Posted inRasifala

ରାଶିଫଳ: ସୋମବାର, ଜୁଲାଇ ୮ ତାରିଖ – Daily Horoscope

ମେଷ
ଚନ୍ଦ୍ରର କେନ୍ଦ୍ରରେ ଓ ରାଶିର ନବମରେ ଶନି ଆପଣଙ୍କୁ ମାଙ୍ଗଳିକ କାର୍ଯ୍ୟରେ ନିଯୁକ୍ତ କରାଇବ। ଆଜିର ଯାତ୍ରା ଓ ସାନ୍ଧ୍ୟ ଭ୍ରମଣରେ ଅଭିଳଷିତ ଫଳ ପାଇବେ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି ।
ବୃଷ
ବୃଷ
କେତେକ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ। ରୋହିଣୀ ନକ୍ଷତ୍ର ପାଇଁ ବନ୍ଧୁମାନଙ୍କ ସହାନୁଭୂତି ଲାଭ କରିବା ଫଳରେ ବିବାଦୀୟ ଘଟଣା ଓ ଆର୍ଥିକ ସମସ୍ୟାର ସମାଧାନ ଘଟିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରିଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ । ଆକସ୍ମିକ ଭାବରେ ମିତ୍ର ବନ୍ଧୁଙ୍କ ସହ ମନାନ୍ତର ଘଟିବାର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିିତା କ୍ରମଶଃ ବୃଦ୍ଧି ପାଇବ । ଜମିଜମା ସମ୍ପର୍କିତ ଚିନ୍ତା ବଢ଼ିପାରେ। ମୃଗଶିରା ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା କର୍ମକ୍ଷେତ୍ରକୁ ବ୍ୟସ୍ତବହୁଳ କରିପାରେ।
କର୍କଟ
କର୍କଟ
ଶୁଭଚନ୍ଦ୍ର ପ୍ରଭାବରୁ ଦୀର୍ଘଦିନର ସ୍ଥଗିତ କାମକୁ ଆରମ୍ଭ କରିବାର ସୁଯୋଗ ପାଇବେ । ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିିଙ୍କଠାରୁ ଦୂରେଇ ରହିବା ସହ ସତର୍କତା ରକ୍ଷା କରିବା ଭଲ । ଅଶ୍ଳେଷା ନକ୍ଷତ୍ର ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିିଭାବ ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମ, ଅର୍ଥ ସମ୍ପର୍କ ପ୍ରଭୃତି ପ୍ରତ୍ୟେକ ଦିଗରୁ ଶୁଭଫଳ ପାଇବେ । ଏକ ମାଙ୍ଗଳିକ ପରିବେଶରେ ଆକସ୍ମିକ ଭାବରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ପୂର୍ବାଫାଲ୍‌ଗୁନୀ ସକାଶେ କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ସହକର୍ମୀଙ୍କ ସହ ଆଲୋଚନା କରିବାର ଅବସର ପାଇବେ ନାହିଁ ।
କନ୍ୟା
ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ କିମ୍ବା ପକେଟମାର ଦ୍ୱାରା ଧନହାନିର ସମ୍ଭାବନା ରହିଛି। ଗତକାଲିଠାରୁ ଚିନ୍ତା କରିଥିବା କାମଗୁଡିକ ଆଜି ପରିସ୍ଥିତିବଶତଃ ବାସ୍ତବରେ ଓଲଟା ହେବାରୁ ଦୁଶ୍ଚିନ୍ତାଗ୍ରସ୍ତ ହୋଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ତଥା ଆଧ୍ୟାମତ୍ିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ ।
ତୁଳା
ତୁଳା
ଶନିଙ୍କ ଦଶମ ଦୃଷ୍ଟିରେ ଚନ୍ଦ୍ର ରହିଥିବାରୁ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଗତି କରିବାକୁ ପଡିପାରେ। ଏପରି କି କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ଚିତ୍ରା ନକ୍ଷତ୍ର ପାଇଁ ବନ୍ଧୁମାନେ ଅସହଯୋଗ କରିପାରନ୍ତି। ଅବଶ୍ୟ କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ।
ବିଛା
ବିଛା
ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ । ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ। ଅନୁରାଧା ନକ୍ଷତ୍ର ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ, ଯାହା କି ଆପଣଙ୍କ କଳ୍ପନା ବାହାରେ ଥିବା ପରି ମନେହେବ । ଜମିଜମା କାରଣକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇପାରେ।
ଧନୁ
ଧନୁ
ପାପଗ୍ରହଙ୍କ କୁପ୍ରଭାବରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ ା ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପାରେ। ନିର୍ମାଣ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚାପର ସମ୍ମୁଖୀନ ହୋଇପାରନ୍ତି। ଉତ୍ତରାଷାଢା ନକ୍ଷତ୍ର ସକାଶେ ପ୍ରିୟଜନମାନଙ୍କ ସହିତ ଆଜିର ପ୍ରାତଃଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହେବ ।
ମକର
ମକର
ଆଜି ଭାଗ୍ୟସ୍ଥାନରେ ଚନ୍ଦ୍ର ଅଷ୍ଟମାଧିପତିଙ୍କ ନକ୍ଷତ୍ରସ୍ଥ ଯୋଗୁ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା କଷ୍ଟକର ହୋଇପାରେ। ଅବଶ୍ୟ ନିଜ ପାଇଁ ଉପଭୋଗ୍ୟ ନ ହେଲେ ମଧ୍ୟ ଘରେ ବନ୍ଧୁ ମିଳନଜନିତ ଆମୋଦ ପ୍ରମୋଦର ସୁଅ ଛୁଟିବ। ପୂର୍ଣ୍ଣାଙ୍ଗ ହେବାକୁ ଥିବା କାମଟି ଅସମ୍ପୂର୍ଣ୍ଣ ରହିଯାଇପାରେ।
କୁମ୍ଭ
କୁମ୍ଭ
ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଶତଭିଷା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ସାମାନ୍ୟ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଭଲରେ ଅତିବାହିତ ହେବ। ଆନୁଷ୍ଠାନିକ କାମ, ସଭାସମିତି, ସତ୍‌ସଙ୍ଗ, ଆଧ୍ୟାମତ୍ିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।
ମୀନମୀନ
କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି କର୍ମମୁଖର ରହିପାରନ୍ତି। ଆକସ୍ମିକ ଭାବରେ ଅଫିସ୍‌ରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡିପାରେ। କାର୍ଯ୍ୟହାନି କାରଣରୁ ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର ହତାଶାବୋଧ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

ରାଶିଫଳ: ଶୁକ୍ରବାର, ମେ ୨୯ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିବେ। ଆଜିର ଯାତ୍ରା, ବ୍ୟବସାୟ, ଗବେଷଣା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି।…

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri