ଶୁଟିଂ ଚାଲିଛି ‘ଜଓ୍ବାନି ଜାନେମନ୍‌’

ମୁମ୍ବାଇ: ଅଭିନେତା ସୈଫ ଅଲି ଖାନ୍‌ କମେଡି ଫିଲ୍ମ ‘ଜଓ୍ବାନି ଜାନେମନ୍‌’ ଲଣ୍ଡନରେ ଶୁଟିଂ ଚାଲିଛି। ଏଥିରେ ପୂଜା ବେଦୀଙ୍କ କନ୍ୟା ଆଲାଇଆ ଫର୍ନିଚରଓ୍ବାଲା ଜଣେ ହାସ୍ୟାଭିନେତ୍ରୀ ଭାବେ ଦର୍ଶକଙ୍କ ମନ ଜିଣିବେ। ଜଣେ ବ୍ୟକ୍ତି ଜୀବନରେ କିପରି କଠୋର ପରିସ୍ଥିତିର ମୁକାବିଲା କରି ଆଗକୁ ବଢ଼େ ତାହା ଏହି ଫିଲ୍ମର ବିଷୟବସ୍ତୁ। ନୀତିନ କାକ୍କରଙ୍କ ନିର୍ଦ୍ଦେଶିତ ଉକ୍ତ ଫିଲ୍ମର ମିଳିତ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଜାକି ଭଗନାନୀ, ସୈଫ୍‌ଙ୍କ ବ୍ଲାକ ନାଇଟ୍‌ ଫିଲ୍ମସ ଏବଂ ଜୟ ଶଓ୍ବୋକ୍ରମାଣିଙ୍କ ନର୍ଦର୍ନ ଲାଇଟ୍‌ ଫିଲ୍ମସ। ଏଥିରେ ପିତା ଓ କନ୍ୟା (ସୈଫ ଓ ଆଲାଇଆ) ଚରିତ୍ରକୁ କେନ୍ଦ୍ର କରି କାହାଣୀ ଆଗକୁ ବଢ଼ିଛି। ପିତା-କନ୍ୟା ସମ୍ପର୍କ ଅନନ୍ୟ। କିନ୍ତୁ ବର୍ତ୍ତମାନର ଯୁଗ ଏବଂ ସମସାମୟିକ ପରିସ୍ଥିତିକୁ ବିଚାର କଲେ ‘ଜଓ୍ବାନି ଜାନେମନ୍‌’ରେ ଦୁହିଁଙ୍କର ଅଭିନୟ ନିଶ୍ଚିତ ଭାବରେ ଯେତିକି ସ୍ବତନ୍ତ୍ର ସେତିକି ଅନନ୍ୟ କୁହାଯାଇପାରେ ବୋଲି ସହ-ପ୍ରଯୋଜକ ଶଓ୍ବୋକ୍ରମାଣି ପ୍ରକାଶ କରିଛନ୍ତି।
ସୈଫ ଓ ଆଲାଇଆଙ୍କୁ ନିକଟରେ ମାଞ୍ଚେଷ୍ଟରରେ ହେଉଥିବା ଭାରତ-ପାକିସ୍ତାନ ବିଶ୍ୱକପ୍‌ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ‘ଦି ସାକ୍ରିଡ୍‌ ଗେମ୍‌’ର ଅଭିନେତା ସୈଫଙ୍କୁ ଏହି ଫିଲ୍ମରେ ଦାଢ଼ିଯୁକ୍ତ ମୁହଁରେ ଦେଖିବାକୁ ମିଳିବ। ଉକ୍ତ ଫିଲ୍ମ ନଭେମ୍ବର ୨୯ରେ ରିଲିଜ ହେବାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ବିହାରୀ କଏଦୀ ଫେରାର ଘଟଣା: ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

କଟକ,୨୦।୯(ପ୍ରଭୁ କଲ୍ୟାଣ ପାଲ ): ବିହାରୀ କଏଦୀ ଫେରାର ଘଟଣାରେ ଗିରଫ ହେଲେ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ। ଜେଲ ମିନିଟି ବୁକ୍‌ରେ ଜାଲିଆତି ନେଇ…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?