ଭୁବନେଶ୍ୱର ହେବ ଗାର୍ବେଜ୍‌ ଫ୍ରି ସିଟି

ଭୁବନେଶ୍ୱର, ୧୨।୨ (ବ୍ୟୁରୋ):ଭୁବନେଶ୍ୱର ଆଗାମୀଦିନରେ ଆଉ ଡଷ୍ଟବିନ୍‌ ଦେଖିବାକୁ ମିଳିବ ନାହିଁ। ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି), ମ୍ୟାଟେରିଆଲ ରିକୋଭରି ଫ୍ୟାସିଲିଟି ସେଣ୍ଟର (ଏମ୍‌ଆରଏଫ) ଓ ପ୍ୟାରୋଲାଇସିସ୍‌ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ସହରରେ ଆଉ ଡଷ୍ଟବିନ୍‌ର ବ୍ୟବହାର ହେବନାହିଁ। ସଫେଇ କର୍ମଚାରୀ ବ୍ୟାଟେରି ଚାଳିତ ଯାନରେ ଘରକୁଘର ବୁଲି ଅଳିଆ ସଂଗ୍ରହ କରିବା ସହ ସେଗୁଡ଼ିକୁ ପୃଥକ୍‌ ଭାବେ ଏମ୍‌ସିସି ଓ ଏମ୍‌ଆରଏଫ୍‌କୁ ଆଣିବେ, ସେଠାରେ ସେଗୁଡ଼ିକୁ କମ୍ପୋଷ୍ଟିଂ କରାଯିବ। ଏହା ଥରେ ମାତ୍ର କାର୍ଯ୍ୟକାରୀ ହେବା ପରେ ଭୁବନେଶ୍ୱରକୁ ଗାର୍ବେଜ୍‌ ଫ୍ରି ସିଟି ଭାବେ ଘୋଷଣା କରାଯିବ। ଯେଉଁଥିରେ କି ଡଷ୍ଟବିନ୍‌ ଦେଖିବାକୁ ମିଳିବ ନାହିଁ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ବର୍ଜ୍ୟ ପରିଚାଳନାରେ ଭୁବନେଶ୍ୱର ସହର ବହୁ ଅତ୍ୟାଧୁନିକ ପ୍ରଣାଳୀ ଆପଣାଇବାକୁ ଯାଉଛି। ଯେଉଁଥିରେ ଏମ୍‌ସିସି, ଏମ୍‌ଆରଏଫ୍‌ ଓ ପ୍ୟାରୋଲାଇସିସ୍‌ ପ୍ଲାଣ୍ଟ ପ୍ରମୁଖ ଭୂମିକା ନିର୍ବାହ କରିବ। ଏହି ମର୍ମରେ ମଙ୍ଗଳବାର ବିଏମ୍‌ସି ପକ୍ଷରୁ ଦୁଇଟି ଏମ୍‌ସିସିର ଉଦ୍‌ଘାଟନ କରାଯିବା ସହ ଲୋକଙ୍କୁ ଓଦା ଓ ଶୁଖିଲା ବର୍ଜ୍ୟ ପୃଥକ୍‌ ଭାବେ ରଖିବାକୁ ସଚେତନ କରାଯାଇଛି। ଆଗାମୀ ଦିନରେ ଭୁବନେଶ୍ୱର ଡଷ୍ଟବିନ୍‌ ମୁକ୍ତ ହେଲେ ସ୍ମାର୍ଟସିଟି ଭାବେ ଜଡ଼ିତ ଥିବା ବିଭିନ୍ନ ସର୍ବେକ୍ଷଣରେ ଶୀର୍ଷ ସ୍ଥାନ ଅଧିକାର କରିବ। ଗାର୍ବେଜ୍‌ ଫ୍ରି ସିଟି ଭାବେ ଭୁବନେଶ୍ୱରକୁ ସ୍ବତନ୍ତ୍ର ଭାବେ ୭ ଷ୍ଟାର ରେଟିଙ୍ଗ ଦିଆଯିବ। ଯାହାକି ନିଜ ପାଇଁ ଏକ ବଡ଼ ଉପଲବ୍ଧି ହେବ ବୋଲି କମିଶନର ଚୌଧାରୀ କହିଛନ୍ତି।
ବିଏମ୍‌ସି ପରିମଳ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଡଷ୍ଟବିନ ରଖାଯାଇଥିବା ବେଳେ ସେଗୁଡ଼ିକର ସ୍ଥିତି ଖରାପ ଥିବା ଅଭିଯୋଗ ହେଉଛି। ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର କରିବା ଦାୟିତ୍ୱ ଠିକା ସଂସ୍ଥାଗୁଡିକର ହୋଇଥିବାବେଳେ ସେମାନଙ୍କୁ ଫାଇନ୍‌ ମଧ୍ୟ କରାଯାଉଛି। ହେଲେ ଏ ନେଇ କିଛି ପରିବର୍ତ୍ତନ ଆସିପାରୁନାହିଁ। ତେଣୁ ବିଏମ୍‌ସି ଦ୍ୱାରା ସେଗୁଡିକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେବାକୁ ସ୍ଥିର କରାଯାଇଛି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆଲୋଚନା ସରିଥିବା ବେଳେ ଏମ୍‌ସିସିର ନିର୍ମାଣ କାର୍ଯ୍ୟ ସରିବା ପରେ ତୁରନ୍ତ ଘରକୁ ଘର ଅଳିଆ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ। ଏହା ପରେ ଭୁବନେଶ୍ୱରରେ ଥିବା ଡଷ୍ଟବିନ୍‌ଗୁଡ଼ିକୁ ହଟାଇ ଦିଆଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ବିଏମ୍‌ସି ଦ୍ୱାରା ଭୁବନେଶ୍ୱରକୁ ଖୋଲା ମଳମୁକ୍ତ ସହର (ଓଡିଏଫ++) ଭାବେ ଆତ୍ମଘୋଷଣା କରାଯାଇଥିଲା। ଉକ୍ତ ସମୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ରାଜ୍ୟର ବିଭିନ୍ନ ମହାନଗର ନିଗମକୁ ‘ଗାର୍ବେଜ୍‌ ଫ୍ରି ସିଟି’ କରିବାକୁ ଆଲୋଚନା କରାଯାଇଥିଲା। ଉକ୍ତ ଆଲୋଚନାକୁ ଦୃଷ୍ଟିରେ ରଖି ବିଏମ୍‌ସି ଏହି ପଦକ୍ଷେପ ହାତକୁ ନିଆଯାଉଛି। ଭୁବନେଶ୍ୱରକୁ ଦେଶର ନଂ. ୧ ସ୍ମାର୍ଟ ସିଟି ସହ ଅନ୍ୟ ବିଷୟ ଯେପରି ସୌନ୍ଦର୍ଯ୍ୟକରଣ, ବର୍ଜ୍ୟର ସୁପରିଚାଳନା ଓ ଐତିହ୍ୟ ନଗରୀ ଭାବେ ନଂ. ୧ ରେ ରଖିବାକୁ ବିଏମ୍‌ସି ଏହି ପ୍ରୟାସ କରିଛି। ଏଥିପାଇଁ ଭୁବନେଶ୍ୱର ସମସ୍ତ ନାଗରିକଙ୍କୁ ବିଏମ୍‌ସି ସହଯୋଗ ମାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?