ବତନ୍ତ୍ର ଭାବେ ପୋଲିସ ରହିଥିଲେ ମଧ୍ୟ ସେମାନଙ୍କୁ ଖଣି ଅଞ୍ଚଳକୁ ପଠା ନ ଯିବା ପ୍ରଶାସନର ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ମାଫିଆମାନେ ଖଣି ବ୍ୟବହାର ପରେ ଗାତଗୁଡିକୁ ପୋତୁ ନ ଥିବାରୁ ବନ୍ୟଜନ୍ତୁ ଗୃହପାଳିତ ପ୍ରାଣୀ ଖାଲରେ ପଡି ଜୀବନ ହାରୁଛନ୍ତି ା ବର୍ଷା ପରେ ଖଣିରେ ପାଣି ଜମି ରହୁଥିବାରୁ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ସ୍ଥାନୀୟ ବାସିନ୍ଦା ମ୍ୟାଲେରିଆରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଗୋରୁ ଚରିବା ଓ ପିଲାମାନଙ୍କ ଖେଳାଖେଳିରେ ବାଧା ସୃଷ୍ଟି ହେଉଥିବା ନେଇ କ୍ରମାଗତ ଅଭିଯୋଗ ହେଉଥିଲେ ହେଁ ପ୍ରଶାସନ ଜାଣି ନ ଜାଣିଲା ପରି ଚୁପ୍‌ ରହୁଛି। କୁପାରୀ ରାଜସ୍ବ କ୍ଷେତ୍ରର ୨୦୦ମିଟର ସୀମା ମଧ୍ୟରେ ମାଙ୍କଡା ଖୋଳା ଚାଲିଥିବା ବେଳେ ଦିନେ ହେଲେ ରାଜସ୍ବ ନିରୀକ୍ଷକଙ୍କ ଆଖିରେ ଏହା ନ ପଡିବା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି ା ଫଳରେ କୋଟି କୋଟି ଟଙ୍କାର ରାଜସ୍ବ ସରକାର ହରାଉଛନ୍ତି ା ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ସମ୍ବିତ ନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଚଢାଉ ପାଇଁ ତହସିଲଦାରଙ୍କୁ କୁହାଯାଇଛି ଏବଂ ଖଣି ଅଞ୍ଚଳକୁ ଫୋର୍ସ ସାଥିରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri