ଲୋକସଂସ୍କୃତିକୁ ଗ୍ରାସିଲାଣି ଆଧୁନିକତା: ମଳିନ ପଡ଼ିଲାକଣି ‘ଘୁମୁରା’

କାମାକ୍ଷାନଗର, ୧୫ା୮:  ହିନ୍ଦୁ ପୁରାଣ ଶାସ୍ତ୍ରରେ ଘୁମୁରା ନୃତ୍ୟର ସ୍ଥାନ ସ୍ବତନ୍ତ୍ର। ଦୀର୍ଘବର୍ଷ ଧରି ଏହାଶକ୍ତି ଉପାସନାରେ ବ୍ୟବହୃତ ହୋଇ ଆସୁଛି। ଏହାକୁ ରଣବାଦ୍ୟ ଭାବେ ଯୁଦ୍ଧକ୍ଷେତ୍ରରେ ବ୍ୟବହାର କରାଯାଉଥିବା ଇତିହାସରେ ଉଲ୍ଲେଖ ରହିଛି। କେବଳ ଏତିକି ନୁହେଁ, ରାଜରାଜୁଡ଼ା ସମୟରେ ରାଜଦରବାରରେ ପ୍ରଜାଙ୍କ ମନୋରଞ୍ଜନ ପାଇଁ ମଧ୍ୟ ଘୁମୁରା ନୃତ୍ୟ ପରିବେଷଣ କରାଯାଉଥିଲା। ଏହି ଲୋକନୃତ୍ୟରେ ସାମିଲ ହେଉଥିବା କଳାକାରଙ୍କ ବେଶ ପରିପାଟୀ, ବାଦ୍ୟ ଏବଂ ବାଜା ବଜାଇବା ଶୈଳୀ ସବୁ ନିଆରା।
ଯଦିଓ କଳାହାଣ୍ଡି ଜିଲାକୁ ଘୁମୁରାର ଅନ୍ତୁଡ଼ିଶାଳ କୁହାଯାଏ, ତେବେ ଢେଙ୍କାନାଳରେ ମଧ୍ୟ ଏହାର ଛାପ ଦେଖିବାକୁ ମିଳେ। ବିଶେଷ କରି କାମାକ୍ଷାନଗର ଉପଖଣ୍ଡର ବାଇସିଙ୍ଗା, ବାଙ୍ଗୁରା, କାଦୁଆ, ମାଳପୁରା, ଇନ୍ଦିପୁର, ବଡ଼ସୁଅଁାଳ, ଓଡ଼ିଶ, ଅନଳ, ଆମ୍ବବୋଲ, ଗାଙ୍ଗିଯୋଡ଼ି ସମେତ ଅଭ୍ୟନ୍ତରୀଣ ଗ୍ରାମରେ ବାସ କରୁଥିବା ହଜାର ହଜାର ଶବର ପରିବାର ଏହି ପାରମ୍ପରିକ ଲୋକନୃତ୍ୟ ସହିତ ଜଡ଼ିତ।
ବର୍ଷସାରା ମୂଲମଜୁରି ଲାଗି ପେଟ ପୋଷୁଥିବା ଶବରମାନେ ଭାଦ୍ରବ ଆସିଲେ ବେଶ୍‌ ଉତ୍ସାହୀ ହୋଇପଡ଼ନ୍ତି। କୁମ୍ଭକାର ସମ୍ପ୍ରଦାୟର କୁରାଳ ପଞ୍ଚମୀ, ଗୋପାଳଙ୍କ ଦୋଳ ଉତ୍ସବ, କ୍ଷତ୍ରିୟଙ୍କ ଦଶହରା ଭଳି ଶବର ସମ୍ପ୍ରଦାୟର ଲୋକେ ଗହ୍ମାପୂର୍ଣ୍ଣିମାକୁ ଜାକ୍‌ଜମକର ସହ ପାଳନ କରିଥାନ୍ତି। ଏହିଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପରେ ଗଁା ଦାଣ୍ଡରେ ଘୁମୁରା ନୃତ୍ୟ ପରିବେଷଣ କରିବା ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି। କେବଳ ଏତିକି ନୁହେଁ, ରାଖୀ ପୂର୍ଣ୍ଣିମାରେ ଶବର ସମ୍ପ୍ରଦାୟର ଲୋକେ ଘରଦ୍ୱାରା ଲିପାପୋଛା କରିବା ସହ ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ନୂଆ ହାଣ୍ଡିରେ ପିଠାପଣା କରି ଆରାଧ୍ୟ ଦେବୀ କମଣ୍ଡେଇ ଠାକୁରାଣୀଙ୍କୁ ଆବାହନ କରିଥାନ୍ତି। ମା’ କମଣ୍ଡେଇ ଶାନ୍ତ ରହିଲେ ଭଲ ଶସ୍ୟ ଉତ୍ପାଦନ ହୁଏ ବୋଲି ବିଶ୍ୱାସ ରହିଛି। ପୁରୁଷମାନେ ଗହ୍ମାପୂର୍ଣ୍ଣିମାଠାରୁ ଜନ୍ମାଷ୍ଟମୀ ଯାଏ ସାହି ସାହି ବୁଲି ଘୁମୁରା ବଜାଇବା ସହ ନୃତ୍ୟ କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିରେ ସାମିଲ ହୋଇଥାନ୍ତି ପୁରୁଷ ବେଶଧାରୀ ଶବରୁଣୀ। ହେଲେ ପରିବର୍ତ୍ତିତ ସମୟରେ ହାତଗଣତି କଳାକାରଙ୍କୁ ବାଦ୍‌ଦେଲେ ଏହି ପୁରାତନ ଲୋକକଳା ପ୍ରଦର୍ଶନ କରିବାକୁ କେହି ଆଗ୍ରହୀ ହେଉନାହାନ୍ତି। କଁା ଭଁା ଛାଡ଼ିଦେଲେ ଆଗଭଳି ଆଉ ଏପରି ଉତ୍ସବ ଦେଖିବାକୁ ମିଳୁନାହିଁ। ପ୍ରୋତ୍ସାହନ ହେଉ କ ଇଚ୍ଛାଶକ୍ତିର ଅଭାବ, ପିଢ଼ି ପିଢ଼ି ଧରି ପ୍ରଚଳିତ ଘୁମୁରା ନୃତ୍ୟ ଏବେ ଜିଲାରେ ଶେଷ ନିଃଶ୍ୱାସ ନେଉଛି।

 

(ସୁଧୀର କୁମାର ପରିଡ଼ା)


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri