Posted inRasifala

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ
ସୌନ୍ଦର୍ଯ୍ୟ ବୋଧର ନୂତନ ଅନୁଭବକୁ ଉପଲବ୍ଧତ୍ କରିବେ। ଦୀର୍ଘଦିନ ହେଲା ଚେଷ୍ଟା କରୁଥିବା କାମରେ ଆକସ୍ମିକ ସଫଳତା ସଙ୍ଗକୁ ଆଶା କରୁଥିବା ଦିଗରୁ ଅଧିକ ଧନ ପାଇ ଖୁସି ହେବେ। ନୂତନ ଯୋଜନା କ୍ଷେତ୍ରରେ ଉଚ୍ଚ ଆଶା ଧରି ଆଗେଇବେ। କୃତ୍ତିକା ନକ୍ଷତ୍ରର ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ ।
ବୃଷ
ବୃଷ
ଆଜି ରୋହିଣୀ ନକ୍ଷତ୍ର, କୌଣସି କ୍ଷେତ୍ରରେ ଆପଣ ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ କିନ୍ତୁ ପରକ୍ଷଣରେ ସବୁ ଠିକ୍‌ । ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ପରିସ୍ଥିତି ବଦଳି ଯିବ। କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡିପାରେ। ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ ।
ମିଥୁନ
ମିଥୁନ
ପ୍ରତିବନ୍ଧକ ଲାଗି ରହିବା କାରଣରୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ। ଦୀର୍ଘଦିନର ଆଶା ଫଳବତୀ ହେବାରେ ବନ୍ଧୁମାନେ ସାହାଯ୍ୟ କରିବେ। ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ସଫଳତା ପାଇବେ ନାହିଁ। ପରିବାର ଭିତରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ ।
କର୍କଟ
କର୍କଟ
ଅଶ୍ଳେଷା ନକ୍ଷତ୍ର ଯାହା ବହୁତ ଦିନ ହେଲା ମନେ ମନେ ଭାବୁଥିଲେ ଆଜି ତାହା ବାସ୍ତବରେ ପରିଣତ ହେବ। ଅନ୍ୟାୟ ବିରୋଧରେ ନିଜ ବନ୍ଧୁମାନଙ୍କଠାରୁ ସହଯୋଗ ପାଇବେନି। ଯାନବାହନ ଚଳାଚଳ ସମୟରେ ସତକର୍ମରେ ଗାଡି ଚଳାନ୍ତୁ। ସରକାରୀ ସ୍ତରରୁ କିମ୍ବା ଆଇନର ସାହାଯ୍ୟରୁ ଉପକୃତ ହେବେ।
ସି˚ହ
ସି˚ହ
ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଆଜି ଦିନଟିରେ କିଛି ସୁଖ ସଙ୍ଗକୁ କିଛି ଦୁଃଖର ମିଶ୍ରିତ ଅନୁଭୂତି ପାଇବେ। ଆର୍ଥିକ ଉନ୍ନତି ସହ ନୂତନ ବନ୍ଧୁଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ ଏବଂ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ସ୍ବାସ୍ଥ୍ୟ ସମସ୍ୟା ନୟନ୍ତ୍ରଣ ମଧ୍ୟରେ ରହିବ ଓ ଅଟକି ରହିଥିବା କାମଟିକୁ ସାକାର କରିପାରିବେ।
କନ୍ୟା
ହସ୍ତା ନକ୍ଷତ୍ର ଅଟକି ରହିଥିବା ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିବେ। ଏକାଧିକ କାମରେ ହାତ ଦେଲେ ଲାଭ ବଦଳରେ କ୍ଷତିରେ ପଡିବେ ା ଚାକିରି କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ପାରିବାରିକ ଦିଗରୁ ଖର୍ଚ୍ଚଭାର ଯୋଗୁଁ ଚିନ୍ତାପ୍ରକଟ କରିବେ ଏବଂ ପ୍ରଚେଷ୍ଟା ମଧ୍ୟ କାମକୁ ଆସିବ ନାହିଁ ।
ତୁଳା
ତୁଳା
ଶାରୀରିକ ଅସୁସ୍ଥତା ରହିଥିଲେ ମଧ୍ୟ କେତେକ କାମ କରିବାକୁ ପଡିବ । ସାଂସ୍କୃତିକ କାର୍ଯ୍ୟକ୍ରମରୁ କିମ୍ବା ଉଚ୍ଚସ୍ତରରୁ ଏପରି କି ସଭାସମିତିରୁ ସମ୍ମାନିତ ହେବେ । ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ କିନ୍ତୁ ବାଣିଜ୍ୟ,ବ୍ୟବସାୟ ପାଇଁ ଦିନଟି ମନ୍ଦ ନୁହେଁ । ରାଜନୈତିକ କ୍ଷେତ୍ରରେ, ଆଇନ ଅଦାଲତରେ ନିଜର ସ୍ଥିତିକୁ ସୁଦୃଢ କରିପାରିବେ ।
ବିଛା
ବିଛା
ସମସ୍ୟା ଅସିଲେ ମଧ୍ୟ ତାହାର ସରଳ ସମାଧାନର ଉପାୟ ବାହାର କରିବାରେ ସଫଳ ହେବେ । ବ୍ୟବସାୟିକ କାରବାର ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ। କାମରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ସ୍ତ୍ରୀ ଓ ପିଲାଛୁଆଙ୍କ ସ୍ବାସ୍ଥ୍ୟ ହାନି ହେତୁ ଅଧିକାଂଶ ସମୟ ଚିନ୍ତା କରିପାରନ୍ତି ।
ଧନୁ
ଧନୁ
ଅନ୍ୟମାନଙ୍କ ଉପରେ ଅଭିମାନ କରି ସ୍ବାସ୍ଥ୍ୟପ୍ରତି ଅବହେଳା କରିବା ହେତୁ ଅନୁତାପ କରିବାକୁ ପଡିପାରେ। ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। କେତେକ କଥା ମନ ଭିତରେ ରହିଯିବ, ଯାହା କି କହିପାରିବେ ନାହିଁ କି ସମାଧାନ କରିବାର ମଧ୍ୟ ଉପାୟ ନ ଥିବ ।
ମକର
ମକର

ଉତ୍ତରାଷାଢା ନକ୍ଷତ୍ର ପାଇଁ ଆର୍ଥିକ ଦିଗରୁ ଆଜି ଦିନଟି ବହୁତ ଭଲ, ଫଳରେ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ଲୋକସମ୍ପର୍କ ବୃଦ୍ଧି ପାଇବ କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତିଙ୍କ ସକାଶେ ଟେନସନ ବଢିଯିବ। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ସଭାସମିତି, ଲେଖାପଢା ଓ ଚୁକ୍ତିପତ୍ରରୁ ଶୁଭଫଳ ପାଇବେ ।

କୁମ୍ଭ
କୁମ୍ଭ
ଋଣ ଓ ଶତ୍ରୁତା ଚିନ୍ତାର ମୁଖ୍ୟ କାରଣ ହେବାର ସମ୍ଭାବନା ରହିଛି । ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ ଏବଂ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ସାହିତ୍ୟ, କଳାରେ ଉଚ୍ଚ ପ୍ରଶଂସା ପାଇବେ । ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ ।
ମୀନମୀନ

ବନ୍ଧୁ ମିଳନରୁ ଖୁସୀ ମଧ୍ୟ ରହିବେ। ରେବତୀ ନକ୍ଷତ୍ର ବ୍ୟବସାୟ ତଥା ବିଭିନ୍ନ ଦିଗରୁ ଲାଭବାନ ହେବା ସହ ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି । ଡାଇବେଟିସ୍‌ କିମ୍ବା ଗ୍ୟାଷ୍ଟିକ୍‌ ରୋଗୀମାନଙ୍କ ସକାଶେ ସମୟ ଅନୁକୂଳ ରହି ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri