Posted inଖେଳ

ରୁଟ୍‌, ବଟଲରଙ୍କ ଶତକ ଫିକା: ପାକିସ୍ତାନର ପ୍ରଥମ ବିଜୟ

ନଟିଂହାମ୍‌, ୪।୫-ଜୋ ରୁଟ୍‌ ଓ ଜୋସ୍‌ ବଟଲର ଦ୍ରୁତ ଶତକ ସତ୍ତ୍ୱେ ଇଂଲଣ୍ଡ ଚଳିତ ଆଇସିସି ବିଶ୍ୱକପର ସୋମବାର ଅନୁଷ୍ଠିତ ହାଇସ୍କୋରିଂ ମ୍ୟାଚରେ ପାକିସ୍ତାନଠାରୁ ୧୪ ରନରେ ପରାଜିତ ହୋଇଛି। ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ବିଶାଳ ୩୪୯ ରନ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ୫୦ ଓଭରରେ ୯ ଉଇକେଟ ହରାଇ ୩୩୪ ରନ କରିବାକୁ ସକ୍ଷମ ହୋଇଛି। ରୁଟ୍‌ ୧୦୪ ବଲ୍‌ରୁ ୧୦୭(୧୦ ଚୌକା, ୧ ଛକା) ଓ ବଟଲର ୭୬ ବଲ୍‌ରୁ ୧୦୩(୯ ଚୌକା, ୨ ଛକା) ରନ ସହ ୫ମ ଉଇକେଟ ଭାଗୀଦାରିରେ ୧୩୦ ରନ ସଂଗ୍ରହ କରିଥିଲେ ତାହା ଇଂଲଣ୍ଡ ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ନ ଥିଲା। ପାକିସ୍ତାନ ପକ୍ଷରୁ ଓ୍ବାହାବ ରିଆଜ ୩ଟି, ଶାଦବ ଖାଁ, ମହମ୍ମଦ ଅମିର ୨ଟି ଲେଖାଏ ଏବଂ ମହମ୍ମଦ ହାଫିଜ ଓ ସୋଏବ ମଲିକ ଗୋଟିଏ ଲେଖାଏ ଉଇକେଟ ନେଇ ଦଳର ବିଜୟରେ ସହାୟକ ହୋଇଥିଲେ। ଉଦ୍‌ଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୦୪ ରନରେ ହରାଇଥିବା ଇଂଲଣ୍ଡର ୨ ମ୍ୟାଚରୁ ଏହା ପ୍ରଥମ ପରାଜୟ। ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜଠାରୁ ୭ ଉଇକେଟରେ ହାରିଥିବା ପାକିସ୍ତାନ ଏଠାରେ ପ୍ରଥମ ବିଜୟ ହାସଲ କରିଛି। କୌଣସି ବ୍ୟାଟ୍ସମ୍ୟାନ ଶତକ ହାସଲ ନ କରି ବିଶ୍ୱକପର କୌଣସି ମ୍ୟାଚରେ ପାକିସ୍ତାନର ୩୪୮ ରନ ସର୍ବୋଚ୍ଚ ସ୍କୋର। ପୂର୍ବରୁ ୨୦୧୫ରେ ଓ୍ବେଲିଂଟନଠାରେ ୟୁଏଇ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୬ ଉଇକେଟରେ ୩୪୧ ରନ କରି ରେକର୍ଡର ଅଧିକାରୀ ଥିଲା।
ଇଂଲଣ୍ଡ ଟସ୍‌ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପୂର୍ବରୁ ଇଂଲଣ୍ଡଠାରୁ କ୍ରମାଗତ ୪ ମ୍ୟାଚ ପରାଜୟ ସହ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଏଠାରେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ଫାଇଦାରେ ରହିଥିଲା। ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଦଳ ବଡ଼ ସ୍କୋର ଆଡ଼କୁ ମୁହାଁଇଥିଲା। ଇମାମ୍‌-ଉଲ-ହକ୍‌ ଓ ଫକର ଜମନ ଓପନିଂ ଯୋଡ଼ିରେ ୮୨ ରନ କରି ଦଳପାଇଁ ଭଲ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ଫକର ୪୦ ବଲ୍‌ରୁ ୩୬ ରନ କରି ଆଉଟ ହୋଇଥିଲେ। ୧୫ତମ ଓଭରର ପ୍ରଥମ ବଲ୍‌ରେ ମୋଇନ୍‌ ଅଲୀ ଇଂଲଣ୍ଡକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ଇମାମ ୫୮ ବଲ୍‌ରୁ ୩ ଚୌକା ଓ ୧ ଛକା ବଳରେ ୪୪ ରନ ସ୍କୋର କରିଥିଲେ। ପରବର୍ତ୍ତୀ ୩ ବ୍ୟାଟ୍ସମ୍ୟାନ ବାବର ଆଜମ ୬୬ ବଲ୍‌ରୁ ୬୩(୪ ଚୌକା, ୧ ଛକା), ମହମ୍ମଦ ହାଫିଜ ୮୪(୬୨ ବଲ, ୮ ଚୌକା, ୨ ଛକା) ଓ ଅଧିନାୟକ ସର୍ଫରାଜ ଅହମଦ ୪୪ ବଲ୍‌ରୁ ୫୫(୫ ଚୌକା) ରନ ସ୍କୋର କରି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ଅସିଫ ଅଲୀ (୧୪) ଓ ସୋଏବ ମଲିକ(୮) ବିଫଳ ହୋଇଥିଲେ ହେଁ ଟେଲ୍‌ ଏଣ୍ଡର ହାସନ ଅଲୀ ୫ ବଲ୍‌ରୁ ୧୦(୧ ଛକା) ଓ ଶାଦବ ଖାଁ ୪ ବଲ୍‌ରୁ ୧୦(୨ ଚୌକା) ରନ କରି ଅପରାଜିତ ରହିବାରୁ ପାକିସ୍ତାନ ୫୦ ଓଭରରେ ୮ ଉଇକେଟ ହରାଇ ୩୪୮ ରନ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ବୋଲରଙ୍କ ମଧ୍ୟରେ କ୍ରିସ୍‌ ଓକ୍ସ ଓ ମୋଇନ ଅଲୀ ୩ଟି ଲେଖାଏ ଏବଂ ମାର୍କ ଉଡ୍‌ ୨ଟି ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ୫୦ ଓଭରରେ ୩୪୮/୮(ମହମ୍ମଦ ହାଫିଜ-୮୪, ବାବର ଆଜମ-୬୩, ସର୍ଫରାଜ ଅହମଦ-୫୫, ଇମାମ ଉଲ୍‌ ହକ୍‌-୪୪, ଫକର ଜମନ-୩୬, କ୍ରିସ୍‌ ଓକ୍ସ-୩/୭୧, ମୋଇନ ଅଲୀ-୩/୫୦, ମାର୍କ ଉଡ୍‌-୨/୫୩)।
ଇଂଲଣ୍ଡ ୫୦ ଓଭରରେ ୩୩୪/୯ (ଜୋ ରୁଟ୍‌-୧୦୭, ଜୋସ୍‌ ବଟଲର-୧୦୩, ଜନି ବେୟାରଷ୍ଟୋ-୩୨, ଓ୍ବାହାବ ରିଆଜ-୩/୮୨ ,ଶାଦବ ଖାଁ-୨/୬୩, ମହମ୍ମଦ ଅମିର-୨/୬୭, ମହମଦ ହାଫିଜ-୧/୪୩, ସୋଏବ ମଲିକ-୧/୧୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ଲଜ୍ଜାଜନକ ରେକର୍ଡ କଲା KKR: IPL ଇତିହାସରେ ଯାହା କେବେ ଘଟି ନ ଥିଲା…

ନୂଆଦିଲ୍ଲୀ,୧୫।୪: IPL 2026ର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷରେ ୩୨ ରନରେ ପରାଜୟ ବରଣ କରିଛି। ଏହା…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri