ଲୟୋଲା ସିନର୍ଜି-୨୦୧୯ରେ ଛାତ୍ରୀଛାତ୍ରଙ୍କ ପ୍ରତିଭା ପ୍ରଦର୍ଶନ: ଭୟଭୀତ କଲା ‘ହଣ୍ଟେଡ୍‌ ହାଉସ୍‌’

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଘର ପୂରା କିଟ୍‌ କିଟ୍‌ ଅନ୍ଧାର ଥିଲା। କଟା ମୁଣ୍ଡ ସହିତ ସଂରକ୍ଷିତ ଶବ ସେହି ଘରେ ଥିଲା। ଆଉ ଠାଏ ଠାଏ ରକ୍ତ ଛିଟା ପଡ଼ିଥିଲା। କିଏ ପାଟି କରି ଚିଲାଉଥିଲା ତ’ ଆଉ କିଏ କାହା ଉପରେ ଡେଇଁ ପଡ଼ୁଥିଲା। ଏସବୁ ଦେଖିଲେ ଭୂତ କୋଠି ବୋଲି ଅନୁଭବ ହେଉଥିଲା। ଏହା କୌଣସି ଫିଲ୍ମର ଅଂଶ ନ ଥିଲା, କେତେଜଣ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ‘ହଣ୍ଟେଡ୍‌ ହାଉସ୍‌’ର ଦୃଶ୍ୟ ଥିଲା।

ଶନିବାର ଉଦ୍‌ଘାଟିତ ହୋଇଥିବା ଲୟୋଲା ସ୍କୁଲର ପଞ୍ଚମ ବାର୍ଷିକ ପ୍ରଦର୍ଶନୀ ‘ଲୟୋଲା ସିନର୍ଜି-୨୦୧୯’ରେ ନବମ ଶ୍ରେଣୀ ‘ବି’ ସେକ୍ସନ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା ଏହି ‘ହଣ୍ଟେଡ୍‌ ହାଉସ୍‌’। ଏକ ରୁମ୍‌କୁ ଅନ୍ଧାର କରି ସେଠାରେ ଭୂତ କୋଠିର ଦୃଶ୍ୟ ଯେଭଳି ଅନୁଭବ ହେବ ସେହିପରି ସଜା ଯାଇଥିଲା। ଭିତରେ ୩ଜଣ ପିଲା ଭୂତ ବେଶରେ ରହିଥିଲେ। ଗୋଟିଏ ପାର୍ଶ୍ୱରେ ପ୍ରବେଶ ଓ ଆଉ ଅନ୍ୟପଟେ ପ୍ରସ୍ଥାନ ଥିଲା। ଏକାଥରକେ ଦୁଇଜଣଙ୍କୁ ସେହି ‘ହଣ୍ଟେଡ୍‌ ହାଉସ୍‌’କୁ ଦେଖିବା ପାଇଁ ଛଡ଼ା ଯାଉଥିଲା। ତା’ ଭିତରକୁ ଯିଏ ଯାଉଥିଲେ ସେମାନଙ୍କ ଉପରକୁ କଟା ମୁଣ୍ଡ ଫୋପାଡ଼ିବା ସହିତ ବିଭିନ୍ନ ଉପାୟରେ ଭୟଭୀତ ପରିସ୍ଥିତି ସୃଷ୍ଟି କରାଯାଉଥିଲା। ବାହାରିବା ସମୟରେ ସବୁଠାରୁ ବେଶି ଭୟ ଲାଗୁଥିଲା। ଯେତେବେଳେ ଦେଖଣାହାରୀ ପ୍ରସ୍ଥାନ ବାଟ ଦେଖି ଖୁସିରେ ବାହାରକୁ ବାହାରିବାକୁ ଚେଷ୍ଟା କରୁଥାଏ ସେହି ସମୟରେ ଭୂତ ବେଶରେ ଥିବା ଜଣେ ପିଲା ଗୋଡ଼ ଧରି ପକାଉଥିଲା। ଏଭଳି ପିଲା ଓ ଅଭିଭାବକଙ୍କ ଭୟ ଓ ଚିତ୍କାରରେ ଫାଟିପଡୁଥିଲା ‘ଲୟୋଲା ସିନର୍ଜି’ର ଏହି ‘ହଣ୍ଟେଡ୍‌ ହାଉସ୍‌’। ଏଥିରେ ପ୍ରାୟ ୨୦ଜଣ ଅଂଶଗ୍ରହଣ କରିଥିଲେ।

ଏହି ପ୍ରଦର୍ଶନୀକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଯୁଗ୍ମ ସଚିବ ଡ. ଉଷାରାଣୀ ସାହୁ ଉଦ୍‌ଘାଟନ କରି କଠିନ ପରିଶ୍ରମ କରି ସଫଳତା ହାସଲ କରିବା ପାଇଁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ମଡେଲ, ପ୍ରକଳ୍ପ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ପିଲାଙ୍କ ଦ୍ୱାରା ପ୍ରସ୍ତୁତ ପରିବେଶ ସଚେତନତା କାଯର୍ର୍‌ୟକ୍ରମ, ଧର୍ମ ଏବଂ ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ବହୁ ଶିକ୍ଷା ପ୍ରଦାନ କରିଥିଲା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରାଯାଇପାରିବ ତାହା ଛାତ୍ରୀଛାତ୍ର ପ୍ରକଳ୍ପ ମାଧ୍ୟମରେ ବୁଝାଇଥିଲେ। ପିଲାଙ୍କ ସୃଜନଶୀଳତା ଏବଂ ଅନ୍ତର୍ନିହିତ ପ୍ରତିଭାର ବିକାଶ ସାଧନ ପାଇଁ ଏହା ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ବିଦ୍ୟାଳୟ ଅଧ୍ୟକ୍ଷ ଫାଦର ଭିକ୍ଟର ଏଫ୍‌ ମିସ୍‌କୁଇଥ ଏସ.ଜେ. ମତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?