ଲଦାଖର ତତ୍ତ୍ୱାବଧାରକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଜମ୍ମୁ ଓ କଶ୍ମୀରରେ ଲାଗୁ ହୋଇଆସିଥିବା ସମ୍ବିଧାନର ୩୭୦ ଧାରାକୁ କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଉଚ୍ଛେଦ କରିଥିଲେ। ଏଥିସହିତ ଏହାକୁ ଦିଆଯାଇଥିବା ରାଜ୍ୟର ମାନ୍ୟତାକୁ ହଟେଇ ଦିଆଯାଇ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରାଯିବା ବିଷୟ ଘୋଷଣା ହୋଇଥିଲା। ୩୧ ଅକ୍ଟୋବରରେ ଏହି ଦୁଇଟି ବିଧିବଦ୍ଧ ଭାବେ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ମାନ୍ୟତା ପାଇବା ପରେ ଦୁଇ ଜଣ ଉପରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଡକ୍ଟର ଗିରୀଶ ଚନ୍ଦ୍ର ମୁର୍ମୁ ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ହୋଇଥିବା ବେଳେ ରାଧାକ୍ରିଷ୍ଣ ମାଥୁର ଲଦାଖର ଉପରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲଦାଖବାସୀ ସର୍ବଦା ଅବହେଳାର ଶିକାର ହୋଇଆସୁଥିବା ଅଭିଯୋଗ ହୋଇଥାଏ। ଦୀର୍ଘବର୍ଷ ଧରି ଭାରତ, ପାକିସ୍ତାନ ଓ ଚାଇନା ମଧ୍ୟରେ ଲଦାଖ ଏକ ବିବାଦୀୟ ଅଞ୍ଚଳ ରହିଆସିଛି। ଏବେ ଏହାକୁ କେନ୍ଦ୍ର ଶାସିତ ମାନ୍ୟତା ଦିଆଯିବା ପରେ ଅଞ୍ଚଳବାସୀଙ୍କ ଉନ୍ନତି ସମ୍ଭବ ହୋଇପାରିବ ବୋଲି କୁହାଯାଉଛି। ମାଥୁର ଜଣେ ଅଭିଜ୍ଞ ପ୍ରଶାସକ ହୋଇଥିବାରୁ ଲଦାଖର ଉପରାଜ୍ୟପାଳ ଭାବେ ଗୁରୁଦାୟିତ୍ୱ ତୁଲାଇବେ ବୋଲି ଆଶା କରାଯାଉଛି।
ରାଧାକ୍ରିଷ୍ଣ ୨୫ ନଭେମ୍ବର ୧୯୫୩ରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ଆଇଆଇଟି କାନପୁରରୁ ମେକାନିକାଲ ଇଞ୍ଜିନିୟରିଂରେ ବିଟେକ୍‌ କରିବା ପରେ ସେ ଆଇଆଇଟି ଦିଲ୍ଲୀରୁ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂରେ ଏମ୍‌ଟେକ୍‌ କରିଥିଲେ। ସ୍ଲୋଭେନିଆରୁ ଏମ୍‌ବିଏ ଡିଗ୍ରୀ ହାସଲ କରିଥିବା ମାଥୁର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ରେ ଯୋଗଦେଇଥିଲେ। ୧୯୭୭ ବ୍ୟାଚ୍‌ର ତ୍ରିପୁରା କ୍ୟାଡରର ଏହି ଆଇଏଏସ୍‌ ଅଫିସର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଥିଲେ। ସେ ତ୍ରିପୁରାର ପ୍ରମୁଖ ସଚିବ (ଅର୍ଥ), ପ୍ରମୁଖ ସଚିବ (କୃଷି). ପ୍ରମୁଖ ସଚିବ (ଗ୍ରାମ୍ୟ ଉନ୍ନୟନ), ରେସିଡେଣ୍ଟ କମିଶନର ଅଫ୍‌ ତ୍ରିପୁରା, ରାଜସ୍ବ ସଚିବ, ତ୍ରିପୁରା ଟ୍ରାଇବାଲ ଏରିଆ ଅଟୋନମସ ଡିଷ୍ଟ୍ରିକ୍ଟ କାଉନ୍‌ସିଲର ସିଇଓ ଏବଂ ମୁଖ୍ୟ ସଚିବ ଭଳି ପଦ ମଣ୍ଡନ କରିଥିଲେ। ସେହିଭଳି କେନ୍ଦ୍ର ସରକାରରେ ପ୍ରତିରକ୍ଷା ଉତ୍ପାଦନ ସଚିବ, ପ୍ରତିରକ୍ଷା ସ୍ବତନ୍ତ୍ର ସଚିବ, ବୟନ ମନ୍ତ୍ରଣାଳୟ ଉନ୍ନୟନ କମିଶନର ଏବଂ ମେ ୨୦୧୩ରେ ଦୁଇବର୍ଷ ସକାଶେ ପ୍ରତିରକ୍ଷା ସଚିବ ରହିଥିଲେ। ୨୪ ମେ ୨୦୧୫ରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ୧୮ ଡିସେମ୍ବର ୨୦୧୫ରେ ତାଙ୍କୁ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି (ଏସିସି) ଦ୍ୱାରା ଭାରତୀୟ ସୂଚନା କମିଶନରେ ଅବସ୍ଥାପିତ କରାଯାଇଥିଲା। ୫ ଜାନୁୟାରୀ ୨୦୧୬ରେ ମାଥୁରଙ୍କୁ ମୁଖ୍ୟ ସୂଚନା କମିଶନର ଭାବେ ଦାୟିତ୍ୱ ଦିଆଯାଇଥିଲା। ୨୪ ନଭେମ୍ବର ୨୦୧୮ରେ ସେ ଉକ୍ତ ପଦରୁ ଅବସର ନେଇଥିଲେ।
ଚାକିରି ଜୀବନରେ ମାଥୁର ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ତାହାକୁ ସଫଳତାର ସହ ମୁକାବିଲା କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତ୍ରିପୁରାର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କଲା ବେଳେ ସେଠାକାର ପଛୁଆ ଓ ସୀମାନ୍ତ ଅଞ୍ଚଳର ସମସ୍ୟା ସମାଧାନ ଦିଗରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏବେ ଲଦାଖ ଭଳି ସୀମାନ୍ତ କେନ୍ଦ୍ର ଶାସିତ ଅଞ୍ଚଳରେ ତାଙ୍କୁ ଉପରାଜ୍ୟପାଳ ଭାବେ ସାମ୍ବିଧାନିକ ପଦବୀ ମିଳିବା ନିଶ୍ଚିତ ଭାବେ ମାଥୁରଙ୍କ ସକାଶେ ଆହ୍ବାନ ସୃଷ୍ଟି କରିବ। ୩୧ ଅକ୍ଟୋବରରେ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ବିଧିବଦ୍ଧ ମାନ୍ୟତା ପାଇବା ପରେ ଚାଇନା ପ୍ରତିକ୍ରିୟା ପ୍ରକାଶ କରିଛି। ଚାଇନାର କିଛି ଇଲାକାକୁ ଭାରତ ଲଦାଖ ଭିତରେ ମିଶାଇ ଦେଇ ତା’ର ସାର୍ବଭୌମତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି ବୋଲି ବେଜିଂ କହିଛି। ଏଭଳି ସ୍ଥଳେ ଭାରତ ଓ ଚାଇନା ମଧ୍ୟରେ ଲଦାଖ ଆହୁରି ବିବାଦୀୟ ହେଉଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ମାଥୁରଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?