









ଉତ୍ତରାଷାଢା ନକ୍ଷତ୍ର ପାଇଁ ଆର୍ଥିକ ଦିଗରୁ ଆଜି ଦିନଟି ବହୁତ ଭଲ, ଫଳରେ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ଲୋକସମ୍ପର୍କ ବୃଦ୍ଧି ପାଇବ କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତିଙ୍କ ସକାଶେ ଟେନସନ ବଢିଯିବ। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ସଭାସମିତି, ଲେଖାପଢା ଓ ଚୁକ୍ତିପତ୍ରରୁ ଶୁଭଫଳ ପାଇବେ ।


ବନ୍ଧୁ ମିଳନରୁ ଖୁସୀ ମଧ୍ୟ ରହିବେ। ରେବତୀ ନକ୍ଷତ୍ର ବ୍ୟବସାୟ ତଥା ବିଭିନ୍ନ ଦିଗରୁ ଲାଭବାନ ହେବା ସହ ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି । ଡାଇବେଟିସ୍ କିମ୍ବା ଗ୍ୟାଷ୍ଟିକ୍ ରୋଗୀମାନଙ୍କ ସକାଶେ ସମୟ ଅନୁକୂଳ ରହି ନ ପାରେ।

