ଶିକ୍ଷା ହିଁ ସାମାଜିକ ବିପର୍ଯ୍ୟୟରୁ ମୁକ୍ତିର ବାଟ

ବଲାଙ୍ଗୀର ଅଫିସ, ୪ା୬
ଆମ ସମାଜରେ ଅନେକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି ା ଏହା ଆମ ସାମାଜିକ ଜୀବନକୁ ପ୍ରଭାବିତ କରୁଛି ା ତେବେ ଏଥିରୁ ମୁକ୍ତିର ଏକମାତ୍ର ବାଟ ହେଉଛି ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା ଦ୍ୱାରା ବ୍ୟକ୍ତି ଜୀବନକୁ ସଂଗଠିତ କରିବା ା ଏହି ଗୁରୁତ୍ୱପୂର୍ଣ୍ଣ କାମଟି ଉପଯୁକ୍ତ ଶିକ୍ଷା ଦ୍ୱାରା ହିଁ ସମ୍ଭବ ହୋଇପାରିବ ବୋଲି ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଓଁଙ୍କାର ପାଣିଗ୍ରାହୀ ସ୍ମାରକୀ ବକ୍ତୃତାରେ ମୁଖ୍ୟଅତିଥି ପ୍ରଫେସର ଡ ମଧୁସୂଦନ ପତି କହିଛନ୍ତି ା ଜିଲା ଲେଖକ ପରିଷଦ ତରଫରୁ ସାମ୍ବାଦିକ ଭବନଠାରେ ଆୟୋଜିତ ଏହି ସ୍ମାରକୀ ବକ୍ତୃତାରେ ‘ଫୁଟପାଥ୍‌ର ଆଖିରେ ସତ୍ତା ଓ ଶାସିତ’ ଶୀର୍ଷକରେ ଆଲୋଚନା ଅନୁଷ୍ଠିତ ହୋଇଥିଲା ା ଏଥିରେ ମୁଖ୍ୟଅତିଥି ଭାବେ ପ୍ରଫେସର ପତି, ମୁଖ୍ୟବକ୍ତା ଡୁଙ୍ଗୁରିପାଲି ମହାବିଦ୍ୟାଳୟ ଇତିହାସ ବିଭାଗ ଅଧ୍ୟାପକ କିଶୋର ମେହେର ଓ ସଂଯୋଜକ ଡ. ସନ୍ତୋଷ କୁମାର ରଥ ମଞ୍ଚାସୀନ ଥିଲେ ା ପ୍ରଥମେ ସ୍ବର୍ଗତ ଓଁଙ୍କାର ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ା ଅତିଥି ଓ ତାଙ୍କ ପରିବାର ଲୋକେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସ୍ବାଗତ ବକ୍ତବ୍ୟ ଦେଇଥିଲେ ା କିଶୋର କୁମାର ମିଶ୍ର ସ୍ବର୍ଗତ ଓଁଙ୍କାର ପାଣିଗ୍ରାହୀଙ୍କ ସମ୍ପର୍କରେ ବକ୍ତବ୍ୟ ରଖି ତାଙ୍କ ସାହିତି୍ୟକ ଜୀବନ ଓ ସମାଜସେବା କ୍ଷେତ୍ର ଉପରେ କହିଥିଲେ ା ଅଳ୍ପ ବୟସରେ ଓଁଙ୍କାର ଆରପାରିକୁ ଚାଲିଯାଇଥିଲେ ମଧ୍ୟ ବଲାଙ୍ଗୀରର ବୌଦ୍ଧିକ ଜୀବନକୁ ସେ କିଭଳି ପ୍ରଭାବିତ କରିଥିଲେ ସେ ସମ୍ପର୍କରେ ଆଲୋକପାତ କରିଥିଲେ ା ମୁଖ୍ୟବକ୍ତା ମେହେର ତାଙ୍କ ବକ୍ତବ୍ୟରେ ବର୍ତ୍ତମାନ ଗଣତାନ୍ତ୍ରିକ ବ୍ୟବସ୍ଥା କିଭଳି ସଙ୍କଟ ଦେଇ ଗତି କରୁଛି ତାହା ଉପରେ ଆଲୋଚନା କରିଥିଲେ ା ବଜାର ଅର୍ଥନୀତି ଓ ବଜାର ସମାଜ ଭିତରେ ରହିଥିତ୍ବା ତାରତମ୍ୟ ଓ ଏହାଦ୍ୱାରା ଆମ ସାମାଜିକ ଜୀବନରେ କିଭଳି ପ୍ରଭାବ ପଡୁଛି କହିଥିଲେ ା ବିଭିନ୍ନ ପ୍ରକାର ସ୍କୁଲ ରହିବା ଦ୍ୱାରା ଆମେ ସମାଜ ଭିତରେ କିଭଳି ଭିନ୍ନ ପ୍ରକାରର ଛାତ୍ର ଓ ବିଶେଷକରି ମଣିଷ ତିଆରି ସମାଜକୁ ବିଭାଜିତ କରୁଛୁ କହିଥିଲେ ା ଘରୋଇ ସ୍କୁଲର ତଥାକଥିତ ଆଭିଜାତ୍ୟ ଶ୍ରେଣୀର ଛାତ୍ରୀଛାତ୍ର ଓ ସରକାରୀ ସ୍କୁଲର ବଞ୍ଚତ୍ତ ଗରିବ ଶ୍ରେଣୀର ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମନ୍ବୟ ଓ ମିଳାମିଶା ଉଦ୍ୟମ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ା ଏହା ନହେଲେ ସାମାଜିକ ତାରତମ୍ୟ ଆଗକୁ ଆହୁରି ବଢ଼ିବ ବୋଲି ସେ ଚେତାବନୀ ଦେଇଥିଲେ ା ମୁଖ୍ୟଅତିଥି ପ୍ରଫେସର ପତି ତାଙ୍କ ବକ୍ତବ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ହିଁ ଆମକୁ ବିପଥଗାମୀ କରୁଛି ବୋଲି କହିଥିଲେ ା ବ୍ୟକ୍ତି ନିଜେ ଏକ ଶୁଦ୍ଧପୂତ ଜୀବନ ଜୀଇଁବାକୁ ଚେଷ୍ଟା ନକଲେ ସାମାଜଟି ଆପେ ଶୁଦ୍ଧ ଓ ସଂସ୍କାରିତ ହେବନାହିଁ ବୋଲି ସେ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ, ଦିଅର, ଯାଆ ମିଶି ଦେଉଥିଲେ ନିର୍ଯାତନା, କୋର୍ଟ ଶୁଣାଇଲେ ଏଭଳି ଦଣ୍ଡ…

ସମ୍ବଲପୁର,୨୯।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ଏକ ବହୁ ଚର୍ଚ୍ଚିତ ବଧୂ ନିର୍ଯାତନା ମାମଲାରେ ସମ୍ବଲପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣେ ଗୁରତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

ଚଷମା ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଭଷ୍ମ

ସମ୍ବଲପୁର, ୨୯।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜାସ୍ଥିତ ଏକ ଜଣାଶୁଣା ତିନି ମହଲା ବିଶିଷ୍ଟ ଚଷମା ସୋରୁମ ‘ଭିଜନ କେୟାର’ରେ ଆଜି ଭୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri