ଜଗନ୍ନାଥପ୍ରସାଦ NAC ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୨ ଓ୍ବାର୍ଡରେ ହେବ ବିଭକ୍ତ, ଆସନ ସଂରକ୍ଷଣ ନେଇ…

ଜଗନ୍ନାଥପ୍ରସାଦ,୧୯ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା ଜାରି ହୋଇଛି l

ଗଞ୍ଜାମ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଭି. କୀର୍ତ୍ତିଭାସନଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିବା ଅଧିସୂଚନା ଅନୁସାରେ, ଜଗନ୍ନାଥପ୍ରସାଦ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ୧୨ଟି ଓ୍ବାର୍ଡ ରହିବ। ୧ ନମ୍ବର ଓ୍ବାର୍ଡରେ ବାଣିଖୋଲା, ତାଳପଙ୍କା, ଚିକିଲି ତଳସାହି, ଯାହାର ପଶ୍ଚିମରେ ରହିଛି ହରିପୁର ଓ ଦକ୍ଷିଣରେ ନଡ଼ା, ଚିକିଲି ଗ୍ରାମଟି ୨ନମ୍ବର ୱାର୍ଡ। ଜନସଂଖ୍ୟା ଦୃଷ୍ଟିରୁ ଚୋପରା ଗ୍ରାମଟିକୁ ଦୁଇ ଭାଗରେ ବିଭକ୍ତ କରାଯାଇ ୩ ନମ୍ବର ୱାର୍ଡ ଚୋପରା ଦକ୍ଷିଣ ଓ ୪ ନମ୍ବର ଓ୍ବାର୍ଡ ଚୋପରା ଉତ୍ତର ରହିଛି। ୫ ନମ୍ବର ଓ୍ବାର୍ଡଟି ହେଉଛି କଇଥସାହି, ଯାହା ପୂର୍ବରେ ପାନ୍ତିଆମାନାଳ, ପଶ୍ଚିମରେ ଚୋପରା ଓ ଦକ୍ଷିଣରେ ଭୁକ୍ତାଭୂମି ପର୍ଯ୍ୟନ୍ତ ବିସ୍ତାରିତ,୬ ନମ୍ବର ଓ୍ବାର୍ଡ ଇନ୍ଦ୍ରଗଡ଼, ଥାନାସାହି, ହାଟପଦା, ବଜାର ସାହି, ନୂଆସାହି, ୭ ନମ୍ବର ଓ୍ବାର୍ଡରେ ରହିଛି ଜଳି ସାହି, ଗଡ଼ ସାହି, ବଡ଼ଦାଣ୍ଡ ସାହି ଏବଂ କୁମ୍ଭାର ସାହି। ୮ ନମ୍ବର ଓ୍ବାର୍ଡରେ ଲଙ୍କାଗଡ଼, ତନ୍ତିକୋଲୋଣି, କରଣ ସାହି ଏବଂ ପାଇକ ସାହି। ଓ୍ବାର୍ଡ ନମ୍ବର ୯ରେ ଆଜ୍ଞାପ୍ରସାଦର କିଛି ଅଂଶ ଥିବା ବେଳେ ଓ୍ବାର୍ଡ ନମ୍ବର ୧୦ରେ ଆଜ୍ଞାପ୍ରସାଦର କିଛି ଅଂଶ ଓ ଜଗନ୍ନାଥପୁର ଶାସନ ଯୋଡ଼ି ହୋଇଛି। ନୂତନ ଭାବରେ ଯୋଡ଼ି ହୋଇଥିବା ଚାରିକୋଣିଆ ଗ୍ରାମଟି ହେଉଛି ୧୧ ନମ୍ବର ଓ୍ବାର୍ଡ ଓ ୧୨ ନମ୍ବର ୱାର୍ଡରେ ଡୁଙ୍ଗାପଲ୍ଲି, କ୍ରିୟାଧର, କଟକଟି, ଆକୁଲକୁମ୍ପା, କନ୍ଧଗାଲେରୀ, ବରବରା, ଡିିମିରିପଲ୍ଲୀ, ବଣିଆପଲ୍ଲୀ, କୌରାପଲ୍ଲୀ, ରାମେଶ୍ୱର ପଲ୍ଲୀ, ନାରାୟଣପଲ୍ଲୀକୁ ନେଇ ନବଗଠିତ ଜଗନ୍ନାଥପ୍ରସାଦ ବିଜ୍ଞାପିତ ଅଞ୍ଚଳ ପରିଷଦ।

ଆସନ ସଂଗ୍ରହ କଥା କହିଲେ ଓ୍ବାର୍ଡ-୧ ଓ ୨ ପାଇଁ ସାଧାରଣ ବର୍ଗ, ଓ୍ବାର୍ଡ୍‌-୩ ଅନୁସୂଚିତ ବର୍ଗ (ମହିଳା), ଓ୍ବାର୍ଡ-୪ ଅନୁସୂଚିତ ଜାତି, ଓ୍ବାର୍ଡ-୫, ୬ଓ ୭ରେ କେବଳ ମହିଳା, ଓ୍ବାର୍ଡ-୮ ଅନୁସୂଚିତ (ମହିଳା), ଓ୍ବାର୍ଡ-୯, ୧୦ ଓ ୧୧ ରେ ସାଧାରଣବର୍ଗ ଏବଂ ଓ୍ବାର୍ଡ-୧୨ ପାଇଁ ଅନୁସୂଚିତ ଜନଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ଅଛି। ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନିମନ୍ତେ ଚିଠି ନମ୍ବର-୨୭୧ ପ୍ରକାରେ ଚଳିତ ମାସ ୧୩ରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ଦିନ ଅର୍ଥାତ ଆସନ୍ତା ୨୨ରିଖ ମଧ୍ୟରେ କୌଣସି ବ୍ୟକ୍ତିଙ୍କର ଆପତ୍ତି ଅଭିଯୋଗ କରିପାରିବେ। ନିର୍ଦ୍ଧାରିତ ସମୟ ପରେ ମିଳିଥିବା ଆପତ୍ତି ଗ୍ରହଣ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ ୨୦୨୭ ପାଇଁ BCCIର ମାଷ୍ଟରପ୍ଲାନ୍‌! ବୁଝନ୍ତୁ ବଡ଼ ସମୀକରଣ

ନୂଆଦିଲ୍ଲୀ, ୩।୯: ଟିମ ଇଣ୍ଡିଆର ଆଗାମୀ ବଡ଼ ଲକ୍ଷ୍ୟ ହେଉଛି ୨୦୨୭ ଦିନିକିଆ ବିଶ୍ୱକପ ଟ୍ରଫି ଜିତିବା। ଏହି ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

କ୍ଷେତରେ କାମ କରୁଥିବା ବୃଦ୍ଧାଙ୍କୁ ଦେଖି ଅଟକିଲା ବିଜୟଙ୍କ କାର୍‌! ତା’ପରେ ଯାହା କଲେ, ଭାଇରାଲ ହେଲା ଭିଡିଓ

ଚେନ୍ନାଇ,୩।୯: ତାମିଲନାଡୁର ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ବିଜୟ ଜଣେ ବୃଦ୍ଧା ମହିଳାଙ୍କୁ ଭେଟି ତାଙ୍କ…

ଏଣିକି ATMରୁ ଟଙ୍କା ଉଠାଇବା ପଡିବ ମହଙ୍ଗା, ଏତେ ଟଙ୍କା ଲାଗିବ ଏକ୍ସଟ୍ରା ଚାର୍ଜ!

ନୂଆଦିଲ୍ଲୀ,୩।୯: ଏଣିକି ଏଟିଏମରୁ ଟଙ୍କା କାଢିବା ହେଲା ମହଙ୍ଗା। ଯଦି ଆପଣ କାନାରା ବ୍ୟାଙ୍କର ଏଟିଏମ (ATM) କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏବେ ଟଙ୍କା ଉଠାଇବା…

ଏହି ବର୍ଷ ଦ୍ୱାପର ଯୁଗ ଭଳି ଦୁର୍ଲଭ ସଂଯୋଗ! ଜନ୍ମାଷ୍ଟମୀଠାରୁ ଏହି ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ, ଦୂର ହେବ ସବୁ ସମସ୍ୟା

ଧାର୍ମିକ ଦୃଷ୍ଟିକୋଣରୁ ଏହି ଦିନର ବିଶେଷ ମହତ୍ତ୍ୱ ଥିବାବେଳେ, ଜ୍ୟୋତିଷ ଦୃଷ୍ଟିରୁ ମଧ୍ୟ ଏଥର ଜନ୍ମାଷ୍ଟମୀକୁ ବେଶ ଖାସ ବୋଲି କୁହାଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ଜନ୍ମାଷ୍ଟମୀର…

ସେପ୍ଟେମ୍ୱର ୩ର ଗ୍ରହ ଯୋଗରେ ୫ ରାଶିଙ୍କ ୩ଗୁଣା ବଢିବ ଇନକମ୍‌, ଅଟକି ରହିଥିବା କାମ ଆଗେଇବ…

୩ ସେପ୍ଟେମ୍ୱର ୨୦୨୬ ରେ ଭାଦ୍ରବ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି ଏବଂ ଗୁରୁବାର। ଏହି ଦିନଟି ଦେବଗୁରୁ ବୃହସ୍ପତିଙ୍କୁ ସମର୍ପିତ, ଯିଏ ଜ୍ଞାନ, ଧନ, ବିବାହ…

ସଙ୍କଟରେ ଏହି ୭ ଭାରତୀୟ ଖେଳାଳିଙ୍କ କ୍ୟାରିୟର: ଟିମ ଇଣ୍ଡିଆକୁ ଫେରିବା ରାସ୍ତା କଷ୍ଟକର, ଲିଷ୍ଟରେ ଅଛନ୍ତି…

ନୂଆଦିଲ୍ଲୀ,୩।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚରେ ଟି-୨୦ ସିରିଜକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚା ଜୋର ଧରିଛି। ବିସିସିଆଇ ସେପ୍ଟେମ୍ବର ୧ରେ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ସମାଲୋଚନା ଭୟ: ଜେନ୍‌-ଜି ହରାଉଛନ୍ତି କ୍ୟାରିୟର ସୁଯୋଗ

ମୁମ୍ବାଇ, ୩ା୯: ଲୋକେ କ’ଣ ଭାବିବେ’ ବା ସମାଲୋଚନା ହେବାର ଭୟ ଯୋଗୁ ନୂଆପିଢ଼ିର ‘ଜେନ୍‌-ଜି’ ପେସାଦାରମାନେ ନେଟୱର୍କିଂ କରିବାରୁ ଓ କ୍ୟାରିୟରରେ ସହାୟକ ହୋଇପାରୁଥିବା ବ୍ୟକ୍ତିମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri