Posted inRasifala

ରାଶିଫଳ: ସୋମବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ
ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ । ଯାନ ବାହାନ ଚଳାଚଳରେ, ଆଲୋଚନା କ୍ଷେତ୍ର, ମାତୃବର୍ଗ,ଜମିଜମାରେ, ଦୋକାନବାଡି, ହୋଟେଲ ଆଦି ବ୍ୟବସାୟିକ କ୍ଷେତ୍ରରେଉନ୍ନତମାନର ଫଳ ପାଇବେ । ଅଫିସରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଓ ସମ୍ମାନ ଅକ୍ଷୁର୍ଣ୍ଣ ରହିବ ।
ବୃଷ
ବୃଷ
ନିଜର ସରଳ ସ୍ବଭାବବଶତଃ ଅନ୍ୟକୁ ସାହାଯ୍ୟ କରିବେ କିନ୍ତୁ ଅଭାବ ଅସୁବିଧା ବଶତଃ ଧାର କରିବାକୁ ପଡିପାରେ। ପରିବାର ମଧ୍ୟରେ ପତିଆରା ଦେଖାନ୍ତୁ ନାହିଁ, କାରଣ ଭଲ ବଦଳରେ ତାହା ମନ୍ଦରେ ପରିଣତ ହେବ। କୌଣସି ଆମତ୍ୀୟଙ୍କ ସମ୍ପର୍କରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସଭାସମିତିରେ ମନ୍ଥର ଗତିରେ କାମ କରିବା ଭଲ ହେବ ।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ ଟିକିଏ ଧୈର୍ଯ୍ୟଧରି ରହିପାରିଲେ କାମ ଗୁଡିକ ଶୃଙ୍ଖଳିତ ହୋଇପାରିବ । ନୂତନ ଭାବେ କୈାଣସି କାମ ଆରମ୍ଭ କରିଏକ ପ୍ରକାର ଆମତ୍ତୃପ୍ତି ଲାଭ କରିପାର‘ । ସମସ୍ୟା ସମ୍ପର୍କରେ ସମାଧାନର ଦାୟିତ୍ୱ ନେବା ପାଇଁ ଭାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଅତିଥି ଚର୍ଚ୍ଚାକୁ ନେଇ ପରିବାର ଲୋକ ମାନଙ୍କ ସହ ରହିବା ମୁସ୍କିଲ ହୋଇପାରେ।
କର୍କଟ
କର୍କଟ
ଆଜି ହଠାତ୍‌ କୌଣସି ମହିଳାଙ୍କୁ ମାଧ୍ୟମ କରି ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ନୂତନ ଭାବେ କୌଣସି ମୂଲ୍ୟବାନ ଜିନିଷ କିଣାବିକାକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ପରିବହନରେ ସମସ୍ୟା ରହିବ, କିନ୍ତୁ ବିଶେଷ କିଛି ଅସୁବିଧା ହେବନାହିଁ । ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।
ସି˚ହ
ସି˚ହ
ଆପଣ ଅନ୍ୟମାନଙ୍କ ଟେକାଟେକି କଥାରେ ଉତ୍‌ଫୁଲ୍ଲିତ ହୋଇ କାମକଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ବୃଥା ସନ୍ଦେହ କାରଣରୁ ନିଜଲୋକମାନଙ୍କୁ ଭୁଲ୍‌ ବୁଝତ୍ପାରନ୍ତି। ଆଜି ଦିନଟିରେ ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହେବନାହିଁ। ଆର୍ଥିକ ସ୍ଥିତି ସୁଧୁରିଯିବାର ଆଶାକରି କେତେକାଂଶରେ ଖୁସୀ ହେବେ।
କନ୍ୟା
ସବୁ ପ୍ରକାର ସୁବିଧାଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଆପଣଙ୍କ ଭୁଲ୍‌ ନିଷ୍ପତି ହିଁ ସମସ୍ୟାକୁ ବଢାଇ ଦେଇପାରେ । ପାରିପାର୍ଶ୍ୱିକ ଓ ପାରିବାରରରିକ ପରିସ୍ଥିତି କେତେକାଶଂରେ ଭଲ ରହିବ । ଆଇନ ଅଦାଲତ, ପ୍ରକାଶନ ଓ ପ୍ରଶାସନ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଶୁଭଫଳ ପାଇବେ ।
ତୁଳା
ତୁଳା
ଆର୍ଥିକ ଅନଟନ, ଶାରୀରିକପୀଡା ଜନିତ ମନ ବିରସ ରହିପାରେ କିନ୍ତୁ କୌଣସି କାମ ଅଟକିବ ନାହିଁ। ଗୃହ ସମସ୍ୟା ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ପୂର୍ବରୁ ପରଖି ନ ଥିବା ଗାଡିର ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବିଳମ୍ବ କରିବ । ପାଖରେ ଥିବା ଲୋକଟିର କାର୍ଯ୍ୟକାଳାପ ସନ୍ଦେହଜନକ ହୋଇପାରେ ।
ବିଛା
ବିଛା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ଅନ୍ୟମନସ୍କତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀର ସୂଚନା ରହିଛି। ସାମାଜିକ ସ୍ତରରେ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ । ସାହିତ୍ୟ,ସାମ୍ବାଦିକତା, ପ୍ରଶାସନ, ରାଜନୀତି, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ ।
ଧନୁ
ଧନୁ
କାର୍ଯ୍ୟାରମ୍ଭରେ ପ୍ରତିବନ୍ଧକ ଯୋଗୁ ବିଶେଷ ଅଗ୍ରଗତି ହୋଇ ପାରିବ ନାହିଁ । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି କିନ୍ତୁ କିଛି ଅସୁବିଧା ହେବନାହିଁ । ଆବଶ୍ୟକତା ପୂରଣ କରିବା ପାଇଁ ଧାର ଉଧାର କରିବାକୁ ପଡିପାରେ । ସାଧାରଣ କଥାରେ ନିଜ ଲୋକଙ୍କୁ ସନ୍ଦେହ କରିବେ।
ମକର
ମକର
ସାଧାରଣ କଥାରେ ତର୍କବିତର୍କ ଜନିତ ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଆକସ୍ମିକ ଭାବରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇ ପାରନ୍ତି। ଶୁଭେତ୍ସୁମାନଙ୍କ ସାନ୍ନିଧ୍ୟ ଲାଭକରି ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ । ସ୍ତ୍ରୀଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ ।
କୁମ୍ଭ
କୁମ୍ଭ
ଆଜି ଦିନଟିରେ ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ । ଅବଶ୍ୟ ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ କର୍ମାରମ୍ଭ କରିପାରନ୍ତି। ସାମାଜିକ ସ୍ତରରେ ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ବନ୍ଧୁମିଳନ ସାଙ୍ଗକୁ ଦୂରଯାତ୍ରା କରିବାର ସୁଯୋଗ ପାଇପାରନ୍ତି। ବିଶେଷ ଭାବରେ ଆଜିଦିନଟିରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ ।
ମୀନମୀନ
ଈର୍ଷା ଓ ଅସୂୟାର ବଶବତ୍ତର୍ର୍ୀ ହୋଇ ପାଖ ପଡୋଶୀମାନେ ନିଅଁ।ରେ ଘିଅ ଢାଳିଲା ଭଳି କଥା କହିପାରନ୍ତି । ଆକସ୍ମିକ ଭାବରେ ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ, ଫଳରେ କାମ ପ୍ରତିସ୍ପୃହା ରହିବ ନାହିଁ । ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ଯାତ୍ରା ସ୍ଥଗିତ ରହିଯିବାର ଆଶଙ୍କା ରହିଛି

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ ଆଜିର ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ରର ପରିସ୍ଥିତି ସ୍ବାଭାବିକ ରହିବ। ନିକଟରେ ରହୁ ନ ଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଏବଂ ସଭାସମିତି ଓ ଆନୁଷ୍ଠାନିକ…

ରାଶିଫଳ: ମଙ୍ଗଳବାର , ଜୁଲାଇ ୧୪ ତାରିଖ – Daily Horoscope

ମେଷ ଆଜି ତୃତୀୟଭାବରେ ତିନୋଟି ଗ୍ରହଙ୍କ ସଂଯୋଗ କାରଣରୁ ବନ୍ଧୁମିଳନ,ଧାର୍ମିକ କାର୍ଯ୍ୟ ଏବଂ ଭ୍ରମଣସୌଖ୍ୟ ଲାଭ କରିବେ। ପାରିବାରିକ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମର ଆଶଙ୍କା…

ରାଶିଫଳ: ସୋମବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ…

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri