ଲୋକକଳା ଦିବସ ପାଳିତ: ‘ସଂରକ୍ଷଣ ହେବ ପାରମ୍ପରିକ କଳା’

ଢେଙ୍କାନାଳ ଅଫିସ, ୧୪।୬-ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପ୍ରଥମ ଥର ଆୟୋଜନ କରାଯାଇଥିବା ଲୋକକଳା ଦିବସ ନୂତନ ଅଧ୍ୟାୟ ସୃଷ୍ଟି କରିଛି। କଳାକାରଙ୍କ ଆର୍ଥତ୍କ, ସାମାଜିକ ଏବଂ କଳା ନୈପୁଣ୍ୟତାର ବିକାଶ ପାଇଁ ଆଗାମୀ ଦିନରେ କାର୍ଯ୍ୟ କରାଯିବ। ପାରମ୍ପରିକ କଳାକୁ ସଂରକ୍ଷଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଲୋକ କଳାର ସମୃଦ୍ଧି ପାଇଁ ପ୍ରତିମାସରେ ପ୍ରଶିକ୍ଷଣ ଦିଆଯିବ। ନିୟମିତ ବୈଠକ ଆୟୋଜନ କରି ଏହାକୁ ପ୍ରୟୋଗଶାଳାରେ ପରିଣତ କରାଯିବ ବୋଲି କହିଛନ୍ତି ଢେଙ୍କାନାଳ ଜିଲାପାଳ ତଥା ଜିଲା କଳାସଂସ୍କୃତି ସଂଘ ସଭାପତି ନିଖିଲ ପଓ୍ବନ କଲ୍ୟାଣ। ଜିଲା ଶିକ୍ଷାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନରେ ଆୟୋଜିତ ଜିଲାସ୍ତରରେ ଲୋକକଳା ଦିବସ-୨୦୧୯ ପାଳନ ଅବସରରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଜିଲାପାଳ ଏପରି ବକ୍ତବ୍ୟ ରଖିଥିଲେ।
ଜିଲା ସଂସ୍କୃତି ଅଧିକାରୀ ଲକ୍ଷ୍ମୀଧର ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଜିଲା କଲା ସଂସ୍କୃତି ସଂଘ ଉପସଭାପତି ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ଜିଲା କଳାସଂସ୍କୃତି ସଂଘ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଭୁବନ ବ୍ଲକ ଉପସଭାପତି ଅଶୋକ ସାମଲ, ଗଁଦିଆ ବ୍ଲକ ଉପସଭାପତି କପିଳେଶ୍ୱର ବେହେରା, କାମାକ୍ଷାନଗରର ବିଭୂତି ବିଶ୍ୱାଳ, ହିନ୍ଦୋଳର ବିମଳ ବିଶ୍ୱାଳ, ଓଡ଼ାପଡ଼ାର ଦୁର୍ଯ୍ୟୋଧନ ଜେନା, ପରଜଙ୍ଗର ପ୍ରଭାକର ନାଥ ପ୍ରମୁଖ ଉପସ୍ଥିତ ରହି ନିଷ୍ଠାର ସହିତ କଳାର ପ୍ରଚାର ଓ ପ୍ରସାର କରିବାକୁ କଳାକାରଙ୍କୁ ଆହ୍ବାନ ଦେଇଥିଲେ। ଦୁର୍ଗାଚରଣ ମହାପାତ୍ର ଧନ୍ୟବାଦ ଦେଇଥିଲେ।
ଶେଷରେ ପାଲା ଗାୟିକା ହରପ୍ରିୟା, ବାଳାମଣି ସାଥୀ କଳାକାରଙ୍କ ସହ ପାଲା ପରିବେଷଣ କରିଥିଲେ। ପ୍ରତି ବ୍ଲକରୁ ଆସିଥିବା କଳାକାରମାନେ ଦଣ୍ଡ, ଖଞ୍ଜଣି ଭଜନ, ସଂକୀର୍ତ୍ତନ ଭଳି ପାରମ୍ପରିକ ଲୋକକଲା ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨ଟାରୁ ୩ଟା ଭିତରେ ବନ୍ଦ ରହିବ ଅନଲାଇନ ଡେଲିଭରି? ବଡ଼ ଘୋଷଣା କରିଦେଲେ…

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ-ଏନସିଆରରେ, ଏପ୍ରିଲ ମାସର ଆରମ୍ଭରୁ ଗରମ ତା’ର ତୀବ୍ରତା ଦେଖାଇବା ଆରମ୍ଭ କରିଛି। ବିଶେଷକରି ଅପରାହ୍ନ ସମୟରେ ପରିସ୍ଥିତି କ୍ରମଶଃ କଷ୍ଟକର ହେବାରେ ଲାଗିଛି। ଦିଲ୍ଲୀକୁ…

୨୦୨୬ରେ ହେବ ପ୍ରଚଣ୍ଡ ଗରମ, ପଡିବ ମରୁଡି! ଚମକାଇଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୩।୪: ବୁଲଗେରିଆର ଭବିଷ୍ୟବକ୍ତା ବାବା ଭେଙ୍ଗା ତାଙ୍କର ଅନେକ ସଠିକ ଭବିଷ୍ୟବାଣୀ ପାଇଁ ଜଣାଶୁଣା। ପୁଣିଥରେ, ତାଙ୍କର ଭବିଷ୍ୟବାଣୀ ଶିରୋନାମା ପାଲଟିଛି, କିନ୍ତୁ ଏହା ଭୟଙ୍କର ।…

ବାଛି ବାଛି ପ୍ରତିଶୋଧ ନେବେ ଟ୍ରମ୍ପ, ଦେଶମାନଙ୍କର ତାଲିକା କଲେ ପ୍ରସ୍ତୁତ, ଲିଷ୍ଟରେ ଅଛନ୍ତି…

ଓ୍ବାଶିଂଟନ୍‌,୨୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଇରାନ ବିରୁଦ୍ଧରେ ଯୁଦ୍ଧରେ ସମର୍ଥନ କରିନଥିବା ଦେଶଗୁଡ଼ିକ ବିରୁଦ୍ଧରେ ଆମେରିକା ଏବେ…

‘ବଲାଙ୍ଗୀରରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ସୂତା ଉତ୍ପାଦନ ୟୁନିଟ୍‌’

ଭୁବନେଶ୍ୱର,୨୩।୪(ରବିନାରାୟଣ ଜେନା): ପଶ୍ଚିମ ଓଡ଼ିଶାର ଶିଳ୍ପ ପରିବେଶକୁ ସୁଦୃଢ଼ କରିବା ପାଇଁ ବୁଧବାର ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ…

IPL ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି କାରନାମା କଲେ ଜୋଫ୍ରା ଆର୍ଚର: ଲେଖିଲେ ନୂଆ ଇତିହାସ

ନୂଆଦିଲ୍ଲୀ,୨୩।୪: ଜୋଫ୍ରା ଆର୍ଚର ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ଏକ ମ୍ୟାଚ ସମୟରେ ମେଡେନ…

ପଞ୍ଚମ ପରାଜୟ ପରେ ରିଷଭ ପନ୍ତଙ୍କ ସହ ଏମିତି କାମ କଲେ ଲକ୍ଷ୍ନୌ ମାଲିକ ସଞ୍ଜୟ ଗୋଏଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୩।୪: IPL 2026 ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ନିଜ ଘରୋଇ ଗ୍ରାଉଣ୍ଡରେ ପରାଜୟ ବରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ମୋଟ ୧୫୯…

ରାଜନୀତିରେ ବାଦବିବାଦ, ବ୍ୟକ୍ତିଗତ କାର୍ଯ୍ୟରେ ବିଜେଡି-ଭାଜପା ଏକାଠି ହୋଇ…

ଗଞ୍ଜାମ,୨୩ା୪(ବିଦ୍ୟାଧର): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ପିତା ତଥା ଧର୍ମପରାୟଣ ବ୍ୟକ୍ତି କାଶୀନାଥ ପାଢ଼ୀଙ୍କ ବିୟୋଗ ଘଟିଥିଲା।…

ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଭିଯୋଗରେ ଭାରତ ବନ୍ଦ, ସକାଳୁ ସକାଳୁ…

ବଲାଙ୍ଗୀର,୨୩ା୪(ସୁନିଲ କୁମାର ମହାନ୍ତି): ଭାରତ ମୁକ୍ତି ମୋର୍ଚ୍ଚା, ଏସ୍‌ସି, ଏସ୍‌ଟି ଓ ଓବିସି ମୁକ୍ତିମୋର୍ଚ୍ଚା ପକ୍ଷରୁ ଗୁରୁବାର ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ବଲାଙ୍ଗୀରରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri