ରାୟଗଡ଼ା ଅଫିସ/ରାୟଗଡ଼ା (ସ୍ବ.ପ୍ର.),୨୦ା୧୨: ରାୟଗଡ଼ା ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲିଛି। ସ୍ଥାନୀୟ ଆର୍ଏମ୍ସି ବଜାର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରି ମଣ୍ଡିର ଶୁଭାରମ୍ଭ କରାଯାଇଛି। ଅତିରିକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଜିଲାରେ ଖରିଫ୍ ଧାନ କ୍ରୟ ନିମନ୍ତେ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାନ ମଣ୍ଡି ଚାଲିବା ନେଇ ଆରଏମ୍ସି ସମ୍ପାଦକ ବିପିନ୍ ସ୍ବାଇଁ ସୂଚନା ଦେଇଛନ୍ତି। ମଣ୍ଡିରେ ଧାନ ବିକ୍ରିର ଲାଭ ବିଷୟରେ ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ।
ମଣ୍ଡିରେ ଚାଷୀ ସୁବିଧାରେ ଧାନ ବିକ୍ରି କରିବା ସହ ୭୨ ଘଣ୍ଟା ମଧ୍ୟରେ କିପରି ବ୍ୟାଙ୍କ ଆକାଉଣ୍ଟରେ ନିଜର ଟଙ୍କା ପାଇବେ ସେଥିପ୍ରତି ଧ୍ୟାନ ଦେବାକୁ ଯୋଗାଣ ବିଭାଗ ଏବଂ ସମବାୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ା ସେହିଭଳି ମଣ୍ଡିରେ ଚାଷୀ ବିଶ୍ରାମ ନେବା ପାଇଁ ବ୍ୟବସ୍ଥା କରିବା ସହ ଧାନ ସୁରକ୍ଷିତ ପାଇଁ ପଲିଥିନ୍ ବ୍ୟବସ୍ଥା କରିବା ପାଇଁ କହିଥିଲେ। ଚଳିତ ବର୍ଷ ୧୩ ଲାମ୍ପ୍ସ ଓ ଗୋଟିଏ ଏମ୍ପିସିଏସ୍ ଜରିଆରେ ଧାନ କିଣାଯିବ। ଜିଲାରେ ୨୦ ହଜାର ୪୮୨ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୮ ଲକ୍ଷ ୮୧ ହଜାର ୪ଶହ କୁଇଣ୍ଟାଲ ଟାର୍ଗେଟ ଯୋଗାଣ ବିଭାଗକୁ ଦିଆଯାଇଛି। ଧାନ ସଂଗ୍ରହକୁ ଲକ୍ଷ୍ୟ କରି ଦ୍ୱିତୀୟ ପର୍ଯ୍ୟାୟ ଧାନ କ୍ରୟ ନିମନ୍ତେ ଟାର୍ଗେଟ ଦିଆଯିବ ବୋଲି ସୂଚନା ମିଳିଛି। ଚଳିତ ଥର ୪୨ ସ୍ଥାନରେ ମଣ୍ଡି ବ୍ୟବସ୍ଥା କରାଯାଇଛି। ଉଦ୍ଘାଟନି କାର୍ଯ୍ୟକ୍ରମରେ ଉପଜିଲାପାଳ ଭୀମଶେନ ଶବର, ଜିଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ଆର୍ଏମ୍ସି ସମ୍ପାଦକ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗ୍ରାମର ଆର୍ଏମ୍ସି ବଜାର ପ୍ରାଙ୍ଗଣରେ ମଣ୍ଡି ଆରମ୍ଭ ହୋଇଛି। ସହକାରୀ ସମବାୟ ନିବନ୍ଧକ ଦୀପକ କୁମାର ବାରା ମୁଖ୍ୟ ଅତିଥି ଏବଂ ଲାମ୍ପ୍ସ ସଭାପତି ଶଙ୍କର ହୁଇକା ସମ୍ମାନିତ ଅତିଥି ରୂପେ ଯୋଗଦେଇ ମଣ୍ଡି ଉଦ୍ଘାଟନ କରିଥିଲେ। ତେବେ ସୋମବାର ପ୍ରଥମ ଦିନରେ ଜଣେ ମଧ୍ୟ ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି। ଟୋକନ୍ ପାଇଥିଲେ ମଧ୍ୟ ଆର୍ଏମସିକୁ ଟାର୍ଗେଟ ମିଳି ନଥିବା ଯୋଗୁ ଚାଷୀ ଧାନ ବିକ୍ରି କରିପାରି ନ ଥିବା ଜଣାପଡ଼ିଛି।
Posted inଆମ ଜିଲା ଖବର, ରାୟଗଡା View All
ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…
ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…
ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ
ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…
ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି
ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…
ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ
ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…
ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା
ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…
ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ
ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…
ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି
ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…
ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍ କରି ପରିବାର ଲୋକଙ୍କୁ ଜଣାଇବାରୁ…
ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

