ଶିକାଗୋ ବିଶ୍ୱବିଦ୍ୟାଳୟ ସହଭାଗିତାରେ ପ୍ରତିଷ୍ଠା ହେବ ଡିପିଆଇସି

ଭୁବନେଶ୍ୱର,୨୨ା୧(ବ୍ୟୁରୋ):ରାଜ୍ୟ ପ୍ରଶାସନକୁ ପୂର୍ବାପେକ୍ଷା ଅଧିକ ଲୋକାଭିମୁଖୀ କରିବା ପାଇଁ ଚେଷ୍ଟା କରାଯାଉଛି। ଗତବର୍ଷଠାରୁ ଆରମ୍ଭ ହୋଇଥିବା ‘ମୋ ସରକାର’ ଏବଂ ୫-ଟି କାର୍ଯ୍ୟକ୍ରମ ଏହି ଚେଷ୍ଟାକୁ ସଫଳ କରୁଥିବାର ଲକ୍ଷ୍ୟ କରାଯାଉଛି। ପ୍ରାଥମିକ ଭାବେ ସ୍ବାସ୍ଥ୍ୟସେବା, ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନ ଏବଂ ପୋଲିସ ସେବାକୁ ବ୍ୟାପକ ଗୁରୁତ୍ୱ ଦିଆଯାଇଛି। ମୋ ସରକାର ଏବଂ ୫-ଟି କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଏକ ଡାଟା ପଲିସି ଇନୋଭେଶନ୍‌ ସେଣ୍ଟର(ଡିପିଆଇସି) କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ହୋଇଥିବା ବୈଠକରେ ଏ ସମ୍ପର୍କିତ ସମୀକ୍ଷା ଅନୁଷ୍ଠିତ ହୋଇଛି।
ଏହି ଡିପିଆଇସି ଗଠନ କ୍ଷେତ୍ରରେ ଶିକାଗୋ ୟୁନିଭରସିଟି ବୈଷୟିକ ସହଯୋଗ କରିବ। ବୈଠକରେ କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ପ୍ରକଳ୍ପ ସମ୍ପର୍କିତ ପ୍ରାଥମିକ ଚିଠା ଉପସ୍ଥାପନ କରିଥିଲେ। ଶିକାଗୋ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏନର୍ଜି ପଲିସି ଇନ୍‌ଷ୍ଟିଚ୍ୟୁଟ୍‌ର ଥିମ୍‌ ଏକ୍ସପର୍ଟ ଏବଂ ଦକ୍ଷିିଣ ଏସିଆ ନିର୍ଦ୍ଦେଶକ ପ୍ରକଳ୍ପ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ। ଉପସ୍ଥାପନାକୁ ଅନୁଧ୍ୟାନ କରିବା ପରେ ମୁଖ୍ୟ ଶାସନ ସଚିବ ଏ ସମ୍ପର୍କିତ ରୂପରେଖ ପ୍ରସ୍ତୁତ କରିବା ପାଇଁ ଯୋଜନା ଓ ସଂଯୋଜନ ବିଭାଗ, ସାଧାରଣ ପ୍ରଶାସନ, ଇଲେକ୍ରୋଟିକ୍ସ ଓ ଆଇଟି ଏବଂ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜନଗଣଙ୍କୁ ସେବା ପ୍ରଦାନରେ ନୂତନ ପ୍ରକାରର ନୀତି ପାଇଁ ବୃହତ୍‌ ତଥ୍ୟ(ବିଗ୍‌ ଡାଟା) ବ୍ୟବହାରକୁ ଅନୁମୋଦନ ଦିଆଯାଇଛି। ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କ କହିବାନୁଯାୟୀ, ଡିପିଆଇସି ଏକ ଉତ୍କର୍ଷର କେନ୍ଦ୍ରଭାବେ କାର୍ଯ୍ୟ କରିବ। କୃତ୍ରିମ ବୁଦ୍ଧିମତ୍ତା, ଆଧୁନିକ ଅର୍ଥନୈତିକବାଦ୍‌ ଏବଂ ପରିସଂଖ୍ୟାନ ଇତ୍ୟାଦି ନୀତି ନିର୍ଦ୍ଧାରଣରେ ସହାୟକ ହେବ। ଏହା ଶିକାଗୋ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ସହ ରାଜ୍ୟ ସରକାରଙ୍କ ବିଭାଗ ମଧ୍ୟରେ ସମନ୍ବୟ ସ୍ଥାପିତ ହୋଇପାରିବ। ପ୍ରଶାସନରେ ବିଗ୍‌ ଡାଟାର ଅନେକ ଆବଶ୍ୟକତା ଥିବା ଜଣାପଡିଛି। ଜଳ ଏବଂ ବିଦ୍ୟୁତ ଶକ୍ତି ବ୍ୟବହାର କ୍ଷେତ୍ରରେ ଏହା ସହାୟକ ହେବ ବୋଲି କୁହାଯାଉଛି। କୃଷି କ୍ଷେତ୍ରରେ କ୍ରପ୍‌ ଡାଇଭର୍ସଫିକେଶନ୍‌, କୃଷି ପଦ୍ଧତି, ପ୍ରଦୂଷଣ ହ୍ରାସ ଏବଂ ପରିବେଶ ସୁରକ୍ଷା ଦିଗରେ ଡିପିଆଇସି ସହଯୋଗ କରିବ ବୋଲି କୁହାଯାଉଛି।
ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର, ଅର୍ଥ ପ୍ରମୁଖ ସଚିବ ଅଶୋକ ମୀନା, ସ୍କୁଲ ଓ ଗଣଶିକ୍ଷା ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ୍‌, ଆଇଟି ସଚିବ ମନୋଜ ମିଶ୍ର ଏବଂ ଶିକାଗୋ ବିଶ୍ୱବିଦ୍ୟାଳୟ ପ୍ରତିନିଧି ଭାବେ ଡକ୍ଟର ଅନନ୍ତ ସୁଦର୍ଶନ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ରୋହୀ ଟିଏମସି ଏମପିଙ୍କୁ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରାଯିବାକୁ ନେଇ ବିରୋଧୀ କ୍ଷୁବ୍ଧ

ନୂଆଦିଲ୍ଲୀ,୧୯।୭: ସଂସଦୀୟ ଅଧିବେଶନ ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ଏମପିମାନଙ୍କୁ ମଧ୍ୟ ଯୋଗଦେବାକୁ ନିମନ୍ତ୍ରଣ…

ଜଗନ୍ନାଥପ୍ରସାଦ NAC ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୨ ଓ୍ବାର୍ଡରେ ହେବ ବିଭକ୍ତ, ଆସନ ସଂରକ୍ଷଣ ନେଇ…

ଜଗନ୍ନାଥପ୍ରସାଦ,୧୯ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା…

ଫେସବୁକ ଡାଉନ: ଲଗଇନ ଠାରୁ ୱେବସାଇଟ ପର୍ଯ୍ୟନ୍ତ ସେବା ଠପ

ନୂଆଦିଲ୍ଲୀ,୧୯।୭: ଯଦି ଆଜି ସକାଳ ଠାରୁ ଆପଣଙ୍କର ଫେସବୁକ ଠିକ ଭାବରେ କାମ କରୁନାହିଁ, ତେବେ ଆପଣ ଏକା ନୁହଁନ୍ତି। ସାରା ବିଶ୍ୱରେ ହଜାର ହଜାର ଉପଭୋକ୍ତା…

ଗାଁକୁ ଆସି ପାରିଲାନି ଜନନୀ ଏକ୍ସପ୍ରେସ୍‌, ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ୨ କିଲୋମିଟର ବୋହିଲେ ଗ୍ରାମବାସୀ

ଭବାନୀପାଟଣା/ଥୁଆମୂଳ ରାମପୁର,୧୯ା୭(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ରାସ୍ତା ସମସ୍ୟା ପୁଣିଥରେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି। ପ୍ରସବ…

ଆମେରିକା ସହିତ ସମସ୍ତ ଚୁକ୍ତିନାମା ବାତିଲ ଘୋଷଣା କରିଛି ଇରାନ, କହିଛି MOUର ଅଧ୍ୟାୟ ଏବେ ସମ୍ପୂର୍ଣ୍ଣ ବନ୍ଦ

ତେହରାନ,୧୯।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିନାମା ଶନିବାର ସମ୍ପୂର୍ଣ୍ଣ ଭାବରେ ବାତିଲ ହୋଇଗଲା। ପାକିସ୍ତାନ ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଏହି ଚୁକ୍ତିନାମା – ଇସଲାମାବାଦ…

‘ଡୋନାଲ୍ଡ ଟ୍ରମ୍ପ ଜଣେ ମହାନ ଶୈତାନ,’ ମୋଜତାବା ଖାମେନେଇ କହିଲେ – ‘ତାଙ୍କ ଦସ୍ତଖତ ସମ୍ପୂର୍ଣ୍ଣ ମୂଲ୍ୟହୀନ’

ତେହରାନ,୧୯।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମେନେଇ ଶନିବାର ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବଡ଼ ଆକ୍ରମଣ ଆରମ୍ଭ କରି ତାଙ୍କୁ ‘ମହାନ ଶୈତାନ’ ବୋଲି ଆଖ୍ୟା…

ପାକିସ୍ତାନର ପୋଲ୍‌ ଖୋଲିଲେ ନିଆଜି! ଅପରେଶନ ସିନ୍ଦୂରକୁ ନେଇ ବଡ଼ଦାବି କଲେଣି ଇମ୍ରାନଙ୍କ ଭଉଣୀ

ଇସଲାମାବାଦ,୧୯।୭: ‘ଅପରେଶନ ସିନ୍ଦୂର’ ସମୟରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତୀୟ କ୍ଷେପଣାସ୍ତ୍ର ସାମ୍ନାରେ ପାକିସ୍ତାନୀ ସେନା ଆତ୍ମସମର୍ପଣ କରିବାକୁ ବସିଥିଲା। ଏହି ପରିପ୍ରେକ୍ଷୀରେ, ପୂର୍ବତନ ପାକିସ୍ତାନୀ…

ଇରାନ ଆମେରିକା ସହିତ ପୁଣିଥରେ ଯୁଦ୍ଧ ଆରମ୍ଭ କରିବାରୁ କ୍ଷୁବ୍ଧ ହେଲା ପାକିସ୍ତାନ, ବିଶେଷଜ୍ଞ କହିଲେ -‘ଏହା ଶକ୍ତି ନୁହେଁ ବରଂ…’

ଇସଲାମାବାଦ,୧୯।୭: ଆମେରିକା ସହିତ ବଢୁଥିବା ଉତ୍ତେଜନା ମଧ୍ୟରେ, ଇରାନ ଇସଲାମାବାଦ ବୁଝାମଣାପତ୍ର ଅନୁଯାୟୀ ସମସ୍ତ ଦାୟିତ୍ୱକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି। ପାକିସ୍ତାନ ମଧ୍ୟ ଏହି ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri