Posted inଫୁରସତ

ଶହେ ବର୍ଷ ହେବ ଏଠି ହେଉଛି ମାଛ ବର୍ଷା

କୁଆପଥର ବର୍ଷା କଥା ସମସ୍ତେ ଜାଣିଥିବେ। ହେଲେ ମାଛ ବର୍ଷା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ବିଶ୍ୱରେ ଏମିତି ଏକ ସହର ଅଛି ଯେଉଁଠି ପ୍ରତିବର୍ଷ ମାଛ ବର୍ଷା ହୋଇଥାଏ ବୋଲି କୁହାଯାଏ। ଏହା କେବେକେବେ ବର୍ଷକୁ ଥରେ ଅବା ଦୁଇଥର ମଧ୍ୟ ହୋଇଥାଏ। ମେକ୍ସିକୋ ନିକଟରେ ଥିବା ହଣ୍ଡୁରାସରେ ଏମିତି ମାଛ ବର୍ଷା ହୋଇଥାଏ ବୋଲି କୁହାଯାଏ। ଏହା ଦୀର୍ଘ ଶହେ ବର୍ଷ ହେବ ହୋଇ ଆସୁଥିବା କୁହନ୍ତି ସ୍ଥାନୀୟ ଲୋକେ। ଏହା ସାଧାରଣତଃ ବସନ୍ତ ଋତୁର ଶେଷ ବେଳକୁ କିମ୍ବା ଗ୍ରୀଷ୍ମ ଋତୁର ଆରମ୍ଭରେ ହୋଇଥାଏ। ହଣ୍ଡୁରାସ ଆଟଲାଣ୍ଟିକ ସାଗରର ପ୍ରାୟ ୨୦୦କିଲୋମିଟର ପରିସରରେ ଅବସ୍ଥିତ। ତେଣୁ ବୈଜ୍ଞାନିକମାନେ କୁହନ୍ତି ଏଠାରେ ମାଛବର୍ଷାର କାରଣ ହେଉଛି ଆଟଲାଣ୍ଟିକ ସାଗର। ଏମାନେ ପ୍ରବଳ ବର୍ଷା ପରେ ଉପରକୁ ଉଠି ଆସିଥାଆନ୍ତି। ହେଲେ ଏହାକୁ ନେଇ ସ୍ଥାନୀୟ ଲୋକେ କୁହନ୍ତି ଏହା ହେଉଛି ଈଶ୍ୱରଙ୍କ ଚମତ୍କାର। ସେମାନଙ୍କ ମତରେ ୧୯ଶହ ଶତାବ୍ଦୀରେ ଏଠାକାର ଲୋକଙ୍କର ଆର୍ଥିକ ସ୍ଥିତ ବହୁତ ଖରାପ ଥିଲା। ଫଳରେ ଭୋକ ଉପାସରେ ଲୋକଙ୍କର ମୃତ୍ୟୁ ହେଉଥିଲା। ଯାହାକୁ ସହ୍ୟ ପରିପାରି ନ ଥିଲେ ସ୍ପେନର ଜଣେ ପାଦ୍ରି। ଏଥିପାଇଁ ସେ ଲଗାତାର ୩ଦିନ ଓ ୩ରାତି ପ୍ରାର୍ଥନାରେ ବସିଥିଲେ। ସେ ଈଶ୍ୱରଙ୍କୁ କହିଥିଲେ ହଣ୍ଡୁରାସବାସୀଙ୍କ ପାଇଁ କିଛି ଚମତ୍କାର କରନ୍ତୁ। ଏହାପରେ ହଣ୍ଡୁରାସ ଆକାଶରେ କଳା ବାଦଲ ଢାଙ୍କିଦେବା ସହ ପ୍ରବଳ ବର୍ଷା ହୋଇଥିଲା ଏଥିରେ ମାଛ ପଡିଥିଲେ। ସେବେଠାରୁ ଏହି ମାଛ ବର୍ଷା ହେଉଛି ବୋଲି ଲୋକେ କୁହନ୍ତି। ତେବେ ମାଛବର୍ଷା ହେବା ପୂର୍ବରୁ ଏଠାରେ ବିଜୁଳୀ ମାରିବା ସହ ପ୍ରବଳ ବର୍ଷା ହୋଇଥାଏ। ଲୋକେ ବାହାରକୁ ବାହାରିବାକୁ ଭୟ କରିଥାଆନ୍ତି। ଆଉ କିଛି ସମୟ ପରେ ଏହି ବର୍ଷା ଛାଡିଯିବା ପରେ ଆକାଶ ନିର୍ମଳ ହୋଇଯିବା ସହ ଲୋକେ ବାଲ୍‌ଟି ଧରି ବାହାରକୁ ଆସି ରାସ୍ତା ଉପରେ ପଡିଥିବା ମାଛକୁ ଗୋଟାଇ ନେଇଯାଆନ୍ତି। ଏମିତି ବିନା ପରିଶ୍ରମରେ ଓ ବିନା ପଇସାରେ ଲୋକେ ସି-ଫୁଡ୍‌ର ମଜା ନେଇପାରନ୍ତି। ଦୀର୍ଘ ଶହେ ବର୍ଷ ହେବ ହଣ୍ଡୁରାସବାସୀ ଏହି ମାଛ ବର୍ଷାର ମଜା ନେଉଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri