ରେଳମନ୍ତ୍ରୀଙ୍କୁ ଭେଟିଲା ବିଧାନସଭା ରେଲଓ୍ବେ କମିଟି

ଭୁବନେଶ୍ୱର,୧୨।୨(ବ୍ୟୁରୋ) :ଚଳିତବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪୩୭୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ଗତବର୍ଷ ବ୍ୟୟବରାଦଠାରୁ ୧୬୨୦କୋଟି ଟଙ୍କା କମ୍‌ ରହିଥିବା ଯୋଗୁ ବିଧାନସଭାର ରେଲଓ୍ବେ କମିଟି ଉଦ୍‌ବେଗ ପ୍ରକାଶ କରିଛି। କେନ୍ଦ୍ରର ଏଭଳି ନିଷ୍ପତ୍ତିକୁ ନେଇ ବିଧାନସଭା ଗୃହ ରେଲଓ୍ବେ କମିଟି ମଙ୍ଗଳବାର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଦିଲ୍ଲୀସ୍ଥିତ ରେଲଓ୍ବେ ଭବନରେ ଭେଟି ଏ ବିଷୟରେ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛି। ରେଳମନ୍ତ୍ରୀଙ୍କୁ ଭେଟିବା ଆଗରୁ ଦିଲ୍ଲୀ ଗସ୍ତ କରିଥିବା ବାଚସ୍ପତିଙ୍କ ସମେତ ୪ମନ୍ତ୍ରୀ, ୯ଜଣ ବିଧାୟକ ଏବଂ ୬ଜଣ ସରକାରୀ ଅଧିକାରୀଙ୍କ ମଧ୍ୟରେ ପ୍ରଥମେ ଏକ ବୈଠକ ଓଡିଶା ଭବନଠାରେ ବସିଥିଲା। ବୈଠକରେ ଶାସକ ଦଳର ୪ଜଣ ଏମ୍‌ପି ମଧ୍ୟ ଯୋଡି ହୋଇଥିଲେ। ସେଠାରେ ରେଳମନ୍ତ୍ରୀଙ୍କୁ କେଉଁସବୁ ପ୍ରସଙ୍ଗରେ କୁହାଯିବ ସେନେଇ ଆଲୋଚନା ହୋଇଥିଲା। ଏହାପରେ ବିଧାନସଭାର ୧୩ଜଣିଆ କମିଟି ରେଲଓ୍ବେ ଭବନ ଗସ୍ତ କରିବା ସମୟରେ କେବଳ କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି ସାଙ୍ଗରେ ଯାଇଥିଲେ। ପୀୟୂଷ ଗୋୟଲଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଠକରେ ଉପସ୍ଥିତ ଥିଲେ। କମିଟି ସଦସ୍ୟ ଚଳିତ ବଜେଟରେ ଓଡିଶାକୁ ରେଲଓ୍ବେ କ୍ଷେତ୍ରରେ କମ୍‌ ଅନୁଦାନ ମିଳିଛି ବୋଲି କହିବା ସହିତ ୧୧ଟି ନୂତନ ପ୍ରକଳ୍ପ ରାଜ୍ୟରେ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଏନେଇ କେନ୍ଦ୍ରମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ବଜେଟ୍‌ ଅନୁଦାନ ଓ଼ଡିଶା ପାଇଁ କେତେ ରହିଛି ତାର ହିସାବ ପ୍ରକ୍ରିୟାରେ କେଉଁଠାରେ ସାମାନ୍ୟ ତ୍ରୁଟି ରହିଯାଇଛି। ଖୁବ୍‌ଶୀଘ୍ର ରେଳ ମନ୍ତ୍ରଣାଳୟ ସହ ଆଲୋଚନା କରି ଏହା ଉପରେ ସ୍ପଷ୍ଟୀକରଣ ରଖାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିବା ବିଧାୟକ ଶଶିଭୂଷଣ ବେହେରା ସୂଚନା ଦେଇଛନ୍ତି। ଏହାସହ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ୧୯ଟି ପ୍ରକଳ୍ପ କାମ ହୋଇପାରୁ ନ ଥିବା ମନ୍ତ୍ରୀ କମିଟି ସଦସ୍ୟମାନଙ୍କୁ କହିଥିଲେ। ରାଜ୍ୟରେ ମୋଟ ୧୫୪୭୩ ଏକର ଜମି ଅଧିଗ୍ରହଣ କାମ ବାକିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷହେବ। ପରେ ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ପାଇଁ ଅଧିକ ଅନୁଦାନ ଦିଆଯିବ ବୋଲି ଗୋୟଲ କହିଥିବା ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ସବୁ ପ୍ରକଳ୍ପ କାର୍ଯ୍ୟ ଲାଗି ୧୦୦ପ୍ରତିଶତ ଜମି ଅଧିଗ୍ରହଣ ପ୍ରକ୍ରିୟା ହେବା ଉପରେ ଗୁରୁତ୍ୱ ଦିଆଯିବ। ଏହା ନ ହେଲେ ଅର୍ଥ ମଞ୍ଜୁର ହେବନାହିଁ ବୋଲି କହିଥିଲେ। ମାତ୍ର କମିଟି ସଦସ୍ୟମାନଙ୍କ ମଧ୍ୟରୁ କେତେଜଣ ଏହି ଶତପ୍ରତିଶତ ଜମି ଅଧିଗ୍ରହଣ ପ୍ରକ୍ରିୟା କଥାକୁ ଗ୍ରହଣ କରିପାରିନ ଥିଲେ। ଏପରି ହେଲେ କୌଣସି ପ୍ରକଳ୍ପ ସମ୍ଭବ ହେବ ନାହିଁ ବୋଲି ସେମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?