ଲଘୁଖଣିଜ ଚାଲାଣ ରୋକିବ ଟେକ୍ନୋଲୋଜି

ଢେଙ୍କାନାଳ ଅଫିସ, ୧୯।୬ ଢେଙ୍କାନାଳ ଜିଲାରେ ବୃଦ୍ଧି ପାଉଥିବା ବାଲି, ପଥର ଭଳି ଲଘୁ ଖଣିଜ ଚୋରା ଚାଲାଣ ରୋକିବାକୁ ଟେକ୍ନୋଲୋଜିର ସହାୟତା ନେବ ପ୍ରଶାସନ। ଏଥିଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏପରି ବେଆଇନ କାର୍ଯ୍ୟ କରୁଥିବା ଅଭିଯୁକ୍ତଙ୍କୁ ସାବାଡ଼ କରିବାକୁ ଏଣିକି ପୋଲିସ ଚେକ୍‌ପୋଷ୍ଟରେ ସିସିଟିଭି କ୍ୟାମେରା ଖଞ୍ଜାଯିବ। ବେଆଇନ ପଥର ଏବଂ ବାଲି ଖାଦାନ ଉପରେ ଘନଘନ ଚଢ଼ାଉ କରାଯିବ। ଏଥିଲାଗି ଟାସ୍କଫୋର୍ସ ଗଠନ କରାଯାଇଛି। ସେହିପରି ଅଭିଯୋଗ ପ୍ରମାଣିତ ହେଲେ କିମ୍ବା ସାମଗ୍ରୀ ଚାଲାଣ ବେଳେ ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
ଜିଲାର ପଥର ଏବଂ ବାଲି ମାଫିଆଙ୍କ ପ୍ରତି କଠୋର ହେବାକୁ ଗୁରୁବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ଅଧ୍ୟକ୍ଷତା କରି କହିଲେ, ପ୍ରଶାସନର ଚଢ଼ାଉ ବେଳେ ଅଭିଯୁକ୍ତମାନେ ଆକ୍ରମଣ କରୁଥିବା ନଜରକୁ ଆସିଛି। ପୂର୍ବରୁ ଥାନାରେ ମାମଲା ରୁଜୁ କରାଯାଉଥିବାବେଳେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଥିଲା। ତେଣୁ ଲଘୁ ଖଣିଜ ଚୋରାଚାଲାଣ ରୋକିବା ଲାଗି ଜିଲା, ଉପଖଣ୍ଡ ସମେତ ସମସ୍ତ ୮ ତହସିଲରେ ଟାସ୍କଫୋର୍ସ ଗଠନ କରାଯାଇଛି। ଏଣିକି ଅଭିଯୁକ୍ତ ଏବଂ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି କିଛି ଘଟଣା ଘଟିଲେ କିମ୍ବା ମାମଲା ରୁଜୁ ହେଲେ ତୁରନ୍ତ ଜିଲାପାଳ ଓ ଏସ୍‌ପିଙ୍କ ନଜରକୁ ଅଣାଯିବ। ମାମଲାର କାର୍ଯ୍ୟକାରିତା ମଧ୍ୟ ଯାଞ୍ଚ ହେବ। ଚଢ଼ାଉରେ ସାମିଲ ହେଉଥିବା ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ସୁରକ୍ଷା ପ୍ରତି ପଦକ୍ଷେପ ନିଆଯିବ। ଅତର୍କିତ ଭାବେ କରାଯାଉଥିବା ମିଳିତ ଚଢ଼ାଉରେ ଜିଲାପାଳ, ଏସ୍‌ପି, ଡିଏଫ୍‌ଓ, ପୋଲିସ ଏବଂ ରାଜସ୍ବ ବିଭାଗର ଅଧିକାରୀ ସାମିଲ ହେବେ। ଢେଙ୍କାନାଳ-ଯାଜପୁର ସୀମାନ୍ତ ନିହଲପ୍ରସାଦସ୍ଥିତ ଚେକ୍‌ପୋଷ୍ଟରେ ସିସିଟିଭି କ୍ୟାମେରା ଲାଗିଛି। ହିନ୍ଦୋଳ ତହସିଲ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯିବାକୁ ପଦକ୍ଷେପ ନିଆଯାଉଛି। ଏହାକୁ ବାଦ୍‌ ଦେଲେ ପଥର ଖାଦାନ, ବାଲିଘାଟ ଅଞ୍ଚଳରେ ଥିବା ପୋଲିସ ଚେକ୍‌ପୋଷ୍ଟରେ ସିସିଟିଭି କ୍ୟାମେରା ଖଞ୍ଜାଯିବା ସହ ପୋଲିସ ଫୋର୍ସ ମୁତୟନ ହେବେ। ପାଟ୍ରୋଲିଂ କଡ଼ାକଡ଼ି କରାଯିବ। ଲଘୁ ଖଣିଜ ଚାଲାଣ ବୃଦ୍ଧିକୁ ନେଇ ୬ଜଣ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେଜଣ ଏହାର ଉତ୍ତର ରଖିଛନ୍ତି। ଅନ୍ୟମାନଙ୍କୁ ୭ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ପ୍ରଶାସନ ଏବଂ ପୋଲିସ ମଧ୍ୟରେ ସମନ୍ବୟ ରକ୍ଷା କରି ଆଗାମୀ ଦିନର ରଣନୀତି ପ୍ରସ୍ତୁତ କରାଯିବ ବୋଲି ଏସ୍‌ପି ଅନୁପମା ଜେମ୍‌ସ କହିଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ଭବେଶ ନାୟକ, ସୌଦାମିନୀ ସେଠୀ, ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉଦୟନାଥ ମହାପାତ୍ର, ସହକାରୀ ଜିଲାପାଳ ଲିସା ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri