ଶୀତଦିନେ ଶିଶୁଙ୍କ କାଶ

କାଶ ଶିଶୁମାନଙ୍କର ଅନ୍ୟତମ ସ୍ବାସ୍ଥ୍ୟଜନିତ ସମସ୍ୟା। ଏହା ଶିଶୁ ପାଇଁ ଓ ବାପା, ମା’ଙ୍କ ପାଇଁ ବହୁତ କଷ୍ଟଦାୟକ ହୋଇଥାଏ। କାଶ ଲାଗି ରହିଲେ ତାହାଶିଶୁକୁ ଦୈନନ୍ଦିନ କାର୍ଯ୍ୟ ତଥା ରାତିରେ ଶୋଇବାରେ ବ୍ୟାଘାତ ସୃଷ୍ଟି କରିଥାଏ। ଅପରପକ୍ଷେ ଏହା ଏକ ଶ୍ୱାସନଳୀ ଓ ଫୁସ୍‌ଫୁସ୍‌ର ଗଭୀର ସଂକ୍ରମଣ ମଧ୍ୟ ହୋଇଥାଇପାରେ।
ଅଧିକାଂଶ ଶିଶୁଙ୍କର ହଠାତ୍‌ କାଶ ଏକ ଭୂତାଣୁଜନିତ ସମସ୍ୟା ହୋଇଥାଏ ଯଥା ସାଧାରଣ ଥଣ୍ଡା, ବ୍ରୋଙ୍କାଇଟିସ ବା କ୍ରୂପ୍‌। ବେଳେ ବେଳେ ତାହା ଫୁସ୍‌ଫୁସ୍‌ର ତଳଭାଗକୁ ସଂକ୍ରମଣ କଲେ ତାହାକୁ ବ୍ରୋଙ୍କିଓଲାଇଟିସ୍‌, ଲହରା କାଶ ବା ନିମୋନିଆ କୁହାଯାଇଥାଏ। ଜଣେ ସ୍କୁଲ ଯାଉଥିବା ଶିଶୁକୁ ବର୍ଷକୁ ୭-୧୦ଥର ଶ୍ୱାସନଳୀ ସଂକ୍ରମଣ ହୋଇଥାଏ। ଝିଅ ଶିଶୁଙ୍କଠାରେ ଏହା ଟିକେ ଅଧିକ ଦେଖାଯାଇଥାଏ। ତିନିଜଣଙ୍କ ମଧ୍ୟରେ ଜଣେ ଶିଶୁ କାଶ ପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥାନ୍ତି। ଚାରିଜଣଙ୍କ ମଧ୍ୟରୁ ଜଣେ ସ୍କୁଲ ଯାଇପାରନ୍ତି ନାହିଁ।
ଅତ୍ୟଧିକ କାଶ ବାୟୁ ପ୍ରଦୂଷଣ ଓ ଅତ୍ୟଧିକ ସହରାଞ୍ଚଳ ଲୋକସଂଖ୍ୟା ପାଇଁ ମଧ୍ୟ ହୋଇଥାଏ। ପନ୍ଦରଦିନରୁ କମ୍‌ କାଶକୁ ସାଧାରଣ ଆକ୍ୟୁଟ୍‌ ଓ ଭୂତାଣୁଜନିତ ହୋଇଥିବା କୁହାଯାଏ। ରାତିରେ କାଶ ବେଶି ହେବା ଶ୍ୱାସରୋଗ ବା ଆଜ୍‌ମାକୁ ବୁଝାଏ। ଯେଉଁ କାଶ ଶୋଇଲେ କମିଯାଏ ତାହା ମାନସିକଜନିତ କାଶ ହୋଇଥାଏ। ଅସ୍ବାଭାବିକ ଓ ଆକସ୍ମିକ କାଶ ବେଳେ ବେଳେ ଫରନ୍‌ ବଡି (ଖାଇବା ଜିନିଷ ଯେପରିକି କୋଳିମଞ୍ଜି, ମାଛକଣ୍ଟା, ଚିକେନ୍‌ ହାଡ ଆଦି ତଣ୍ଟିରେ ଲାଗିଲେ)ପାଇଁ ହୋଇଥାଏ। ଯଦି ବାରମ୍ବାର କାଶ ହେଲା ତେବେ ସେଥିଯୋଗୁ ପିଲାର ଓଜନ ହ୍ରାସ ପାଏ ତା’ ହେଲେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଓ ଯକ୍ଷ୍ମାରୋଗ ସନ୍ଦେହ କରାଯାଇଥାଏ। କାଶ ଦୁଇ ପ୍ରକାରରେ ବିଭକ୍ତ କରାଯାଇପାରିବ ଯଥା- କଫ ବାହାରୁଥିବା ଓ ଦ୍ୱିତୀୟଟି ଶୁଖିଲା କାଶ। ଶୁଖିଲା କାଶ ସାଧାରଣତଃ ଆଜ୍‌ମାଜନିତ ଶ୍ୱାସନଳୀ ବାଟ ଚିପିହୋଇଯାଇଥିବା ଯୋଗୁ ହେବା ଆଶଙ୍କା ଥାଏ। କେତେକ କାଶ ପାକସ୍ଥଳୀର ଅମ୍ଳ ଅଂଶ ବେଶି ହୋଇ ଊର୍ଦ୍ଧ୍ୱକୁ ଠେଲି ଆସିବା ଦ୍ୱାରା ମଧ୍ୟ ହୋଇଥାଏ।
ଚିକିତ୍ସା: ଅଧିକ ପାଣି ପିଇବା , ସନ୍ତୁଳିତ ଆହାର, ବ୍ୟାୟାମ ଓ ଯୋଗ କରିବା ଆବଶ୍ୟକ।
– ଯଦି ଆଜ୍‌ମା ହୋଇଥାଏ ତା’ ହେଲେ ଧୂଳି ଓ ଘର ଅଳନ୍ଧୁ, ମୂଷାଲଣ୍ଡି, ଡଷ୍ଟମାଇଟ୍‌, ବିଭିନ୍ନ ରଙ୍ଗପକା ଖାଦ୍ୟପଦାର୍ଥ ଓ ପାନୀୟ, ଲୁଣି ଚିଙ୍ଗୁଡ଼ି, କଙ୍କଡ଼ା, କ୍ଷୀର ସର ଓ ଛତୁଠାରୁ ଦୂରେଇ ରହିବା ଆବଶ୍ୟକ।
– ଯେଉଁମାନଙ୍କର ନାକ ଆଲର୍ଜି ଥାଏ, ସେମାନଙ୍କୁ ଲୁଣପାଣି ନାକରେ ପକାଇବା(ସାଲାଇନ୍‌ ନାଜାଲ ସ୍ପ୍ରେ) ଓ ମଣ୍ଟେଲ୍ୟୁକାଷ୍ଟ୍‌ ଔଷଧ କିଛିଦିନ ପାଇଁ ସେବନ କରିବାକୁ ହୋଇଥାଏ।
– ଅମ୍ଳଜନିତ ଊର୍ଦ୍ଧ୍ୱଗାମୀ ସମସ୍ୟା ଥିଲେ ଅମ୍ଳ କମେଇବା ଔଷଧ ଖାଇବାକୁ ପଡ଼ିଥାଏ।
ସତର୍କତା : କାଶ ସହିତ ଦ୍ରୁତ ଶ୍ୱାସକ୍ରିୟା ହେଲେ ନିମୋନିଆ ହୋଇଥାଇପାରେ।
– ଶିଶୁମାନଙ୍କୁ ସମୟ ସମୟରେ ଭିଟାମିନ ‘ଏ’ ଓ ମିଳିମିଳା ଟିକା ଦେବା ଜରୁରୀ।
– ଏବେ ବ୍ୟୟବହୁଳ ନିମୋକୋକାଲ୍‌ ପ୍ରତିଷେଧକ ଟିକା ଓ ହିମୋଫାଇଲସ ‘ବି’ ଟିକା ମଧ୍ୟ ଦିଆଯାଇପାରେ।
– ତୁଳସୀ, ମହୁ ଓ ଅତ୍ୟଧିକ ପାଣି ପିଇବା ଦ୍ୱାରା କାଶ କଫ ତରଳିଯାଇ ସହଜରେ ବାହାରକୁ ଆସିଥାଏ ଓ ରୋଗୀକୁ ଉପଶମ ମିଳିଥାଏ।
ମନେରଖନ୍ତୁ : ସବୁ କାଶ କଫ ପାଇଁ ଆଣ୍ଟିବାୟୋଟିକ୍‌ ପ୍ରୟୋଗ କରନ୍ତୁ ନାହିଁ।
– ପୁରୁଣା ଚିଠା ଦେଖି ବା ଔଷଧ ଦୋକାନରୁ ଯାଇ ମନଇଚ୍ଛା ଆଣ୍ଟିବାୟୋଟିକ୍‌ ନ ଆଣି ଡାକ୍ତରଙ୍କ ପରାମର୍ଶରେ ହିଁ ଔଷଧ ଆଣି ଶିଶୁକୁ ଦିଅନ୍ତୁ।
ଆମ ଦେଶରେ ଆଣ୍ଟିବାୟୋଟିକ୍‌ର ବହୁଳ ଅପବ୍ୟବହାର ହେଉଛି। ଏହାଦ୍ୱାରା ଭବିଷ୍ୟତରେ ଯେତେବେଳେ ପ୍ରକୃତରେ ଜୀବନ ରକ୍ଷାକାରୀ ଆଣ୍ଟିବାୟୋଟିକ ଦରକାର ସେତେବେଳେ ତାହା ଅକାମୀ ହୋଇଯାଇଥାଏ। ୨୦୦୯ ମସିହା ପରଠାରୁ ବିଶ୍ୱରେ କୌଣସି ନୂଆ ଆଣ୍ଟିବାୟୋଟିକ ଉଦ୍ଭାବନ ହୋଇପାରୁନାହିଁ। ଯାହା ଅଛି ତାହାକୁ ନେଇ ଆମକୁ ଭବିଷ୍ୟତରେ ରୋଗ ଭଲ କରିବାକୁ ପଡ଼ିବ। ନିକଟରେ ଆମେରିକାରେ ଏକ ସଂଘନ ଚିକିତ୍ସା କେନ୍ଦ୍ର (ଆଇସିୟୁ)ରେ ଆଣ୍ଟିବାୟୋଟିକ ଅକାମୀ ହୋଇଥିବା କାରଣରୁ ବହୁ ରୋଗୀ ମୃତ୍ୟୁବରଣ କରିଛନ୍ତି।
ଆମ ଶରୀରର ଓଜନଠାରୁ ଯଥେଷ୍ଟ ଗୁଣ ଅଧିକ ଓଜନର ଜୀବାଣୁ ଆମ ଶରୀରରେ ବସବାସ କରୁଛନ୍ତି। ତେଣୁ ବେଳ ଥାଉ ଥାଉ ଯଦି ଆମେ ଜୀବନ ରକ୍ଷାକାରୀ ଆଣ୍ଟିବାୟୋଟିକ୍‌କୁ ଦୁରୁପଯୋଗ କରୁ ତେବେ ସେମାନେ ନିଶ୍ଚୟ ଆମକୁ ନିପାତ କରିଦେବେ। ଜୀବାଣୁମାନେ ମନୁଷ୍ୟ ଅପେକ୍ଷା ଅଧିକ ସ୍ମାର୍ଟ। ସେମାନଙ୍କ ବଞ୍ଚିବାର କୌଶଳ ଆମଠୁ ଅଧିକ।
-ଏସ୍‌ଏନ୍‌ସିୟୁ ଇନ୍‌ଚାର୍ଜ,
ଜଏଣ୍ଟ ଡାଇରେକ୍ଟର, କ୍ୟାପିଟାଲ ହସ୍ପିଟାଲ , ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri