ଶିକ୍ଷା ବିଭାଗର ଅଜବ ନୀତି: ସୁରଭି ପରଦିନ ଷାଣ୍ମାସିକ ପରୀକ୍ଷା

(ଦିନେଶ ଦେହୁରୀ) ବନ୍ତଳା,୨୭।୧୦ – ଅନୁଗୋଳ ଶିକ୍ଷା ଜିଲାରେ ଶିକ୍ଷା ବିଭାଗର ଅଜବ ନୀତି ପ୍ରତିଭା ବିକାଶରେ ଅନ୍ତରାୟ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ଗଣ ଶିକ୍ଷାମନ୍ତ୍ରୀ ଆସନ୍ତା ୨୯ ତାରିଖରୁ ନଭେମ୍ବର ୨ ପର୍ଯ୍ୟନ୍ତ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହେବ ବୋଲି ଘୋଷଣା କରିଥିବାବେଳେ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଆସନ୍ତା ୨୮ରେ ସୁରଭି କାର୍ଯ୍ୟକ୍ରମ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଏପରି ସ୍ଥିତିରେ କିପରି ପିଲାମାନେ ସୁରଭି ଓ ପରୀକ୍ଷା ପାଇଁ ଏକା ସଙ୍ଗେ ପ୍ରସ୍ତୁତ ହେବେ ସେ ନେଇ ସମସ୍ୟାରେ ପଡିଛନ୍ତି। ଏହାକୁ ନେଇ ଅଭିଭାବକମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଭାଗ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ପ୍ରତିଭା ବିକାଶ ଦିଗରେ ବାଧା ସୃଷ୍ଟି କରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏଥିଯୋଗୁ ଅନେକ ଛାତ୍ରୀଛାତ୍ର ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଯାଇ ସୁରଭିରେ ଭାଗ ନେବାକୁ ବଞ୍ଚିତ ହେବେ ବୋଲି ସେମାନେ ପ୍ରକାଶ କରିଛନ୍ତି।
ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନେ ୨୯ ତାରିଖରେ ଷାଣ୍ମାସିକ ପରୀକ୍ଷା ଦେବେ। ଏହା ପୂର୍ବଦିନ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜିଲାର ପ୍ରତ୍ୟେକ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲର ଛାତ୍ରୀଛାତ୍ରଙ୍କୁ ନେଇ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିର ହୋଇଛି। ପ୍ରତି ବ୍ଲକରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୬୦ ଛାତ୍ରୀଛାତ୍ର ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜଣାଇ ଦିଆଯାଇଛି। ଏଥିରେ ବରିଷ୍ଠ ବିଭାଗରେ ଅଷ୍ଟମରୁ ଦଶମ ଏବଂ କନିଷ୍ଠ ବିଭାଗରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପିଲାମାନେ ଭାଗ ନେବେ। କ୍ଲଷ୍ଟରସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ବ୍ଲକସ୍ତରକୁ ମନୋନୀତ ହେବେ। ୨୮ ତାରିଖ ସୁଦ୍ଧା ସୁରଭି କାର୍ଯ୍ୟକ୍ରମ ଶେଷ କରିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅନୁଗୋଳର ୮ଟି ବ୍ଲକରୁ ଅନୁଗୋଳ, ବଅଁରପାଳ, ତାଳଚେରରେ ଏହା ହୋଇପାରି ନାହିଁ। ଫଳରେ ୨୮ ତାରିଖରେ ଅନୁଗୋଳ ବ୍ଲକ ଓ ମ୍ୟୁନିସିପାଲଟି ଅଞ୍ଚଳର ୧୭ଟି କ୍ଲଷ୍ଟରକୁ ନେଇ ପିଟିସି ହାଇସ୍କୁଲ, ବଅଁରପାଳ ବ୍ଲକ ଅଞ୍ଚଳର ୧୬ ଟି କ୍ଲଷ୍ଟରକୁ ନେଇ କୁଇଓ ଜାମୁନାଳୀ ଅଲେଖ ପାଟଣା ସ୍କୁଲ ଓ ତାଳଚେର ବ୍ଲକର ୧୩ ଟି କ୍ଲଷ୍ଟରକୁ ନେଇ ଯୁବରାଜ ହାଇସ୍କୁଲରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେଣୁ ସୁରଭି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇ ପିଲାଙ୍କ ପରୀକ୍ଷା ଶେଷ ହେବା ପରେ ଏହାକୁ ଆୟୋଜନ କରାଯିବାକୁ ଅଭିଭାବକମାନେ ଦାବି କରିଛନ୍ତି।
ଏ ନେଇ ଅଭିଭାବକ କଲ୍ୟାଣୀ ବେହେରା, ସୁଜାତା ବେହେରା, ରଞ୍ଜନ ସାହୁ, ତପସ୍ବନୀ ସାହୁ ପ୍ରମୁଖ କୁହନ୍ତି, ପରୀକ୍ଷା ପୂର୍ବଦିନ ସୁରଭି କାର୍ଯ୍ୟକ୍ରମ କରିବା ଠିକ ନୁହେଁ। ପିଲାମାନେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇପାରିବେ ନାହିଁ। ମେଧାବୀ ପିଲାମାନଙ୍କୁ ସୁରଭି କାର୍ଯ୍ୟକ୍ରମକୁ ଛାଡିବାକୁ ଅଭିଭାବକମାନେ ଇଚ୍ଛା କରିବେ ନାହିଁ। ଫଳରେ ଏହି କାର୍ଯ୍ୟକ୍ରମ ବିଫଳ ହେବ। ପରୀକ୍ଷା ପରେ ସୁରଭି ଆୟୋଜନ କରାଯାଉ। ଜିଲା ଶିକ୍ଷା ବିଭାଗ, ଡିପିସି, ବ୍ଲକ ଶିକ୍ଷା ଅଧିକାରୀମାନେ ମନଇଚ୍ଛା କାର୍ଯ୍ୟ କରୁଥିବା ଅନୁଗୋଳ ବ୍ଲକ ଚେୟାରମ୍ୟାନ ନିରଞ୍ଜନ ଦେହୁରୀ, ପୋକତୁଙ୍ଗା ସରପଞ୍ଚ ରୀନା ରାଣୀ ପ୍ରଧାନ, ବନ୍ତଳା ସରପଞ୍ଚ ହରିହର ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରକାଶ ପାଗଳ, ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଜିଲା ସଭାପତି ପ୍ରଦୀପ ବାହୁକ ପ୍ରମୁଖ କୁହନ୍ତି, ବର୍ଷା ପାଇଁ ସୁରଭି କାର୍ଯ୍ୟକ୍ରମକୁ ଘୁଞ୍ଚା ଯାଇଛି। କିନ୍ତୁ ୨୮ ରେ ସୁରଭି ସାରି ୨୯ ରେ ପରୀକ୍ଷା ଦେବା ପିଲାଙ୍କ ପକ୍ଷେ କଷ୍ଟକର ହେବ। ସେମାନେ ମାନସିକସ୍ତରରେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ ନାହିଁ। ଏ ନେଇ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କୁ ଯୋଗାଯୋଗ କରିବାରେ କହିଛନ୍ତି, ସୁରଭି କାର୍ଯ୍ୟକ୍ରମ ଡିପିସି ଓ ବିଇଓମାନେ କରୁଛନ୍ତି। ଡିପିସି ନିରଞ୍ଜନ ସାହୁ କୁହନ୍ତି, ଏଥିରେ ମୁଁ କିଛି କରି ପାରିବି ନାହିଁ। ପୂର୍ବରୁ ସୁରଭି କାର୍ଯ୍ୟକ୍ରମ ପାଇଁ ଦିନ ସ୍ଥିରୀକୃତ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri