Posted inଜାତୀୟ

ଶିଶୁ ମଡ଼କ: ତେଜିଲା ରାଜନୀତି

ଜୟପୁର/ନୂଆଦିଲ୍ଲୀ,୩ା୧:ରାଜସ୍ଥାନର କୋଟା ହସ୍ପିଟାଲରେ ଶିଶୁ ମଡ଼କକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ପ୍ରସଙ୍ଗରେ ରାଜ୍ୟରେ କ୍ଷମତାସୀନ ଗେହଲଟ ସରକାରଙ୍କୁ ଭାଜପା ଏବଂ ବିଏସ୍‌ପି ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶିଶୁ ମୃତ୍ୟୁକୁ ନେଇ ରାଜନୀତି ନ କରିବାକୁ ଅନୁରୋଧ କରିଛନ୍ତି। ସ୍ଥିତି ଅନୁଧ୍ୟାନ କରି ଡାକ୍ତରୀ ସୁବିଧା ଉପଲବ୍ଧ କରାଇବା ପାଇଁ ଶୁକ୍ରବାର ଏକ କେନ୍ଦ୍ରୀୟ ଟିମ୍‌ କୋଟା ହସ୍ପିଟାଲ ଯିବ ବୋଲି ଜଣାପଡ଼ିଛି।
କୋଟା ହସ୍ପିଟାଲରେ ଶତାଧିକ ଶିଶୁଙ୍କ ମୃତ୍ୟୁ ଘଟିବା ପରେ ସମାଲୋଚିତ ହୋଇଥିବା ମୁଖ୍ୟମନ୍ତ୍ରୀ ଗେହଲଟ ଗୁରୁବାର କହିଛନ୍ତି, ସରକାର ଏହି ପ୍ରସଙ୍ଗକୁ ନେଇ ସମ୍ବେଦନଶୀଳ। ତେଣୁ ଏହାକୁ ନେଇ ରାଜନୀତି କରା ନ ଯାଉ। ଏହା ପୂର୍ବରୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ଶିଶୁ ମୃତ୍ୟୁ ଉପରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଗେହଲଟ ସରକାରଙ୍କ ଅବହେଳା ଯୋଗୁ ନିଜ ପିଲାଙ୍କୁ ହରାଇଥିବା ମା’ମାନଙ୍କୁ ପ୍ରିୟଙ୍କା ଭେଟିବା ଉଚିତ ବୋଲି ମାୟାବତୀ କହିଥିଲେ। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଧାରଣ ସମ୍ପାଦକ ପ୍ରିୟଙ୍କାଙ୍କୁ ସମାଲୋଚନା କରିଥିଲେ। ଉଭୟେ ମହିଳା ହୋଇ ମଧ୍ୟ ପିଲାଙ୍କୁ ହରାଇଥିବା ମା’ମାନଙ୍କ ବେଦନା ବୁଝିପାରିଲେ ନାହିଁ ବୋଲି ଯୋଗୀ କହିଥିଲେ। ସୋନିଆ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେଙ୍କୁ ସମନ କରିବା ସହ ମୁଖ୍ୟମନ୍ତ୍ରୀ ଗେହଲଟଙ୍କଠାରୁ ଶିଶୁ ମୃତ୍ୟୁ ନେଇ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ଅବିନାଶ ଗୁରୁବାର ସୋନିଆଙ୍କୁ ନୂଆଦିଲ୍ଲୀରେ ଭେଟି କୋଟା ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ପିଲାମାନେ ମରୁଥିବାବେଳେ ଏହାକୁ ରୋକିବା ପାଇଁ ପଦକ୍ଷେପ କାହିଁକି ନିଆଗଲା ନାହିଁ ବୋଲି କ୍ଷୁବ୍ଧ ସୋନିଆ ପ୍ରଶ୍ନ କରିଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରାଜସ୍ଥାନ ସରକାରଙ୍କୁ ଏକ ପତ୍ର ଲେଖି ଏହି ବିଷୟ ଉପରେ ଦୃଷ୍ଟିଦେବାକୁ ପରାମର୍ଶ ଦେଇଛନ୍ତି। ଏହାସହ କେନ୍ଦ୍ର ପକ୍ଷରୁ ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଗେହଲଟ ହର୍ଷବର୍ଦ୍ଧନଙ୍କୁ ଫୋନ୍‌ କରି ହସ୍ପିଟାଲ ପରିଦର୍ଶନ ପାଇଁ ଡାକିଛନ୍ତି। ଏହି ସରକାରୀ ହସ୍ପିଟାଲରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିପରି ଉନ୍ନତ ଚିକିତ୍ସା ଯୋଗାଇଦିଆଯାଉଛି ତାହା ହର୍ଷବର୍ଦ୍ଧନ ନିଜେ ଆସି ଦେଖନ୍ତୁ ବୋଲି ସେ ଟୁଇଟ୍‌ କରିଛନ୍ତି। ଇତିମଧ୍ୟରେ ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ପୂର୍ବ ଭାଜପା ସରକାରକୁ ସମାଲୋଚନା କରିଛନ୍ତି। ଭାଜପା କ୍ଷମତାରେ ଥିବାବେଳେ ହସ୍ପିଟାଲଗୁଡ଼ିକରେ ଉପଯୁକ୍ତ ସୁବିଧା କରି ନ ଥିବାରୁ ଏପରି ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?