ଶରତ ଘାଟିରେ ଗାଡ଼ି ଓଲଟିଲା: ୩ ଗୁରୁତର, ୧୧ ଆହତ

ଠାକୁରମୁଣ୍ଡା,୨୬ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡାଠାରୁ ୨୦ କିମି ଦୂର ଶରତ ଘାଟିରେ ମଙ୍ଗଳବାର ଏକ ସଫାରୀ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୁରୁତରମାନଙ୍କୁ ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଚମ୍ପାଝର ନିକଟବର୍ତ୍ତୀ ଗ୍ରାମରୁ ଲୋକମାନେ ଶରତଠାରେ ହେଉଥିବା ସାପ୍ତାହିକ ହାଟକୁ ଏକ ସଫାରୀ ଗାଡ଼ି (ନଂ. ଓଆର୦୯ଜି -୬୧୧୭) ଯୋଗେ ଯାଉଥିବା ସମୟରେ ମଧ୍ୟାହ୍ନ ୧୨ଟା ସମୟରେ ଶରତ ଘାଟି ତଳକୁ ଭାରସାମ୍ୟ ହରାଇ ଗାଡ଼ି ଓଲଟି ପଡିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଠାକୁରମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତମାନେ ହେଲେ ଖଣ୍ଡପାଳ ବାଲିପୋଷି ଗ୍ରାମର ସ୍ବାଧୀନ ମହାନ୍ତ, କାର୍ତ୍ତିକ ମହାନ୍ତ, ଗୁରୁଚରଣ ମହାନ୍ତ, ଶାନ୍ତନୁ ନାଏକ, କାର୍ତ୍ତିକ ମହାନ୍ତ, ମୂଳାପାଳ ଗ୍ରାମର ବଳରାମ ଚାତାର, ଡଙ୍ଗାଡ଼ିହା ଗ୍ରାମର ପାଙ୍ଗିଲା ହୋ, ପତ୍ରପୋଡ଼ା ଗ୍ରାମର ନୁନି ହୋ, କରଞ୍ଜିଆ ବ୍ଲକ ଅନ୍ତର୍ଗତ ଦୁଧିଆଣୀ ଗ୍ରାମର ମଣ୍ଡାଇ ସିଂ ଖୁଣ୍ଟିଆ, କାଟେ ସିଂ ଖୁଣ୍ଟିଆ। ଗୁରୁତର ଥିବା ତୁରାମ ଚାତାର ଓ ଅନ୍ୟ ୨ଜଣ ଉଦଳା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଶରତ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଫୁକେଟ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଘଟଣା; ବ୍ଲାକ୍ ବକ୍ସରେ ବଡ଼ ଖୁଲାସା, ୪ ସେକେଣ୍ଡ ପାଇଁ ଫେଲ୍‌ ହୋଇଥିଲା…

ନୂଆଦିଲ୍ଲୀ,୧୪।୮: ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ (AI-2379) ହଠାତ୍ ୨୫୦ ଫୁଟ୍ ତଳକୁ ଖସିଯିବା ଏବଂ ଏକ ଭୟଙ୍କର ଟର୍ବୁଲେନ୍ସ (Turbulence) ସୃଷ୍ଟି…

ଅଧିକ ଲୁଣ ଖାଉଥିଲେ ସାବଧାନ! ଚେତାବନୀ ଦେଲା WHO, ପଢନ୍ତୁ ଦୌନିକ କେତେ ଖାଇବା ଉଚିତ୍‌

ନୂଆଦିଲ୍ଲୀ,୧୪।୮: ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଲୁଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଲୁଣର ପରିମାଣ ଉପରେ ନଜର ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ…

ଏଗ୍ରିଷ୍ଟାକ୍‌ ଉଚ୍ଛେଦ ନେଇ ଲିଖିତ ନିର୍ଦ୍ଦେଶ ଦିଅ: ସରକାରଙ୍କଠାରେ ସଂଯୁକ୍ତ କୃଷକ ସଙ୍ଗଠନର ଦାବି

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ନୂଆଁ କଟକଣା ଆଣୁଛନ୍ତି। ଧାନ କିଣାବିକାରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟ ନେଇ ସେଭଳି…

ଘାତକ ସାଜୁଛି ଚାନ୍ଦିପୁରା ଭାଇରସ୍! ୪୧ ଆକ୍ରାନ୍ତ, ୨୭ ମୃତ

ଅହମ୍ମଦାବାଦ,୧୪।୮: ସ୍ବାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ଜୁନ ୩୦ରୁ ଅଗଷ୍ଟ ୧୨ ମଧ୍ୟରେ ଗୁଜରାଟରେ ୨୩୮ଟି ସନ୍ଦିଗ୍ଧ ଚାନ୍ଦିପୁରା ଭୂତାଣୁ ମାମଲା ଏବଂ ୪୧ଟି ଲାବୋରେଟୋରି-ନିଶ୍ଚିତ…

ମନନ ମିଶ୍ରାଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରିବ CJP! ଜାଣନ୍ତୁ ସେ କିଏ, ଆଉ କାହିଁକି ତାଙ୍କୁ ଘେରିବେ ଅଭିଜିତ

ନୂଆଦିଲ୍ଲୀ,୧୪।୮: ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କୁ NALSAR ୟୁନିଭର୍ସିଟି ଅଫ ଲ’ର ଦୀକ୍ଷାନ୍ତ ସମାରୋହକୁ ଆମନ୍ତ୍ରଣ କରିବାକୁ ବିରୋଧ କରିବା ଘଟଣା ନୂଆ ମୋଡ଼ ନେଇଛି।…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

‘PM ମୋଦିଙ୍କୁ ରାତିରେ ସେ ପର୍ଯ୍ୟନ୍ତ ଶୋଇବାକୁ ଦେବୁନି, ଯେ ପର୍ଯ୍ୟନ୍ତ…’ ରାହୁଲ ଗାନ୍ଧୀଙ୍କ ତୀବ୍ର ଆକ୍ରମଣ

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଏହି ଲୋକମାନେ ଦେଶକୁ ଭିତରୁ ଦୁର୍ବଳ କରିଦେଇଛନ୍ତି। ଏହା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri