ରାସ୍ତାର ସ୍ଥାୟିତ୍ୱ ଖାଉଛି ବାଲିବୋଝେଇ ଭାରିଯାନ

କୁନ୍ଦୁରା,୧୭ା୩(ଡି.ଏନ୍‌.ଏ.) ସଡ଼କ ହେଉଛି ବିକାଶର ମାଧ୍ୟମ। ଗମନାଗମନ ସହଜ ସୁଲଭ କରିବା ପାଇଁ ସରକାର ରାସ୍ତା ନିର୍ମାଣ କରିବା ସହ ତାହାର ରକ୍ଷଣାବେକ୍ଷଣ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ କ୍ଷମତାଠାରୁ ଅଧିକ ବାଲି, ପଥରବୋଝେଇ ଭାରୀଯାନ ଚଳାଚଳ କରିବା ଯୋଗୁ ରାସ୍ତାର ସ୍ଥାୟିତ୍ୱ ନଷ୍ଟ ହେବା ସହ ତାହା ଯାତାୟନ ଅନୁପଯୋଗୀ ହେବାରେ ଲାଗିଛି। କୋରାପୁଟ ଜିଲା ଅଧୀନରେ ଥିବା ପୂର୍ତ୍ତ ବିଭାଗର ଜୟପୁରରୁ କୁନ୍ଦୁରା ଭାୟା ଫାମ୍ପୁଣି ଯାଏ ୨୫ କିମି ରାସ୍ତା ୨୦୧୮-୧୯ରେ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ଏହି ରାସ୍ତାରେ ମାତ୍ରାଧିକ କ୍ଷମତାର ବାଲିବୋଝେଇ ହାଇଓ୍ବା (୩୦ ଟନ୍‌ ବିଶିଷ୍ଟ) ଦିନରାତି ପରିବହନ କରିବା ଯୋଗୁ ତାହା ନଷ୍ଟ ହେବାକୁ ବସିଛି।
କୁନ୍ଦୁରା ବ୍ଲକରେ ୩ଟି ପ୍ରମୁଖ ନଦୀ କୋଲାବ, କୁର୍ଲୁ ଓ ବିରି ରହିଥିବା ବେଳେ ଏଠାରୁ ବେଆଇନ ଭାବେ ବାଲି ଚାଲାଣ ହେଉଛି। ପୂର୍ବ ପଞ୍ଚାୟତ ସମିତି ବୈଠକରେ ଜିଲା ବିଜେଡି ଉପସଭାପତି ସଞ୍ଜୟ ସାହୁ ଅନୁମତି ନ ଥିବା ଭାରୀଯାନ ଚଳାଚଳ ବନ୍ଦ କରିବା ପାଇଁ ତହସିଲଦାର ଆୟୁବ ମଣ୍ଡଳଙ୍କୁ ଜଣାଇଥିଲେ। କିନ୍ତୁ ପୂର୍ବାପେକ୍ଷା କମିବା ବଦଳରେ ଅଧିକ ଗାଡ଼ି ବାଲି ଚାଲାଣ କରୁଛି। ବ୍ଲକରେ ଗତ ଦିନରେ ଯେଉଁ ସବୁ ବାଲିଉତ୍ସ ନିଲାମ ହୋଇଥିଲା, ସେଥିରୁ ଅଧିକାଂଶର ଟେଣ୍ଡର ଅବଧି ସରିଥିଲେ ମଧ୍ୟ ବଳପୂର୍ବକ ସେଠାରୁ ବାଲି ଚାଲାଣ କରାଯାଉଛି। ଏଠାକାର ବାଲି କୋରାପୁଟ, ସେମିଳିଗୁଡ଼ା, ସୁନାବେଡ଼ା ଅଞ୍ଚଳକୁ ପ୍ରତିଦିନ ଚାଲାଣ ହେଉଛି। କିଛି ଆନ୍ଧ୍ରପ୍ରଦେଶ ନମ୍ବର ଥିବା ଗାଡ଼ିରେ ମଧ୍ୟ ବାଲି ଚାଲାଣ କରାଯାଉଛି। ଜୟପୁର ଉପଜିଲାପାଳ ଲୋକନାଥ ଦଳବେହେରା ବେଆଇନ ବାଲି ଚାଲାଣ କରୁଥିବା କିଛି ଭାରୀଯାନକୁ ଜରିମାନା ମଧ୍ୟ କରିଛନ୍ତି। ଜୟପୁରରୁ କୁନ୍ଦୁରା ଆସିବା ସମୟରେ ଜୟନଗର, ଅନ୍ତା ଓ ବାୟାଗୁଡ଼ା ଯାଏ ରାସ୍ତା କଦର୍ଯ୍ୟ ହୋଇପଡ଼ିଛି। କୁନ୍ଦୁରା ତହସିଲ, ବ୍ଲକ ଓ ଥାନା ସମ୍ମୁଖରେ କ୍ଷମତାଠାରୁ ଅଧିକ ବାଲି, ପଥର ନେଇ ଭାରୀଯାନ ଚଳାଚଳ କରୁଥିଲେ ମଧ୍ୟ ସମସ୍ତେ ନିରବ ରହିଛନ୍ତି। ନିୟମିତ ଏହାର ଯାଞ୍ଚ ହେଲେ ବେଆଇନ ବାଲି ଚାଲାଣ ଓ ଭାରୀଯାନ ଚଳାଚଳକୁ ରୋକାଯାଇପାରିବ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri