‘ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ବିକ୍ରୟ ବ୍ୟବସ୍ଥା ଜାରି ରଖ’

ଭୁବନେଶ୍ୱର,୯ା୪(ବ୍ୟୁରୋ): ମହାମାରୀ କରୋନା ଜନସାଧାରଣଙ୍କ ଜନଜୀବନକୁ ବହୁଳ ଭାବେ ପ୍ରଭାବିତ କରିଛି। ବିଶେଷକରି ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗ ବହୁଳ ଭାବେ ପ୍ରଭାବିତ ହେଉଛନ୍ତିି। ଜଙ୍ଗଲରେ ମିଳୁଥିବା ବିଭିନ୍ନ ଲଘୁଦ୍ରବ୍ୟ ଉତ୍ତୋଳନ ପ୍ରାୟତଃ ଏହି ସମୟରେ ହୋଇଥାଏ। ଜନଜାତିମାନଙ୍କ ଦ୍ୱାରା ମହୁ, ନିମ୍ବ ମଞ୍ଜି, ତେଜପତ୍ର, ମହୁଆ ମଞ୍ଜି, ଶାଳପତ୍ର, କରଞ୍ଜ ମଞ୍ଜି ଓ ଅନ୍ୟାନ୍ୟ ଦ୍ରବ୍ୟ ସଂଗୃହୀତ ହୋଇଥାଏ। ହେଲେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କରାଯାଇଥିବା ଲକ୍‌ଡାଉନ ଏଥିରେ ବାଧା ସୃଷ୍ଟି କରିଛି। ଗତ ୬ ତାରିଖରେ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦ୍ୱାରା ଚିଠି ଲେଖାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଆଦିବାସୀମାନଙ୍କ ଜୀବିକାର୍ଜନରେ ପ୍ରଧାନମନ୍ତ୍ରୀ ବନ ଧନ ଯୋଜନା(ପିଏମ୍‌ଭିଡିୱାଇ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଦେଶର ୧୨୦୫ ପିଏମ୍‌ଭିଡିୱାଇ କେନ୍ଦ୍ର ଦ୍ୱାରା ୩ ଲକ୍ଷ ୬୦ ହଜାର ଆଦିବାସୀ ଏକାଠି ହୋଇ କାର୍ଯ୍ୟ କରିବା ସହ ଜୀବିକାର୍ଜନ କରିପାରିଥାନ୍ତି। କରୋନା ଦ୍ୱାରା ଏ ସବୁ କାର୍ଯ୍ୟ ବହୁଳ ଭାବେ ପ୍ରଭାବିତ ହୋଇଛି। ତେଣୁ ଜନଜାତିମାନେ ଯେପରି ସୁରୁଖୁରୁରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିପାରିବେ, ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ସେହିଭଳି ନିର୍ଦ୍ଦିଷ୍ଟଭାବେ ରାଜ୍ୟ ସରକାର ସ୍ବତନ୍ତ୍ର ନୋଡାଲ ଏଜେନ୍ସି ଜରିଆରେ ଏହି ଲଘୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରନ୍ତୁ। ଏଥିସହିତ ସଂଗ୍ରହ କରୁଥିବା ବର୍ଗକୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ପ୍ରଦାନ କରନ୍ତୁ। ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ପାଇଁ ପ୍ରାୟ ୪୬୨୧.୧୭ କୋଟି ଟଙ୍କାର ଅନୁଦାନ ରହିଥିବା ଜଣାପଡ଼ିଛି। ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ପଡ଼ିଲେ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।
ଆଦିବାସୀମାନଙ୍କ ଆର୍ଥିକ, ସାମାଜିକ ଜୀବନ ଉପରେ ଗବେଷଣା କରୁଥିବା ଚିତ୍ତରଞ୍ଜନ ପାଣି କୁହନ୍ତି ଯେ, ଲକ୍‌ଡାଉନ ଯୋଗୁ ସାପ୍ତାହିକ ହାଟ ବନ୍ଦ ରହିିଛି। ଦ୍ରବ୍ୟ ସଂଗ୍ରହ ହେବା ପରେ ତାହାର ବିକ୍ରୟ ପାଇଁ ତୃଣମୂଳସ୍ତରେ ବ୍ୟବସ୍ଥା ରହିବା ଆବଶ୍ୟକ। ଏହି କାର୍ଯ୍ୟ କରିବା ପାଇଁ ୧୨୦୦ରୁ ଅଧିକ ସଂଗ୍ରହକାରୀ ସଂସ୍ଥା ବିପଣନ ନିଗମ ଦ୍ୱାରା ଚିହ୍ନଟ ହୋଇଛନ୍ତି। ଏହି ସଂସ୍ଥାଗୁଡ଼ିକ ସହଯୋଗରେ ତୁରନ୍ତ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ କରାଯାଉ ବୋଲି ଚିତ୍ତରଞ୍ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଶିକ୍ଷକ ମାଗୁଛନ୍ତି ଫେବର: ଡିଡବ୍ଲ୍ୟୁଓଙ୍କୁ ଅଭିଯୋଗ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁରର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସ୍କୁଲର ମେଟ୍ରନ ଓ ୨ ଏଲ୍‌ସିସିଏଙ୍କୁ…

ଚାରନାଳିଆରେ ବଢୁଛି ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଆଲୋକ ବ୍ୟବସ୍ଥା ଦାବି କରି…

ବଞ୍ଚୋ,୮ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଚାରନାଳିଆ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଅଁରା଼…

ଜୀରାନଦୀରେ ରିଂ ରୋଡ୍‌ ନିର୍ମାଣ: ସମୟ ଗଡ଼ୁଛି, ବର୍ଷାରେ ଧୋଇ ଯାଉଛି

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପାର୍ଶ୍ୱରେ ରିଂ ରୋଡ୍‌ ନିର୍ମାଣ ଚାଲିଛି। ବର୍ଷା ଓ ବନ୍ୟା ସମୟରେ ସହରକୁ ଜଳ ପ୍ଳାବନରୁ ରକ୍ଷା,…

ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ: ବାଲି ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ…

ଜୟପୁର, ୮।୭(ପବନ ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ। ଜଣେ ବାଲି ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା…

ମଦ ଦୋକାନକୁ ନେଇ ଅସନ୍ତୋଷ:  ବିରୋଧ, ରାସ୍ତାରୋକୋ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନମ୍ବର-୧ର ନିଗମାନନ୍ଦ ବିହାର ଛକ ନିକଟରେ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ଅସନ୍ତୋଷ ତେଜି ଉଠିଛି।…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

ବିମାନବନ୍ଦରରୁ ଜବତ ହେଲା ୫କୋଟିର ମାରିଜୁଆନା

ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି…

ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ଏକମାତ୍ର ସମାଧାନ

ଭୁବନେଶ୍ୱର,୮।୭(ସୁନିତ୍‌ ମିଶ୍ର): ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ଗ୍ରୀଷ୍ମ ଲହରର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ ସମାଧାନ। ବିକାଶ ଓ ପରିବେଶ ପରସ୍ପରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri