ଲୁଟିଥିବା ମୂର୍ତ୍ତି ରଖିପାରିଲେନି : ମନ୍ଦିରରେ ରଖି ଲୁଟେରା ଫେରାର

ଢେଙ୍କାନାଳ ଅଫିସ, ୨୫।୫- ଢେଙ୍କାନାଳ ସଦର ଥାନା ଅଧୀନ ହରିପୁର-ବେଶାଳିଆ ଗ୍ରାମ ନିକଟ ସବୁଜିମାଭରା ପାହାଡ଼ ଖୋଲ ମଧ୍ୟରେ ପୂଜା ପାଉଥିବା ଶ୍ରୀମହାକାଳେଶ୍ୱର ଶୈବପୀଠରୁ ଲୁଟ୍‌ ହୋଇଥିବା ପ୍ରାଚୀନ ମୂର୍ତ୍ତି ଶନିବାର ମିଳିଛି। ଲୁଟେରାମାନେ ମୂର୍ତ୍ତି ସମେତ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ ମଧ୍ୟ ନିଜ ପାଖରେ ବେଶିଦିନ ରଖିପାରି ନ ଥିଲେ। ସେମାନେ ପୁଣିଥରେ ଲୁଟ୍‌ ସାମଗ୍ରୀ ପୀଠରେ ରଖିଦେଇ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଦୁଇ ମାସ ତଳେ ପୀଠରେ ପୂଜା ପାଉଥିବା ପିତଳ ନିର୍ମିତ ପ୍ରାଚୀନ ମୂର୍ତ୍ତି, ନାଗ, ଘଣ୍ଟ ଏବଂ ଅନ୍ୟାନ୍ୟ ଆସବାବପତ୍ର ଚୋରି ହୋଇଥିଲା। ଏ ନେଇ ଉକ୍ତ ସମୟରେ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ଶନିବାର ଆଶ୍ଚର୍ଯ୍ୟଜନକ ଭାବେ ମନ୍ଦିର ନିକଟରୁ ଚୋରି ସାମଗ୍ରୀ ଠାବ କରାଯାଇଥିଲା। ଏହି ଘଟଣା ପ୍ରଚାରିତ ହେବାପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶ୍ରୀ ମହାକାଳେଶ୍ୱରଙ୍କ ଅଲୌକିକ ମହିମା ଯୋଗୁ ଲୁଟେରାମାନେ ଚୋରି ସାମଗ୍ରୀ ଫେରାଇ ଦେଇଥିବା ସାମାଜିକ କର୍ମୀ ବିଷ୍ଣୁପ୍ରସାଦ ସାମଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ବୁଲା କୁକୁର ଆତଙ୍କ, ଗୋଟିଏ ଦିନରେ ୭ଜଣଙ୍କୁ କାମୁଡ଼ିଲା

ଅମ୍ବାଦଳା,୪।୬(ରବୀନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଅମ୍ବାଦଳା ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଗୁରୁବାର ଏକ ବୁଲା କୁକୁର କାମୁଡାରେ ଜଣେ ଶିଶୁଙ୍କ ସହ ମୋଟ ୭ଜଣ…

ଅଫିସରେ ଅସୁସ୍ଥତା, ଘରେ ଆଖି ବୁଜିଲେ ଜନସ୍ୱାସ୍ଥ୍ୟ ଵିଭାଗ କିରାଣୀ ଗୋପାଳ ରଥ

ବଲାଙ୍ଗୀର, ୪।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜୀବ ନଗର ନିବାସୀ ଗୋପାଳ ଚରଣ ରଥଙ୍କ ଗୁରୁବାର ପରଲୋକ ହୋଇଛି। ସେ ବଲାଙ୍ଗୀର ପିଏଚଡି ସବଡିଭିଜନ ଅଫିସରେ ବିଲିଂ…

ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଜମି ମାଲିକ

କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ସଫଳତା, ଏନ୍‌. ଝାନ୍ସିରାଣୀ ବିଶ୍ବବିଦ୍ୟାଳୟ ଟପ୍ପର

ବରଗଡ,୪।୬(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ବିବିଏ ପରୀକ୍ଷାରେ ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରି ଅନୁଷ୍ଠାନ ଓ ସମଗ୍ର…

NH କଡ଼ରେ ଛିଡ଼ା ହୋଇଥିବା ହାଇୱା ଭିତରୁ ମିଳିଲା ଯୁବକଙ୍କ ମୃତଦେହ, ପରିବାରର ହତ୍ୟା ଅଭିଯୋଗ

ଡେରାବିଶ, ୪।୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀନାରାୟଣପୁର ଛକ…

ମା’ଙ୍କ ଶୁଦ୍ଧିକ୍ରିୟା ଭୋଜି ସରିଲା, ସନ୍ଧ୍ୟାରେ ଗାଁ ଶ୍ମଶାନରେ ଜଳିଲା ପୁଅର ଚିତା: ଫାସିଗୁଡ଼ା ଗ୍ରାମରେ ଶୋକାକୁଳ ପରିବେଶ

ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମର ଶରତ ଚନ୍ଦ୍ର ନାୟକ(୩୯) ଗୁରୁବାର ମଧ୍ୟାହ୍ନରେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri