Posted inଖେଳ

ଶୁବମନ ଗିଲ୍‌ଙ୍କ ରେକର୍ଡ ଦ୍ୱିଶତକ

ତରୌବ(ତ୍ରିନିଦାଦ ଆଣ୍ଡ୍‌ ଟବାଗୋ),୯।୮- ଶୁବମନ ଗିଲ୍‌ ଦେଶର ସର୍ବକନିଷ୍ଠ କ୍ରିକେଟର ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ୱିଶତକ ଲଗାଇଛନ୍ତି। ଅଧିନାୟକ ହନୁମା ବିହାରୀଙ୍କ ଶତକ ବଳରେ ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷରେ ଏଠାରେ ଚାଲିଥିବା ତୃତୀୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ ଏ’ ଦୃଢ଼ ସ୍ଥିତିରେ ପହଞ୍ଚତ୍ଛି। ୧୯ ବର୍ଷୀୟ ଗିଲ୍‌ ଭାରତୀୟ କ୍ରିକେଟର ଉଦୀୟମାନ ଷ୍ଟାର। ସେ ୨୫୦ ବଲର ସମ୍ମୁଖୀନ ହୋଇ ୨୦୪ ରନ୍‌ କରିଛନ୍ତି। ଏଥିସହିତ ଗିଲ୍‌ ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀରଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ୨୦୦୨ରେ ୨୦ ବର୍ଷୀୟ ଗମ୍ଭୀର ଭାରତ ବୋର୍ଡ ଏକାଦଶ ଓ ଜିମ୍ବାଓ୍ବେ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ୨୧୮ ରନ୍‌ର ଇନିଂସ ଖେଳିଥିଲେ।
ଭାରତ ଏ’ ଦଳ ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୨୩/୨ରୁ ବ୍ୟାଟିଂ ଆରମ୍ଭକରି ୫୦ ରନ୍‌ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ସ୍ଥିତିରେ ଗିଲ୍‌ ଓ ଅଧିନାୟକ ବିହାରୀ ୫ମ ଉଇକେଟ ପାଇଁ ୩୧୫ ରନ୍‌ର ଭାଗୀଦାରି କରିଥିଲେ। ଫଳରେ ଭାରତ ଏ’ ୪ ଉଇକେଟରେ ୩୬୫ ରନ୍‌ କରିଥିବାବେଳେ ଇନିଂସ ଘୋଷଣା କରିଛି। ଗିଲ୍‌ ୨୦୪ ଓ ବିହାରୀ ୧୧୮ ରନ୍‌ କରି ଅପରାଜିତ ଥିଲେ। ଏହାପରେ ୩୭୩ ରନ୍‌ର ବିଜୟଲକ୍ଷ୍ୟ ପିଛା କରୁଥିବା ଘରୋଇ ଦଳ ବିନା କ୍ଷତିରେ ୩୭ ରନ୍‌ କରିଛି। ଅନ୍ତିମ ଦିନରେ ଓ୍ବେଷ୍ଟଇଣ୍ଡିଜ ଏ’ ଦଳକୁ ବିଜୟୀ ଲାଗି ୧୦ ଉଇକେଟରେ ୩୩୬ ରନ୍‌ ଦରକାର। ପୂର୍ବରୁ ପ୍ରଥମ ଇନିଂସରେ ଭାରତ ଏ’ ୨୦୧ କରିଥିବାବେଳେ ଓ୍ବେଷ୍ଟଇଣ୍ଡିଜ ୧୯୪ ରନ୍‌ କରିଥିଲା। ପ୍ରଥମ ଇନିଂସରେ କ୍ରିଷ୍ଣପା ଗୌତମ ହ୍ୟାଟ୍ରିକ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି...

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri