Posted inRasifala

ରାଶିଫଳ: ସୋମବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ
ଆପଣଙ୍କ ରାଶିପାଇଁ ଆଜି କୃଷ୍ଣପକ୍ଷର ଦ୍ୱାଦଶଚନ୍ଦ୍ର କଲ୍ୟାଣ ଚନ୍ଦ୍ର ହେତୁ ଯାତ୍ରାରେ ସଫଳତା, କାର୍ଯ୍ୟସିଦ୍ଧି ସଙ୍ଗକୁ ସତ୍‌କାର୍ଯ୍ୟରେ ଅର୍ଥ ବିନିଯୋଗ କରିବେ। ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ସଙ୍ଗକୁ ମୂଲ୍ୟବାନ୍‌ ଜିନିଷ କ୍ରୟ କରିପାରନ୍ତି। କଳା, ସଙ୍ଗୀତ, କ୍ରୀଡାଦି ମନୋରଞ୍ଜନ କାର୍ଯ୍ୟକ୍ରମର ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ।
ବୃଷ
ବୃଷ
ଶୁଭଚନ୍ଦ୍ର ପ୍ରଭାବରେ ଯେଉଁ କାମରେ ହାତଦେବେ ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁଙ୍କ ନିକଟରୁ ଅର୍ଥ ସାହାଯ୍ୟ ଲାଭକରିବାର ସୁଯୋଗ ମିଳିବ । ଉପରିସ୍ଥ ଅଧିକାରୀଙ୍କ ନିକଟରୁ ପ୍ରେରଣା ଓ ସହଯୋଗ ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ।
ମିଥୁନ
ମିଥୁନ
ପରିବାର ସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ପାରିବାରିକ ସୁଖ,ସମୃଦ୍ଧି ପ୍ରଦାନ କରିବା ସହ କର୍ମକ୍ଷେତ୍ର ସକାଶେ ଟେନ୍ସନ ସୃଷ୍ଟି କରିବ। ଟିକିଏ ଟିକିଏ କଥାରେ ଉତେଜିତ ହୋଇପଡିବା ଦ୍ୱାରା ସମସ୍ୟା ବଢିବ ସିନା କମିବ ନାହିଁ । ବ୍ୟୟ ବୃଦ୍ଧି ଯୋଗୁ ବ୍ୟସ୍ତ ରହିପାରନ୍ତି। ତଥାପି ଘର କାମରେ କିମ୍ବା ନୂତନ କର୍ମାରମ୍ଭରେ ଉସତ୍ାହିତ ହେବେ ଓ ସଫଳତା ହାସଲ କରିବେ।
କର୍କଟ
କର୍କଟ
ରାଶ୍ୟାଧିପତି କୋଣଭାବସ୍ଥ ଯୋଗୁ କୈାଣସି ସମ୍ପର୍କୀୟା ମହିଳାଙ୍କ ସାହାଯ୍ୟରୁ ସ୍ଥଗିତ କାମ ତ୍ୱରାନ୍ବିତ ହୋଇପାରିବ । କିନ୍ତୁ କେତେକ କ୍ଷେତ୍ରରେ ଅସ୍ଥିରତା ଲାଗି ରହିବା ସଙ୍ଗକୁ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ସଭାସମିତିରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉସତ୍ାହିତ ହେବେ । ଶତ୍ରୁତା କାରଣରୁ ଆଶଙ୍କା ଜନିତ ସାମୟିକ ବ୍ୟସ୍ତ ରହି ପାରନ୍ତି।
ସି˚ହ
ସି˚ହ
ଆଜିର ଅଷ୍ଟମସ୍ଥ ଚନ୍ଦ୍ର ମାନସିକ ଅସ୍ଥିରତା ସୃଷ୍ଟି କଲେ ମଧ୍ୟ ବିପରୀତ ରାଜଯୋଗ ପ୍ରଭାବରେ ଉଚ୍ଚ ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ପାଇବେ । ପରିସ୍ଥିତିରେ ପଡି ଇଛା ନଥାଇ ମଧ୍ୟ ନିକଟ ସମ୍ପର୍କୀୟ ମାନଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ । କର୍ମାରମ୍ଭର ପ୍ରାଥମିକ ସ୍ତରରେ ବିରୋଧାଭାଷର ସ୍ବର ମନକୁ ବିଚଳିତ କରିପାରେ ।
କନ୍ୟା
ଚନ୍ଦ୍ରଙ୍କ ଶୁଭ ଦୃଷ୍ଟି ଆପଣଙ୍କ ଆଶା ପୂରଣ କରିବା ସହ ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଶିକ୍ଷା, ପରୀକ୍ଷାଦି ପାଇଁ ମନ୍ଦ ହେବନି । ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁଁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । ପାରିବାରିକ କିମ୍ବା ବିବାଦୀୟ ପରିସରରେ ପରିସ୍ଥିତିକୁ ଲକ୍ଷ୍ୟକରି ନୀରବତା ଅବଲ୍ବନ କରିବାକୁ ଉଚିତ ମନେ କରିପାର।
ତୁଳା
ତୁଳା
ଶୁକ୍ରଙ୍କ ପ୍ରଭାବରେ କୈାଣସି ସମ୍ପର୍କୀୟାଙ୍କ ସହ ବିବାଦୀୟ ପରିସ୍ଥିତି ଦେଖାଦେଇପାରେ । ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିପାରେ। ଶିଳ୍ପ,ବାଣିଜ୍ୟ, ବ୍ୟବସାୟ ତଥା ସାମ୍ବାଦିକତା,ଏଜେନ୍ସିପ୍‌ରେ ସଫଳତା ହାସଲ କରିବେ । ଚିତ୍ରା ନକ୍ଷତ୍ର ସକାଶେ ମାନସିକ ଅବସାଦ ଯୋଗୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ ।
ବିଛା
ବିଛା
ଆକସ୍ମିକ ସମସ୍ୟା ଦେଖାଦେବା କାରଣରୁ ଚେଷ୍ଟା କରୁଥିବା କାର୍ଯ୍ୟରେ ଗତି ମନ୍ଥର ହୋଇପାରେ। ପରିବାରରେ ଅସାବଧାନତା ହେତୁ ଦ୍ରବ୍ୟନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ସଭାସମିତି, ପ୍ରଶାସନ, ପ୍ରକାଶନ, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ୱସ୍ତି ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ସାମୟିକ ମନକୁ ଭାରାକ୍ରାନ୍ତ କରିପାରେ।
ଧନୁ
ଧନୁ
ଚତୁର୍ଥ କେନ୍ଦ୍ରରେ ଅଷ୍ଟମାଧିପତି ପାରିବାରିକ, ପାରିପାର୍ଶ୍ୱିକ, ଲୋକ ସମ୍ପର୍କ, ଯାନାବହନ ପ୍ରଭୃତି କ୍ଷେତ୍ରରେ ଓ ସମସ୍ୟା ସୃଷ୍ଟି କରିପାରେ । ଅନ୍ୟମାନଙ୍କ କାନକୁହା କଥା ଶୁଣି ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍‌ ଧାରଣା ପୋଷଣ କରିପାରେ । ଆଇନ ଅଦାଲତ, ନିର୍ମାଣ, ରପ୍ତାନି ବାଣିଜ୍ୟ ପ୍ରଭୃତିରେ ଉନ୍ନତି ଘଟିବ ।
ମକର
ମକର
ଭାଗ୍ୟସ୍ଥାନ ପ୍ରତି ଚନ୍ଦ୍ରଙ୍କ ଦୃଷ୍ଟି ମନ ଚାହୁଁଥିବା କାଯର୍‌ୟରେ ସଫଳତା ପ୍ରଦାନ କରିବ । କିନ୍ତୁ ସପ୍ତମସ୍ଥ ଏକାଧିକ ଗ୍ରହ, ବିବାଦ, କଚେରି ମାମଲା,ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ସାଜିପାରେ । ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାର୍ଯ୍ୟ କରିବା ଭଲ ହେବ।
କୁମ୍ଭ
କୁମ୍ଭ
ଦ୍ୱିତୀୟସ୍ଥ ଚନ୍ଦ୍ର ଯେକୈାଣସି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ । ବନ୍ଧୁ ମାନଙ୍କ ସହଯୋଗରେ ଦୀର୍ଘ ଦିନରୁ ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କାମ ଏବଂ ବନ୍ଧୁଙ୍କ ଆଲୋଚନା ନିଷ୍ଫଳ ହେବନାହିଁ । ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।
ମୀନମୀନ
ସାମାନ୍ୟ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କର୍ମକ୍ଷେତ୍ରରେ ଚେଷ୍ଟା ନିଷ୍ଫଳ ହେବନାହିଁ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଅଂଶୀଦାର ବ୍ୟବସାୟୀଙ୍କ ସହ ତର୍କବିତର୍କ ହେତୁକ ମନ ସାମୟିକ ଭଲ ରହି ନ ପାରେ। ପରିବାରର ଆବଶ୍ୟକତା ଉପଲବ୍ଧି କରି ଅଳଙ୍କାର, ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କଳା, ସାହିତ୍ୟ କ୍ଷେତ୍ରରୁ ସୁଫଳ ମିଳିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?