ଶୀତଦିନରେ ବୁଟ୍ସ ଦେବ ଷ୍ଟାଇଲିଶ୍‌ ଲୁକ୍‌

ଶୀତଦିନରେ ନିଜକୁ ଷ୍ଟାଇଲିଶ୍‌ ଦେଖାଇବାକୁ ହେଲେ ଅନେକ ଉପାୟ ରହିଛି । ଏହି ସିଜିନ୍‌ରେ ନିଜ ଲୁକ୍‌କୁ ଷ୍ଟାଇଲିଶ୍‌ କରିବାକୁ ହେଲେ ବୁଟ୍ସ ଭଲ ଅପ୍‌ସନ୍‌ । ଆପଣ ଦେଖିଥିବେ ଅନ୍‌ଲାଇନ୍‌ ହେଉ କି ଅଫ୍‌ଲାଇନ୍‌ ସବୁ ଜାଗାରେ ବୁଟ୍ସ ନଜର ଆସିଥାଏ। ଓ୍ବିଣ୍ଟରରେ ବୁଟ୍ସକୁ ଆପଣ ଜିନ୍ସ, ଟ୍ରାଉଜର୍ସ, ପ୍ୟାଣ୍ଟ୍ସ, ଲେଗିଙ୍ଗ କିମ୍ବା ଡ୍ରେସ କୌଣସି ବି ଆଉଟ୍‌ଫିଟ୍‌ ସହିତ ପିନ୍ଧିପାରିବେ। ଏଠାରେ ଆପଣଙ୍କୁ ଡ୍ରେସ୍‌ ସହିତ ପିନ୍ଧାଯାଉଥିବା ବୁଟ୍ସ ଏବଂ ତାକୁ କେଉଁ ପ୍ରକାରେ ପିନ୍ଧିବେ ତା’ର ଉପାୟ ଆମେ ଦେଉଛୁ ଜାଣନ୍ତୁ ସେ ସମ୍ପର୍କରେ…
ବିଭିନ୍ନ ପ୍ରକାର ବୁଟ୍ସ
ଆଜିକାଲି ମାର୍କେଟ୍‌ରେ ଅନେକ ଡିଜାଇନ୍‌ର ବୁଟ୍ସ ମିଳୁଛି। ଯେମିତି କି ବୁଟିଜ୍‌, ଆଙ୍କଲ ଲେଙ୍ଗନ୍ଥ, ମିଡ୍‌ କଫ ଲେଙ୍ଗନ୍ଥ, ବୁଟ୍ସ ନୀ ଲେଙ୍ଗନ୍ଥ ଓ ଓଭର ନି ଲେଙ୍ଗନ୍ଥ ବୁଟ୍ସକୁ ଥାଇ ହାଇ ବୁଟ୍ସ ବି କୁହାଯାଇଥାଏ। ଏହା ଆଣ୍ଠୁଠୁ ଟିକେ ଉପରକୁ ହୋଇଥାଏ।
ବୁଟ୍ସକୁ ଡ୍ରେସ ସହିତ ପିନ୍ଧିବାର
ଷ୍ଟାଇଲିଶ୍‌ ଉପାୟ
ନି ଲେଙ୍ଗନ୍ଥ ଫ୍ଲୋରାଲ ଡ୍ରେସ ସହିତ ହାଇ ଲେନ୍ଥ ବୁଟ୍ସକୁ ଆପଣ ଅଫିସ୍‌ କିମ୍ବା କକ୍‌ଟେଲ୍‌ ପାର୍ଟିରେ ପିନ୍ଧିପାରିବେ। ଡ୍ରେସ ଓ ବୁଟ୍ସ ସହିତ ବେକରେ ଲଙ୍ଗ ଚେନ୍‌ ନେକଲେସ୍‌, ହାତରେ ବ୍ରେସଲେଟ୍‌ ଓ ଘଣ୍ଟା କ୍ୟାରି କରିପାରିବେ। ଏହି ଲୁକ୍‌କୁ ଆପଣ କଲେଜ୍‌ କିମ୍ବା ଆଉଟିଂରେ ଟ୍ରାଏ କରିପାରିବେ। ଲାଇଟ୍‌ କଲରର ଶର୍ଟ ଡ୍ରେସ, ବ୍ରାଉନ୍‌ ବୁଟ୍ସ ସହିତ ମ୍ୟାଚ୍‌ କଲାଭଳି ଆସେସରିଜ୍‌ ସହ ସ୍ଲିଙ୍ଗ ବ୍ୟାଗ୍‌ ଆପଣଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ।
ବୁଟ୍ସ ଚୟନ କରିବା ସମୟରେ..
ଯଦି ଆପଣ ବୁଟ୍ସକୁ ପ୍ରଥମଥର ଚୟନ କରୁଛନ୍ତି ତେବେ ଅନ୍‌ଲାଇନ୍‌ କିଣିବାକୁ ଆଭଏଡ୍‌ କରନ୍ତୁ। ସବୁବେଳେ ଦୋକାନରୁ ବୁଟ୍ସ କିଣନ୍ତୁ। ଯଦି ଆପଣ ବ୍ରାଣ୍ଡ ଓ ସାଇଜ୍‌କୁ ନେଇ ସିଓର ଥାନ୍ତି ତେବେ ଅନ୍‌ଲାଇନ୍‌ରେ ବି ଏହାକୁ କିଣିପାରିବେ। ବୁଟ୍ସ କିଣିବା ସମୟରେ ଏହାକୁ ଦୁଇଟି ପାଦରେ ସକ୍ସ ପିନ୍ଧି ଟ୍ରାଏ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ବୁଟ୍‌ର ପରଫେକ୍ଟ ସାଇଜ୍‌ ମିଳିଯିବ। ବୁଟ୍ସକୁ ଯେତେବେଳେ ଟ୍ରାଏ କରୁଛନ୍ତି ତାକୁ ପିନ୍ଧି କିଛି ବାଟ ଚାଲନ୍ତୁ। କେବେ କେବେ ବୁଟ୍ସକୁ କେବଳ ଟ୍ରାଏ କଲେ ଏହା ଆରାମ ଦାୟକ କି ନୁହେଁ ଜଣା ପଡି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ୱାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ୱାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?