Posted inପୁରୀ

ଲକ୍‌ଡାଉନକୁ ବେଖାତିର, କଣାସ ହାଟରେ ଭିଡ଼

କଣାସ,୩୦ା୩(ସ୍ବ.ପ୍ର.)- କରୋନା ଭୂତାଣୁକୁ ରୋକିବା ପାଇଁ ସରକାର ସାରା ଦେଶରେ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରି ଲୋକଙ୍କୁ ଘରେ ରହିବାକୁ କୁହାଯାଇଥିଲା। କିନ୍ତୁ ପୁରୀ ଜିଲା କଣାସ ବ୍ଲକରେ ଲକଡାଉନକୁ ବେଖାତିର କରି ସଚେତନ ହେଉ ନ ଥିବା ଦେଖିବାକୁ ମିଳୁଛି। ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା, ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ କଣାସ ସାପ୍ତାହିକ ହାଟରେ ଲୋକମାନଙ୍କ ନାହିଁ ନ ଥିବା ଭିଡ଼ ଜମୁଛି। ଲୋକେ ଗୋଟିଏ ସ୍ଥାନରେ ଏକାଠି ହୋଇ ପରିବା, ସାମଗ୍ରୀ କିଣୁଛନ୍ତି। ଯାହାଦ୍ୱାରା ପ୍ରଶାସନିକ ଅଧିକାରୀ ଓ ପୋଲିସଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ପ୍ରତ୍ୟେକ ଦିନ ବ୍ଲକ ପ୍ରଶାସନ ଓ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବଜର ଓ ଗାଁ ଗାଁ ବୁଲି ମହାମାରୀ କରୋନାର ପ୍ରାଦୁର୍ଭାବରୁ ରକ୍ଷା ପାଇବା ପାଇଁ ଜନସଧାରଣକୁ ନିଦେବନ କରାଯାଉଛି। କେତେକ ବ୍ୟକ୍ତି ଏହି ନିୟମକୁ ଉଲ୍ଲଂଘନ କରି ସାମଗ୍ରୀ କିଣିବା ନଁାରେ ବାହାରେ ବୁଲୁଥିବାବେଳେ ୧୦ରୁ ୧୫ଜଣ ଏକତ୍ରିତ ହୋଇ ସାମଗ୍ରୀ କିଣୁଛନ୍ତି। ଅନ୍ୟପକ୍ଷେ ଲୋକଙ୍କ ଭିଡ଼କୁ ଦେଖି ବ୍ୟବସାୟୀମାନେ ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ଦର ବୃଦ୍ଧି କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ସରକାରଙ୍କ ନିର୍ଦ୍ଦେଶ ଥିବାବେଳେ ବ୍ୟବସାୟୀମାନେ ନ ମାନି ଡାଲି, ଆଳୁ, ତେଲ ଉପରେ ୧୦ରୁ ୨୦ଟଙ୍କା ଅଧିକ ନେଉଛନ୍ତି। ରବିବାର ମଧ୍ୟ ହାଟରେ ମାଛ, ମାଂସ ଦୋକାନରେ ଭିଡ ଥିବାବେଳେ ଏହିସବୁ ଉପରେ ୫୦, ୧୦୦ଟଙ୍କା ଅଧିକ ରଖି ବିକ୍ରି କରୁଥିବାରୁ କିଛି ସମୟ ହୋହଲ୍ଲା ହୋଇଥିଲା। ଏହି ଦୋକାନମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗସାପ ସହ ରିଲ୍ସ କରିବାବେଳେ ମାରିଲା ଚୋଟ, ଚାଲିଗଲା ଯୁବକଙ୍କ ଜୀବନ

ପୁରୀ,୧୦ା୧୦(ଅଜିତ୍‌ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ…

ଚିଲିକା ମଝିରେ ଅଟକିଲା ଡଙ୍ଗା: ଭୟରେ ଥରିଲେ ଯାତ୍ରୀ, ଆଉ ତା’ପରେ…

କୃଷ୍ଣପ୍ରସାଦ,୭।୧୦(କୈଳାଶ ଚନ୍ଦ୍ର ପଟ୍ଟନାୟକ):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା- ଜହ୍ନିକୁଦା ଚିଲିକା ମଝିରେ ଘଟିଛି ଅଘଟଣ। ବୁଧବାର ସକାଳ ୭ଟାରେ ଏକ ଯାତ୍ରୀବାହୀ ଡ଼ଙ୍ଗା ୫୦ରୁ ଉର୍ଦ୍ଧ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?