ଶୂନ୍ୟ ହେଉଛି କୁପାରୀ ପୁଣ୍ୟଭୂମି: ଏବେ ମାଙ୍କଡ଼ା ଖଣି ଉପରେ ଲୋଲୁପ ଦୃଷ୍ଟି

ଖଇରା, ୨୧।୧୨ – ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ସାଂସ୍କୃତିକ ପୀଠ ପୁଣ୍ୟଭୂମି ଭାବେ ସାରା ଓଡିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଶୂନ୍ୟ ମଣ୍ଡପ, ନୃସିଂହ ମଠ, ଅମ୍ବିକା ମନ୍ଦିର, ବୌଦ୍ଧ ଓ ଜୈନ କୀର୍ତ୍ତି ପାଇଁ ୧୯୯୯ ମସିହାରୁ ଏହା ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଲାଭ କରିଛି ା ହେଲେ କୁପାରୀର ଉନ୍ନତି ପାଇଁ ଯେତେ ଧ୍ୟାନ ଦିଆଯାଉଛି, ତା’ଠାରୁ ଅଧିକ ଏ ଅଞ୍ଚଳରୁ ମିଳୁଥିବା ମାଙ୍କଡା ପଥରକୁ ବିକି ମୁନାଫାଖୋରମାନେ ପୁଣ୍ୟଭୂମିକୁ ଶୂନ୍ୟ କରିବାରେ ଲାଗିଛନ୍ତି ା ତୁରନ୍ତ ଯଦି ମୁଖ୍ୟମନ୍ତ୍ରୀ, ପରିବେଶ ବିଭାଗ କି ଜିଲାପାଳ ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଏହି ତୀର୍ଥସ୍ଥାନ କେବଳ କୃତ୍ରିମ ପୋଖରୀ ଭିତରେ ଲୁଚିଯିବ ଏଥିରେ ସନ୍ଦେହ ନାହିଁ।
କୁପାରୀ କ୍ଷେତ୍ର ଶାରୀଶୁଆ ପାହାଡ ପାଦଦେଶରେ ଅବସ୍ଥିତ। ଏଠାରେ ମାଟିତଳେ ମାଙ୍କଡା ପଥର ଗଚ୍ଛିତ ରହିଛି। ପୂର୍ବରୁ ଖଣି ମାଫିଆମାନେ ଏହାକୁ ଖୋଳି ବିକ୍ରି କରିଆସୁଥିଲେ। ବହୁ ବିରୋଧ ପରେ ପ୍ରଶାସନ ପକ୍ଷରୁ ଅଙ୍କୁଶ ଲଗାଯାଇଥିଲା। ୧୯୯୯ରେ ପର୍ଯ୍ୟଟନ କ୍ଷେତ୍ର ଘୋଷଣା ପରେ ଆଉ କୌଣସି ମାଙ୍କଡା ପଥର ଖଣି ନିଲାମ ଦିଆଯାଇ ନ ଥିଲା ା ହେଲେ ପୁଣି ଏବେ କିଛି ମାସ ହେଲା ମାଫିଆମାନେ ବେଆଇନ ଭାବେ ଏହି ମାଙ୍କଡା ଖଣି ବ୍ୟବହାର କରି ଟନ ଟନ ପଥର ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଛି ା କୁପାରୀ କଲେଜ ପଛପଟ, ବଗେଇପୁର ରାସ୍ତା କଡ ଡିବିଏଲ କମ୍ପାନୀ ପଛପଟ, ବରପଦା ରାସ୍ତା କଡରେ ଏବେ ୨୦ରୁ ଅଧିକ ଖଣିରୁ ମାଙ୍କଡା ଉତ୍ତୋଳନ ଜାରି ରହିଛି ା ୫ଦିନ ତଳେ ସ୍ଥାନୀୟ ଗ୍ରାମବାସୀ ରାଜସ୍ବ ବିଭାଗ ଅଧିକାରୀଙ୍କ ନଜରକୁ ଆଣିବା ପରେ ମାତ୍ର ଗୋଟିଏ ପାୱାର ଟିଲର ମେଶିନ ଜବତ କରି କାମ ସାରି ଦିଆଯାଇଛି। ଖଣି ଜଗିବା ପାଇଁ ପୋଲିସ ମୁତୟନ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ ରହିଛି। ଏଥିପାଇଁ ଖଇରା ଥାନାରେ ସ୍ବତନ୍ତ୍ର ଭାବେ ପୋଲିସ ରହିଥିଲେ ମଧ୍ୟ ସେମାନଙ୍କୁ ଖଣି ଅଞ୍ଚଳକୁ ପଠା ନ ଯିବା ପ୍ରଶାସନର ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ମାଫିଆମାନେ ଖଣି ବ୍ୟବହାର ପରେ ଗାତଗୁଡିକୁ ପୋତୁ ନ ଥିବାରୁ ବନ୍ୟଜନ୍ତୁ ଗୃହପାଳିତ ପ୍ରାଣୀ ଖାଲରେ ପଡି ଜୀବନ ହାରୁଛନ୍ତି ା ବର୍ଷା ପରେ ଖଣିରେ ପାଣି ଜମି ରହୁଥିବାରୁ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ସ୍ଥାନୀୟ ବାସିନ୍ଦା ମ୍ୟାଲେରିଆରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଗୋରୁ ଚରିବା ଓ ପିଲାମାନଙ୍କ ଖେଳାଖେଳିରେ ବାଧା ସୃଷ୍ଟି ହେଉଥିବା ନେଇ କ୍ରମାଗତ ଅଭିଯୋଗ ହେଉଥିଲେ ହେଁ ପ୍ରଶାସନ ଜାଣି ନ ଜାଣିଲା ପରି ଚୁପ୍‌ ରହୁଛି। କୁପାରୀ ରାଜସ୍ବ କ୍ଷେତ୍ରର ୨୦୦ମିଟର ସୀମା ମଧ୍ୟରେ ମାଙ୍କଡା ଖୋଳା ଚାଲିଥିବା ବେଳେ ଦିନେ ହେଲେ ରାଜସ୍ବ ନିରୀକ୍ଷକଙ୍କ ଆଖିରେ ଏହା ନ ପଡିବା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି ା ଫଳରେ କୋଟି କୋଟି ଟଙ୍କାର ରାଜସ୍ବ ସରକାର ହରାଉଛନ୍ତି ା ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ସମ୍ବିତ ନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଚଢାଉ ପାଇଁ ତହସିଲଦାରଙ୍କୁ କୁହାଯାଇଛି ଏବଂ ଖଣି ଅଞ୍ଚଳକୁ ଫୋର୍ସ ସାଥିରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂସେଇଖାନା ଇଦ୍‌ର ଅଂଶ ନୁହେଁ : ହାଇକୋର୍ଟ

କୋଲକାତା,୨୨।୫: ଗୋହତ୍ୟା କୌଣସି ଧାର୍ମିକ ଉତ୍ସବର ଅଂଶ ହୋଇ ନ ପାରେ । ସର୍ବସାଧାରଣ ସ୍ଥାନରେ ପଶୁହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହି କଲିକାତା ହାଇକୋର୍ଟ ପଶ୍ଚିମବଙ୍ଗରେ…

ସଂସ୍କାର ଆଣି ଲୋକଙ୍କ ଜୀବନକୁ ସହଜ କର, ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୨।୫(ପି.ଟି.): ଜନସାଧାରଣଙ୍କ ଜୀବନକୁ ଆରାମଦାୟକ କରିବା ପାଇଁ ପରବର୍ତ୍ତୀ ପିଢ଼ିର ସଂସ୍କାରମୂଳକ ପଦକ୍ଷେପ ନେବାକୁ ଗୁରୁବାର ମନ୍ତ୍ରୀ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି…

କସ୍‌ମେଟିକ ଇଞ୍ଜେକ୍ସନ ଉପରେ ରୋକ୍‌, ଉଲ୍ଲଂଘନ କଲେ….

ନୂଆଦିଲ୍ଲୀ, ୨୨।୫ (ପି.ଟି.): ସାମାଜିକ ଗଣମାଧ୍ୟମ ଓ ସହରାଞ୍ଚଳରେ ଚେହେରାକୁ ଅଧିକ ସୁନ୍ଦର ଓ ଚମକଦାର କରିବା ପାଇଁ ବିଉଟି ପାର୍ଲର ଏବଂ ୱେଲନେସ୍‌ ସେଣ୍ଟରଗୁଡ଼ିକରେ ବ୍ୟାପକ…

ତୈଳ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ୮ ସୂତ୍ରୀ ନିର୍ଦ୍ଦେଶ, ଜୁନ୍ ପହିଲାରୁ ସରକାର…

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା): ସରକାରୀ ଅଧିକାରୀମାନେ ଏଣିକି ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ଗଲାବେଳେ ବସ୍‌ କିମ୍ବା ରେଳରେ ଯିବେ। ଏହାସହିତ ଜୁନ୍‌ ପହିଲାରୁ ସରକାର କେବଳ ବୈଦ୍ୟୁତିକ ଯାନ(ଇଭି)…

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri