Posted inଜାତୀୟ

ରାସ୍ତା ମଝିରେ ଏସ୍‌ପିଙ୍କ ଗୋଡ଼ ଧରି କାନ୍ଦି ପକାଇଲେ ଭାଜପା ନେତା

ମିର୍ଜାପୁର,୮।୭: ଉତ୍ତର ପ୍ରଦେଶ ମିର୍ଜାପୁରର କୋତବାଲି ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଭାଜପା ନେତା ରାସ୍ତା ମଝିରେ ଏସ୍‌ପିଙ୍କ ଗୋଡ଼ ଧରି କାନ୍ଦି ପକାଇଥିଲେ। ଆଉ କହିଥିଲେ ମୋର ସମ୍ମାନ ଚାଲିଗଲା। ନିଜ ସରକାରରେ ରହି ଏଭଳି ଅପମାନ ସହ୍ୟ କରି ହେଉନାହିଁ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, କୋତବାଲି ଅଞ୍ଚଳର ନିବି ନିକଟରେ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିଲା। ଏମ୍‌ପି ରାମଶକଲ ଘରୁ ଫେରିବା ବେଳେ ଭାଜପାର ପୂର୍ବତନ ଜିଲାଧ୍ୟକ୍ଷ ଓ କାଶୀର ମନ୍ତ୍ରୀ ଅନୀଲ ସିଂହଙ୍କ ଗାଡିକୁ ପୋଲିସ ଅଟକାଇ ଦେଇଥିଲେ। କାଗଜପତ୍ର ଯାଞ୍ଚ ସମୟରେ ବର୍ଷା ଯୋଗୁ ଘରେ ଭୁଲିଯାଇଥିବା କହିବା ପରେ ପୋଲିସ ତାଙ୍କର ଚାଲାଣ କାଟିବା ସହ ଗାଡିକୁ ସିଜ୍‌ କରିବ ବୋଲି କହିଥିଲା। ପୋଲିସ କର୍ମଚାରୀଙ୍କ ଏତିକି କଥାରେ ମନ୍ତ୍ରୀ ମର୍ମାହତ ହୋଇ ରାସ୍ତା ଉପରେ ବସି ଧାରଣା ଦେଇଥିଲେ। ଏନେଇ ସ୍ଥାନୀୟ ଏସ୍‌ପିଙ୍କୁ ଜଣାପଡ଼ିବା ପରେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହି ସମୟରେ ଅନୀଲ ସିଂହ ଏସ୍‌ପିଙ୍କ ଗୋଡ଼ ଧରି କାନ୍ଦିବା ସହ ତାଙ୍କର ସମ୍ମାନ ଚାଲିଗଲା କହି ଜୋରରେ କାନ୍ଦି ପକାଇଥିଲେ। ସମସ୍ତ ସହଯୋଗ କରିବା ପରେ ବି ପୋଲିସ କର୍ମଚାରୀ ତାଙ୍କୁ ଅପମାନ ଦେଇଛନ୍ତି ବୋଲି ସେ କହିଥିଲେ। ଏହାପରେ ଏସ୍‌ପି ତାଙ୍କୁ ବହୁ ବୁଝାସୁଝା କରିବାରୁ ଅନୀଲ ଶାନ୍ତ ହୋଇ ରାସ୍ତାରୁ ଉଠିଥିଲେ। ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କଲେ ଦାବି

ଭୁବନେଶ୍ବର,୧୫।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଡିଲିମିଟେସନ ପ୍ରସଙ୍ଗ ଉଠାଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ…

କ୍ଳଚ ତାରରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା ମାମଲା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ…

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

ଟ୍ରମ୍ପ ଖେଳିଲେ ବଡ଼ ଗେମ୍! ୪୮ ଘଣ୍ଟା ପରେ ଖୋଲିଲା ହର୍ମୁଜ୍ ପ୍ରଣାଳୀ

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ହଟାଇବା ନେଇ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ଟ୍ରମ୍ପ କହିଛନ୍ତି, “ଆମେ ଏବେ ଏହାକୁ ସମ୍ପୂର୍ଣ୍ଣ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri