ଲଘୁଖଣିଜ ଚାଲାଣ ରୋକିବ ଟେକ୍ନୋଲୋଜି

ଢେଙ୍କାନାଳ ଅଫିସ, ୧୯।୬ ଢେଙ୍କାନାଳ ଜିଲାରେ ବୃଦ୍ଧି ପାଉଥିବା ବାଲି, ପଥର ଭଳି ଲଘୁ ଖଣିଜ ଚୋରା ଚାଲାଣ ରୋକିବାକୁ ଟେକ୍ନୋଲୋଜିର ସହାୟତା ନେବ ପ୍ରଶାସନ। ଏଥିଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏପରି ବେଆଇନ କାର୍ଯ୍ୟ କରୁଥିବା ଅଭିଯୁକ୍ତଙ୍କୁ ସାବାଡ଼ କରିବାକୁ ଏଣିକି ପୋଲିସ ଚେକ୍‌ପୋଷ୍ଟରେ ସିସିଟିଭି କ୍ୟାମେରା ଖଞ୍ଜାଯିବ। ବେଆଇନ ପଥର ଏବଂ ବାଲି ଖାଦାନ ଉପରେ ଘନଘନ ଚଢ଼ାଉ କରାଯିବ। ଏଥିଲାଗି ଟାସ୍କଫୋର୍ସ ଗଠନ କରାଯାଇଛି। ସେହିପରି ଅଭିଯୋଗ ପ୍ରମାଣିତ ହେଲେ କିମ୍ବା ସାମଗ୍ରୀ ଚାଲାଣ ବେଳେ ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
ଜିଲାର ପଥର ଏବଂ ବାଲି ମାଫିଆଙ୍କ ପ୍ରତି କଠୋର ହେବାକୁ ଗୁରୁବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ଅଧ୍ୟକ୍ଷତା କରି କହିଲେ, ପ୍ରଶାସନର ଚଢ଼ାଉ ବେଳେ ଅଭିଯୁକ୍ତମାନେ ଆକ୍ରମଣ କରୁଥିବା ନଜରକୁ ଆସିଛି। ପୂର୍ବରୁ ଥାନାରେ ମାମଲା ରୁଜୁ କରାଯାଉଥିବାବେଳେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଥିଲା। ତେଣୁ ଲଘୁ ଖଣିଜ ଚୋରାଚାଲାଣ ରୋକିବା ଲାଗି ଜିଲା, ଉପଖଣ୍ଡ ସମେତ ସମସ୍ତ ୮ ତହସିଲରେ ଟାସ୍କଫୋର୍ସ ଗଠନ କରାଯାଇଛି। ଏଣିକି ଅଭିଯୁକ୍ତ ଏବଂ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି କିଛି ଘଟଣା ଘଟିଲେ କିମ୍ବା ମାମଲା ରୁଜୁ ହେଲେ ତୁରନ୍ତ ଜିଲାପାଳ ଓ ଏସ୍‌ପିଙ୍କ ନଜରକୁ ଅଣାଯିବ। ମାମଲାର କାର୍ଯ୍ୟକାରିତା ମଧ୍ୟ ଯାଞ୍ଚ ହେବ। ଚଢ଼ାଉରେ ସାମିଲ ହେଉଥିବା ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ସୁରକ୍ଷା ପ୍ରତି ପଦକ୍ଷେପ ନିଆଯିବ। ଅତର୍କିତ ଭାବେ କରାଯାଉଥିବା ମିଳିତ ଚଢ଼ାଉରେ ଜିଲାପାଳ, ଏସ୍‌ପି, ଡିଏଫ୍‌ଓ, ପୋଲିସ ଏବଂ ରାଜସ୍ବ ବିଭାଗର ଅଧିକାରୀ ସାମିଲ ହେବେ। ଢେଙ୍କାନାଳ-ଯାଜପୁର ସୀମାନ୍ତ ନିହଲପ୍ରସାଦସ୍ଥିତ ଚେକ୍‌ପୋଷ୍ଟରେ ସିସିଟିଭି କ୍ୟାମେରା ଲାଗିଛି। ହିନ୍ଦୋଳ ତହସିଲ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯିବାକୁ ପଦକ୍ଷେପ ନିଆଯାଉଛି। ଏହାକୁ ବାଦ୍‌ ଦେଲେ ପଥର ଖାଦାନ, ବାଲିଘାଟ ଅଞ୍ଚଳରେ ଥିବା ପୋଲିସ ଚେକ୍‌ପୋଷ୍ଟରେ ସିସିଟିଭି କ୍ୟାମେରା ଖଞ୍ଜାଯିବା ସହ ପୋଲିସ ଫୋର୍ସ ମୁତୟନ ହେବେ। ପାଟ୍ରୋଲିଂ କଡ଼ାକଡ଼ି କରାଯିବ। ଲଘୁ ଖଣିଜ ଚାଲାଣ ବୃଦ୍ଧିକୁ ନେଇ ୬ଜଣ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେଜଣ ଏହାର ଉତ୍ତର ରଖିଛନ୍ତି। ଅନ୍ୟମାନଙ୍କୁ ୭ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ପ୍ରଶାସନ ଏବଂ ପୋଲିସ ମଧ୍ୟରେ ସମନ୍ବୟ ରକ୍ଷା କରି ଆଗାମୀ ଦିନର ରଣନୀତି ପ୍ରସ୍ତୁତ କରାଯିବ ବୋଲି ଏସ୍‌ପି ଅନୁପମା ଜେମ୍‌ସ କହିଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ଭବେଶ ନାୟକ, ସୌଦାମିନୀ ସେଠୀ, ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉଦୟନାଥ ମହାପାତ୍ର, ସହକାରୀ ଜିଲାପାଳ ଲିସା ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?