ରେଳମନ୍ତ୍ରୀଙ୍କୁ ଭେଟିଲା ବିଧାନସଭା ରେଲଓ୍ବେ କମିଟି

ଭୁବନେଶ୍ୱର,୧୨।୨(ବ୍ୟୁରୋ) :ଚଳିତବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪୩୭୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ଗତବର୍ଷ ବ୍ୟୟବରାଦଠାରୁ ୧୬୨୦କୋଟି ଟଙ୍କା କମ୍‌ ରହିଥିବା ଯୋଗୁ ବିଧାନସଭାର ରେଲଓ୍ବେ କମିଟି ଉଦ୍‌ବେଗ ପ୍ରକାଶ କରିଛି। କେନ୍ଦ୍ରର ଏଭଳି ନିଷ୍ପତ୍ତିକୁ ନେଇ ବିଧାନସଭା ଗୃହ ରେଲଓ୍ବେ କମିଟି ମଙ୍ଗଳବାର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଦିଲ୍ଲୀସ୍ଥିତ ରେଲଓ୍ବେ ଭବନରେ ଭେଟି ଏ ବିଷୟରେ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛି। ରେଳମନ୍ତ୍ରୀଙ୍କୁ ଭେଟିବା ଆଗରୁ ଦିଲ୍ଲୀ ଗସ୍ତ କରିଥିବା ବାଚସ୍ପତିଙ୍କ ସମେତ ୪ମନ୍ତ୍ରୀ, ୯ଜଣ ବିଧାୟକ ଏବଂ ୬ଜଣ ସରକାରୀ ଅଧିକାରୀଙ୍କ ମଧ୍ୟରେ ପ୍ରଥମେ ଏକ ବୈଠକ ଓଡିଶା ଭବନଠାରେ ବସିଥିଲା। ବୈଠକରେ ଶାସକ ଦଳର ୪ଜଣ ଏମ୍‌ପି ମଧ୍ୟ ଯୋଡି ହୋଇଥିଲେ। ସେଠାରେ ରେଳମନ୍ତ୍ରୀଙ୍କୁ କେଉଁସବୁ ପ୍ରସଙ୍ଗରେ କୁହାଯିବ ସେନେଇ ଆଲୋଚନା ହୋଇଥିଲା। ଏହାପରେ ବିଧାନସଭାର ୧୩ଜଣିଆ କମିଟି ରେଲଓ୍ବେ ଭବନ ଗସ୍ତ କରିବା ସମୟରେ କେବଳ କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି ସାଙ୍ଗରେ ଯାଇଥିଲେ। ପୀୟୂଷ ଗୋୟଲଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଠକରେ ଉପସ୍ଥିତ ଥିଲେ। କମିଟି ସଦସ୍ୟ ଚଳିତ ବଜେଟରେ ଓଡିଶାକୁ ରେଲଓ୍ବେ କ୍ଷେତ୍ରରେ କମ୍‌ ଅନୁଦାନ ମିଳିଛି ବୋଲି କହିବା ସହିତ ୧୧ଟି ନୂତନ ପ୍ରକଳ୍ପ ରାଜ୍ୟରେ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଏନେଇ କେନ୍ଦ୍ରମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ବଜେଟ୍‌ ଅନୁଦାନ ଓ଼ଡିଶା ପାଇଁ କେତେ ରହିଛି ତାର ହିସାବ ପ୍ରକ୍ରିୟାରେ କେଉଁଠାରେ ସାମାନ୍ୟ ତ୍ରୁଟି ରହିଯାଇଛି। ଖୁବ୍‌ଶୀଘ୍ର ରେଳ ମନ୍ତ୍ରଣାଳୟ ସହ ଆଲୋଚନା କରି ଏହା ଉପରେ ସ୍ପଷ୍ଟୀକରଣ ରଖାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିବା ବିଧାୟକ ଶଶିଭୂଷଣ ବେହେରା ସୂଚନା ଦେଇଛନ୍ତି। ଏହାସହ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ୧୯ଟି ପ୍ରକଳ୍ପ କାମ ହୋଇପାରୁ ନ ଥିବା ମନ୍ତ୍ରୀ କମିଟି ସଦସ୍ୟମାନଙ୍କୁ କହିଥିଲେ। ରାଜ୍ୟରେ ମୋଟ ୧୫୪୭୩ ଏକର ଜମି ଅଧିଗ୍ରହଣ କାମ ବାକିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷହେବ। ପରେ ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ପାଇଁ ଅଧିକ ଅନୁଦାନ ଦିଆଯିବ ବୋଲି ଗୋୟଲ କହିଥିବା ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ସବୁ ପ୍ରକଳ୍ପ କାର୍ଯ୍ୟ ଲାଗି ୧୦୦ପ୍ରତିଶତ ଜମି ଅଧିଗ୍ରହଣ ପ୍ରକ୍ରିୟା ହେବା ଉପରେ ଗୁରୁତ୍ୱ ଦିଆଯିବ। ଏହା ନ ହେଲେ ଅର୍ଥ ମଞ୍ଜୁର ହେବନାହିଁ ବୋଲି କହିଥିଲେ। ମାତ୍ର କମିଟି ସଦସ୍ୟମାନଙ୍କ ମଧ୍ୟରୁ କେତେଜଣ ଏହି ଶତପ୍ରତିଶତ ଜମି ଅଧିଗ୍ରହଣ ପ୍ରକ୍ରିୟା କଥାକୁ ଗ୍ରହଣ କରିପାରିନ ଥିଲେ। ଏପରି ହେଲେ କୌଣସି ପ୍ରକଳ୍ପ ସମ୍ଭବ ହେବ ନାହିଁ ବୋଲି ସେମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri