ଶୀତରେ ବି ଲାଗିବେ ସୁନ୍ଦର

ଶୀତରେ ତ୍ୱଚା ଏବଂ କେଶ ରୁକ୍ଷ ହୋଇଯାଏ। ହେଲେ ଏଥିପାଇଁ ବ୍ୟସ୍ତ ନ ହୋଇ କେତୋଟି ଘରୋଇ ଉପାୟ ଆପଣେଇଲେ ତ୍ୱଚା ଓ କେଶ ସୁନ୍ଦର ତଥା ଆକର୍ଷଣୀୟ ଲାଗିବ। ଜାଣିରଖନ୍ତୁ ସେ ସମ୍ପର୍କରେ…

ଧୀରେ ଧୀରେ ଶୀତ ବଢ଼ିଲେ ଓଠ ଶୁଖିବା କିମ୍ବା କଳା ପଡିବା ସମସ୍ୟା ବଢିଯାଏ। କେବଳ ଭେସ୍‌ଲିନ୍‌ କିମ୍ବା ଲିପ୍‌ବାମ୍‌ ନ ଲଗାଇ ଲହୁଣୀ କିମ୍ବା କ୍ଷୀରରେ ସାମାନ୍ୟ କେଶର ମିଶାଇ ଓଠରେ ଘଷନ୍ତୁ ଦେଖିବେ ଓଠ ନରମ, ଚିକ୍କଣ ଏବଂ ଲାଲ୍‌ ରହିବ।
ଏଦିନେ ସାବୁନ୍‌ ଅଧିକ ଡ୍ରାଏ କରିଦିଏ॥ ତେଣୁ ଏହାକୁ ଯଥା ସମ୍ଭବ କମ୍‌ ବ୍ୟବହାର କରନ୍ତୁ। ଏଦିନେ ଲେମ୍ବୁ ରସ, ଅଳ୍ପ ହଳଦୀ ଓ ମହୁ ମିଶାଇ ମୁହଁରେ ଲଗାନ୍ତୁ ତ୍ୱଚା କୋମଳ ଏବଂ ଚିକ୍କଣ ଲାଗିବ।
ଦହିରେ ଅଳ୍ପ ମସୁର ଡାଲି ମିଶାଇ ରାତିସାରା ଛାଡିଦିଅନ୍ତୁ। ସକାଳେ ଏହାକୁ ବାଟି ଅଧ ଚାମଚ ହଳଦୀଗୁଣ୍ଡ, ଲହୁଣି କିମ୍ବା ଘିଅ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ପ୍ରତିଦିନ ଲଗାଇବା ଦ୍ୱାରା ତ୍ୱଚା ଚିକ୍କଣ ଏବଂ ସୁନ୍ଦର ରହିବ।
କମଳା ଚୋପାକୁ ଶୁଖାଇ ପାଉଡର ପ୍ରସ୍ତୁତ କରନ୍ତୁ। ଏଥିରେ ଅଳ୍ପ ନଡିଆ ତେଲ ଏବଂ କିଛି ବୁନ୍ଦା ଗୋଲାପ ଜଳ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାଇବା ଦ୍ୱାରା ତ୍ୱଚା କୋମଳ ଓ ସୁନ୍ଦର ଲାଗିବ।
ଏଦିନେ ଥଣ୍ଡା ପବନ ବାଜି କେଶ ଡ୍ରାଏ ହୋଇ ଝଡ଼ିବା ସମସ୍ୟା ଉପୁଜେ। ଯାହାକୁ ଦୂର କରିବା ଲାଗି ପ୍ରତିଦିନ ନଡିଆ ତେଲ ମାଲିସ କରିବା ସବୁଠୁ ବେଷ୍ଟ ଉପାୟ।
ସେହିପରି ରୁପି ଏଦିନେ ଏକ ବଡ଼ ସମସ୍ୟା, ଯାହାକୁ ଦୂର କରିବା ଲାଗି କଦଳୀ ପେଷ୍ଟକୁ ପ୍ୟାକ୍‌ ଭାବେ ବ୍ୟବହାର କରନ୍ତୁ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି୬, ଏ, ସି, ଇ ସହିତ ଜିଙ୍କ, ପୋଟାସିଅମ୍‌ ଏବଂ ଆଇରନ୍‌ ଭଳି ମିନେରାଲ୍ସ ସହିତ ଆମିନୋଏସିଡ୍‌ ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଛି, ଯାହାକି ମୁଣ୍ଡରେ ରୁପି ହେବାକୁ ଦିଏନାହିଁ। ବୁଟ ପେଷ୍ଟରେ ଭିଟାମିନ ବି୬ ଏବଂ ଜିଙ୍କ୍‌ ରହିଥିବାରୁ ରୁପି ଦୂର କରିବାର ଖୁବ୍‌ କାମରେ ଆସେ।


Enter your email to get our daily news in your inbox.

All Right Reserved By Dharitri.Com

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?