ଲେଫ୍ରିପଡ଼ା,୧୯।୨(ଡି.ଏନ୍.ଏ.) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବର୍ତ୍ତନକେଲା ଛକଠାରେ ମଙ୍ଗଳବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ଏକ ପିକ୍ଅପ୍୍ ଭ୍ୟାନ ଗାଡ଼ି ଗୋଟିଏ ବାଇକ୍କୁ ଧକ୍କା ଦେବାରୁ ବାଇକ୍ରେ ଥିବା ମା’ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବରାଖାଇ ଗ୍ରାମର ବୀରେନ୍ଦ୍ର ନାଗ (୪୦) ଏବଂ ତାଙ୍କ ମା’ ଇନ୍ଦ୍ରାବତୀ (୬୦)।
ଅପରାହ୍ନ ପ୍ରାୟ ୪ଟା ୩୦ରେ ମା’ପୁଅ ଉଜ୍ୱଳପୁର ପଞ୍ଚାୟତ କାର୍ଯ୍ୟାଳୟରୁ ଚାଉଳ ନେଇ ଓଡି ୧୬ ଏଫ୍-୫୭୯୬ ନଂ. ବାଇକ୍ ଯୋଗେ ଘରକୁ ଫେରୁଥିଲେ। ବର୍ତ୍ତନକେଲା ଛକଠାରେ ଲେଫ୍ରିପଡ଼ା ପଟରୁ ଆସୁଥିବା ପିକ୍ଅପ୍ ଭ୍ୟାନ ଓଡ଼ି ୧୬ ବି-୭୭୭୬ ନଂ. ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟେ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ସୁନ୍ଦରଗଡ଼ ସରକାରୀ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ରାସ୍ତାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ଲେଫ୍ରିପଡ଼ା ଥାନା ଆଇଆଇସି. ବୀରକିଶୋର ମଲ୍ଲିକ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି।
Posted inଆମ ଜିଲା ଖବର, ସୁନ୍ଦରଗଡ଼ View All
ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ, ଶତାଧିକ କୋଟିର ପ୍ରକଳ୍ପ ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ
କେନ୍ଦୁଝର,୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ୫ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ସହ…
କିଡ୍ନୀ ରୋଗ ନେଲା ଆଉ ଜଣଙ୍କ ଜୀବନ, ଚିକିତ୍ସାରେ ସର୍ବସ୍ବାନ୍ତ ବସୁଦେବଙ୍କ ପରିବାର
ଅମରପାଲି,୬ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍ନୀ ରୋଗ ଦିନକୁ ଦିନ ଉଦ୍ବେଗଜନକ ରୂପ ନେଉଛି। ଏହି ରୋଗରେ ଆକ୍ରାନ୍ତ ହୋଇ ଆଉ ଜଣେ ବ୍ୟକ୍ତିଙ୍କ…
ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ, ୮ ରାମ୍ପରେ ଦର୍ଶନ କରିବେ ଶ୍ରଦ୍ଧାଳୁ
ଭୁବନେଶ୍ୱର/ପୁରୀ,୬।୧୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି…
ଏତିକି ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ସବ୍-ରେଜିଷ୍ଟ୍ରାର, ଚାକିରି ଜୀବନ ଆରମ୍ଭରୁ ଦୁର୍ନୀତି ପଙ୍କରେ…
ବାଲିଆପାଳ,୬ା୧୧: ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମହିଳା ଅଧିକାରୀଙ୍କୁ ପଡ଼ିଛି ଭାରି। ସାଧାରଣ ଲୋକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ…
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଦୀପକ
ବଞ୍ଚୋ,୬ା୧୧(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଗୌରବ ଆଣିଛନ୍ତି ଯୁବ ଶିକ୍ଷାବିତ୍ ଦୀପକ କୁଅଁର। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଉତ୍କୃଷ୍ଟ ପ୍ରଦର୍ଶନ…
ସମିତିସଭ୍ୟ ପୀତବାସ ସାହୁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା
ଭଞ୍ଜନଗର,୬।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ବଡପଡା ସମିତିସଭ୍ୟ ପୀତବାସ ସାହୁ ଶୁକ୍ରବାର ସକାଳେ ପରଲୋକ ଗମନ କରିଛନ୍ତି। ସେ ଆଜକୁ କିଛି ମାସ ହେବ…
କୋଟିଆକୁ ନେଇ ଆଇନ ମନ୍ତ୍ରୀଙ୍କ କଡ଼ା ବାର୍ତ୍ତା, କହିଲେ ଆମେ ଚୁପ୍ହୋଇ…
ଭୁବନେଶ୍ୱର,୬।୧୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର କୋଟିଆକୁ ନେଇ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। କୋଟିଆକୁ ନେଇ ସରକାର ଆଉ ଚୁପ୍ ହୋଇ ବସିବେ ନାହିଁ…
ବନ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା ନେଲା ବୃଦ୍ଧଙ୍କ ଜୀବନ, କାଦୁଅରେ ଗୋଡ଼ ଖସି…
ପୁରୁଷୋତ୍ତମପୁର,୬ା୧୧(ସବିତା ମିଶ୍ର): ବନ୍ୟାର ବିଭୀଷିକା ଥମିବା ପରେ ବି ଲୋକଙ୍କ ପିଛା ଛାଡ଼ୁନି ଦୁର୍ଦ୍ଦଶା। ବନ୍ୟାଜଳ ଛାଡ଼ିଯାଇଥିବା କାଦୁଅ ଏବେ ଜୀବନ ପାଇଁ ବିପଦ ସାଜିଛି। ଏଭଳି…

