ଶାଳଗଣ୍ଡି ସହ ପିକ୍‌ଅପ୍‌ ଜବତ, ୩ ଗିରଫ

ଜମନକିରା,୨।୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବାମରା ବନ୍ୟପ୍ରାଣୀ ବନଖଣ୍ଡସ୍ଥ ବଡ଼ରମା ରେଞ୍ଜ କାଣିବନ୍ଧଲି ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଏକ ପିକ୍‌ଅପ୍‌ ସହ ୬ ଖଣ୍ଡ ଶାଳଗଣ୍ଡି ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଏମ୍‌.ଡି. ସମୀର, ଏସ୍‌. କେ.ରିଆଜ୍‌ ଏବଂ ଗୋପବନ୍ଧୁ ଡୁଙ୍ଗଡୁଙ୍ଗ।
ସୂଚନାଯୋଗ୍ୟ, ବଡ଼ରମା ବନ ବିଭାଗ ପକ୍ଷରୁ ରାତ୍ରିରେ ପାଟ୍ରୋଲିଂ ଚାଲିଥିବା ବେଳେ ମୁଣ୍ଢେନପାଲି ରେଞ୍ଜ କାଣିବନ୍ଧଲି ରାସ୍ତାରେ ଏକ ପିକ୍‌ଅପ୍‌ (ଓଡି ୧୫ ଏ ୬୪୭)ରେ ବେଆଇନ୍‌ ଭାବେ ଶାଳଗଣ୍ଡି ନିଆଯାଉଥିବା କୌଣସି ସୂତ୍ରରୁ ଖବର ମିଳିଥିଲା। ବଡ଼ରମା ରେଞ୍ଜର ନିଳାଦ୍ରୀନାଥ ସାହୁ, ଫରେଷ୍ଟର ଲେଖାରାଣୀ ମହାନନ୍ଦ, ଫରେଷ୍ଟଗାର୍ଡ଼ କୁମରମଣୀ କୁସୁମ, ସଞ୍ଜୀବ କିସାନଙ୍କ ସମେତ ସ୍ପେଶାଲ ସ୍କ୍ବାଡ ସାମିଲ ହୋଇ ଏହି ଚଢ଼ାଉ କରିଥିଲେ। ଏନେଇ ବଡ଼ରମା ରେଞ୍ଜରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଠୁ ବଳିଯାଉଛି ଗୁଳୁଗୁଳି ଯନ୍ତ୍ରଣା, ଏହିଦିନଠୁ ପୁଣି କାଳବୈଶାଖୀ ବର୍ଷା

ଭୁବନେଶ୍ୱର,୨୭।୪(ବନ୍ଦନା ସେଠୀ): ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପଶ୍ଚିମରେ ଖରାତାତି ଓ ଉପକୂଳରେ ଗୁଳୁଗୁଳି ଅନୁଭୂତ ହେଉଛି। ଗତ କିଛିଦିନ ହେବ ସାଧାରଣତଃ ଉତ୍ତର…

Video: ଟ୍ରମ୍ପଙ୍କ ମଜା ଉଡାଇଲା ଇରାନ, ଏମିତି ଭିଡ଼ିଓ ଜାରି କଲା ଯିଏ ଦେଖିଲା କହିଲା…

ତେହରାନ,୨୭।୪: ୱାଶିଂଟନରେ ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସଙ୍କ ରାତ୍ରୀଭୋଜନ ସମୟରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ, ଇରାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରିହାସ କରି ଏକ ଲେଗୋ-ଶୈଳୀର…

ଆମ ସଂସ୍କାର, ଆମ ପରିଚୟ

ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ନେପାଳର ଏକ ରାସ୍ତାରେ ଦୁଇଜଣ ଭାରତୀୟ ପର୍ଯ୍ୟଟକ ଗୁଟ୍‌ଖା ଛେପ ପକାଇବା ସମୟରେ…

ଦେଶରେ ଶ୍ରମିକ ଅଶାନ୍ତ

ଗତ ଏପ୍ରିଲ ୧୩ ତାରିଖରେ ନଏଡା ଫେଜ୍‌-୨ରେ ଅନେକ ହଜାର ଶ୍ରମିକଙ୍କ ଆନ୍ଦୋଳନ ସେମାନଙ୍କ ମନରେ ଥିବା ଦୀର୍ଘଦିନର ଆକ୍ରୋଶକୁ ପ୍ରକାଶ କରିଛି। ସେଠାକାର ବିଭିନ୍ନ ଶିଳ୍ପ…

ଆଜି ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ

ଭୁବନେଶ୍ୱର,୨୭।୪(ବନ୍ଦନା ସେଠୀ): ସୋମବାର ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ହେବ ନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଜନଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା…

ଅଧିକ ମୋବାଇଲ୍ ଦେଖୁଥିଲେ ସାବଧାନ! ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଆଜିକାଲି ହାଇଟେକ୍‌ ଯୁଗରେ ମୋବାଇଲର ବ୍ୟବହାର କେତେ ବହୁଳ ହୋଇଯାଇଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏବେ ଅନେକ କାମରେ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି। ବିଶେଷଭାବରେ…

ଚେନ୍ନାଇକୁ ହରାଇଲା ଗୁଜରାଟ

ଚେନ୍ନାଇ,୨୬ା୪: ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ବଳରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ (ଜିଟି) ୮ ଉଇକେଟରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)କୁ ପରାସ୍ତ କରିଛି।…

ଭଞ୍ଜନଗର ଠାକୁରାଣୀ ଯାତ୍ରା ଆରମ୍ଭ, ସହର ଉତ୍ସବମୁଖର

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ରବିବାର ଆରମ୍ଭ ହୋଇଯାଇଛି। ଯାତ୍ରାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଆତସବାଜି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri