ରିଲିଫ୍‌ ବଣ୍ଟନ ବେଳେ ଗଣ୍ଡଗୋଳ:ପଞ୍ଚାୟତ କାର୍ଯ୍ୟାଳୟରେ ସାମଗ୍ରୀ ଆଣିଥିବା ୩ ଟ୍ରକ୍‌ ଅଟକ

ନିରାକାରପୁର,୨୮ା୮(ଡି.ଏନ.ଏ.)-ନିରାକାରପୁର ବ୍ଲକ ଫନୀ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଓାଲ୍ଡ ଭିଜନ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ସକାଳେ ରିଲିଫ୍‌ ସାମଗ୍ରୀ ବଣ୍ଟନ କରାଯାଉଥିବାବେଳେ ଗଣ୍ଡଗୋଳ ଘଟିଛି। ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୪୦୦ ଜଣଙ୍କୁ ୪ଟି କିଟ୍‌ ଲେଖାଏ ସହାୟତା ପ୍ରଦାନ କରାଯାଇଥିଲା। ଏଥିରେ ରନ୍ଧନ ସାମଗ୍ରୀ, ଗ୍ରୋସରୀ ଓ ଗୋଟିଏ ପାଲ ଇତ୍ୟାଦି ରହିଛି ା ତେବେ ଏହା ସରିଯିବା ପରେ ଉତ୍‌କ୍ଷିପ୍ତ ଗ୍ରାମବାସୀ ୩ଟି ଟ୍ରକ୍‌କୁ ସେହି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରଖି ମୁଖ୍ୟ ଫାଟକରେ ତାଲା ପକେଇ ଦେଇଥିଲେ ା ଫଳରେ ଟ୍ରକ୍‌ଗୁଡ଼ିକ କିଛି ଘଣ୍ଟା ପର୍ଯ୍ୟନ୍ତ ଅଟକ ରହିଥିଲା। ବଣ୍ଟନ ବେଳେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ବିଜୟ ଜେନା, ଉପାଧ୍ୟକ୍ଷ ତୃପ୍ତୀମୟୀ ଆଚାର୍ଯ୍ୟ, ସରପଞ୍ଚ ପବିତ୍ର ଦାସ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କୁ କ୍ଷତିଗ୍ରସ୍ତ ଲୋକେ ଅଭିଯୋଗ କରିଥିଲେ ଯେ, ସୋମବାର କେତେଜଣ ୩୦୦ ଟଙ୍କା ଲେଖାଏ ଦେଇ ରିଲିଫ୍‌ ଟୋକନ୍‌ ହାସଲ କରିଛନ୍ତି। ଲକ୍ଷ୍ମୀଧର ସେଠୀ(୬୨) ଓ ପାଣୁ ଜେନା(୮୫) ଏ ନେଇ କହିଥିଲେ ଯେ କାଲିଠାରୁ ଟୋକନ୍‌ ନେଇଥିବାରୁ ସେମାନେ କିଟ୍‌ ପାଇଛନ୍ତି। ଆମେ ଗରିବ ଲୋକ ଆମ କଥା କିଏ ଶୁଣୁଛି ? ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ଜେନାଙ୍କୁ ପଚାରିବାରୁ ସେ କହିଥିଲେ, ଏହା କୌଣସି ଦଳରୁ ଆସିନାହିଁ, ଓାଲ୍ଡ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦିଆଯାଇଛି । ସେମାନେ ଜିଲାପାଳ ଓ ବିଡିଓଙ୍କୁ ଅବଗତ କରିଛନ୍ତି ା ଉକ୍ତ ଘଟଣା ନେଇ ନିରାକାରପୁର ଥାନା ଏଏସ୍‌ଆଇ ଶରତ ପାଇକରାୟ କହିଥିଲେ ଯେ, କାର୍ଯ୍ୟକ୍ରମବେଳେ ଯଦି ତାଙ୍କ ଦ୍ୱାରା କିଛି ତ୍ରୁଟି ହୋଇଯାଇଥାଏ ସେଥିନିମନ୍ତେ କ୍ଷମା ଚାହୁଁଛନ୍ତି। ତେବେ ଓ୍ବାର୍ଡ଼ ପିଛା ୪୦ଜଣ ଲେଖାଏ କ୍ଷତିଗ୍ରସ୍ତଙ୍କୁ କିଟ୍‌ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ପରେ ଅପରାହ୍ନ ୫ଟାରେ ୩ ଟ୍ରକକୁ ମୁକ୍ତ କରାଯିବା ସହ ପରିସ୍ଥିତି ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ବଳାତ୍କାର ଅଭିଯୋଗ ପଡ଼ିଲା ମହଙ୍ଗା, ବଦଳିଲେ ଆଇଆଇସି

ନୟାଗଡ଼,୧୮ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ଏସ୍‌ଡିପିଓ ମଦନ ମୋହନ ପ୍ରଧାନ ମହିଳାଙ୍କୁ ଫେବର ମାଗି ନିଲମ୍ବିତ ହୋଇଥିବା ବେଳେ ଶରଣକୁଳ ଥାନା ଆଇଆଇସି ସୁଜିତ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri