Posted inRasifala

ରାଶିଫଳ: ଶୁକ୍ରବାର, ମେ ୮ ତାରିଖ – Daily Horoscope

ମେଷ
ଆଜିର ଗ୍ରହସ୍ଥିତି ଆପଣଙ୍କ ପାଇଁ ଦୁର୍ଲଭ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ଧର୍ମକାର୍ଯ୍ୟ, ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ୍‌ ହେବା ସଙ୍ଗକୁ ସତ୍‌ସଙ୍ଗ ମଧ୍ୟ କରିପାରିବେ। ଆଜିର ଯାତ୍ରା, ବାଣିଜ୍ୟ, ମାଙ୍ଗଳିକ କାମ ପୂର୍ଣ୍ଣ ଫଳପ୍ରଦ ରହିବ। ବ୍ୟବହାରରେ ଶାଳୀନତା ରକ୍ଷା ନ କଲେ ଓଲଟା ଫଳ ପାଇବେ।
ବୃଷ
ବୃଷ
ଶୁକ୍ର ପ୍ରଭାବରେ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସଙ୍ଗକୁ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ଘଟିବ। ମଙ୍ଗଳ ଉଚ୍ଚସ୍ଥ କାରଣରୁ ବ୍ୟବସାୟ,ବାଣିଜ୍ୟ, ନିର୍ମାଣ ପାଇଁ ଦିନଟି ଭଲ ରହିବ। ବନ୍ଧୁ ମିଳନ ସଙ୍ଗକୁ କଳା, ସାହିତ୍ୟ, ପ୍ରବଚନ, ଆଧ୍ୟାମତ୍ିକ ସଭା ସମିତିରେ ସମ୍ମାନିତ ହେବେ। ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ।
ମିଥୁନ
ମିଥୁନ
ଡାକରା ପାଇ ସକାଳୁ ସକାଳୁ ଦୂରଯାତ୍ରା କରିବାକୁ ପଡିପାରେ। ବାକି ରହିଥିବା ଟଙ୍କା ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଆଲୋଚନା, ଆନୁଷ୍ଠାନିକ କାମ, ସଭା ସମିତିରେ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିବ। ସାହାଯ୍ୟକାରୀ ମନୋଭାବ କାରଣରୁ ଆତ୍ମୀୟମାନଙ୍କ ସୁନଜରରେ ଆସିବେ।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଯୋଗୁ ଆଜି ସକାଳ ସମୟଟି ବହୁତ ଭଲରେ କଟିବା ସଙ୍ଗକୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ପାଇବେ। ପାରିବାରିକ,ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କିନ୍ତୁ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି, ଏଣୁ ସତର୍କତାର ସହ କାମ କରିବା ଭଲ।
ସି˚ହ
ସି˚ହ
ବିଭିନ୍ନ ପ୍ରକାରର ସମସ୍ୟା ଜାଲରେ ଛନ୍ଦିହୋଇ ମାନସିକ ସନ୍ତୁଳନ ହରାଇବେ। ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ ମାନସିକ ଶାନ୍ତି ବ୍ୟାହତ ହେବ। ରାଜନୀତି ତଥା ପ୍ରଶାସନିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ମନୋରଞ୍ଜନ ଓ ସଭା ସମିତିରେ ସଫଳତା ଅର୍ଜନ କରିବେ।
କନ୍ୟା
ଦୁଃସ୍ଥାନସ୍ଥ ବୁଧଜନିତ କର୍ମକ୍ଷେତ୍ରରେ କାମଗୁଡିକ ବିଳମ୍ବ ହେବାରୁ ଅନ୍ୟକୁ ଦାୟୀ କରି ବିରକ୍ତି ପ୍ରକାଶ କରିପାରନ୍ତି। ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ କିଛି ବି କରିବେ ନାହିଁ। କଳ୍ପନାର ବାହାରେ ଥିବା କୌଣସି କାର୍ଯ୍ୟ ହାସଲ ହେତୁ ଖୁସୀ ରହିବେ। ମନୋରଞ୍ଜନାଦି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇପାରନ୍ତି।
ତୁଳା
ତୁଳା
ତୃତୀୟାଧିପ ବଳହୀନ ଯୋଗୁଁ ପୂର୍ବରୁ କଥା ଦେଇଥିବା ନିଜ ଲୋକମାନଙ୍କ ଉପରେ ଭରସା କରି ପାରିବେ ନାହିଁ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ। ଆନୁଷ୍ଠାନିକ, ମାଙ୍ଗଳିକ କିମ୍ବା ସଭାସମିତିରେ ଯୋଗଦେଇ ପ୍ରଶଂସିତ ହେବେ।
ବିଛା
ବିଛା
କର୍ମକ୍ଷେତ୍ରରେ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ଅଫିସ୍‌ କାମରେ ଘଟଣାଗୁଡିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ। ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବାର ଆଶଙ୍କା ଉପୁଜିବ। ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବାକୁ ବାଧ୍ୟ ହେବେ।
ଧନୁ
ଧନୁ
ଅତୀତ ଘଟଣା ବିଷୟରେ ଚିନ୍ତା କରି ମନଟା ଅଧିକାଂଶ ସମୟ ଭଲ ଲାଗିବ ନାହିଁ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ, ଯାହା କି ଚିନ୍ତା ବୃଦ୍ଧି କରିବ। ଗଠନମୂଳକ ପ୍ରେରଣା ଦେଇ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ନିର୍ମାଣ, ଚୁକ୍ତିପତ୍ର, ମାଲିମକଦ୍ଦମା, ବ୍ୟବସାୟ, ଯାତ୍ରା ଓ ପାରିବାରିକ ସମସ୍ୟା କ୍ଷେତ୍ରରେ ଉତ୍ତମ ଫଳ ପାଇବେ।
ମକର
ମକର
କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କାମ ହାସଲ କରିବାରେ କେତେକ ପ୍ରତିବନ୍ଧକ ଦେଖାଦେବାର ଆଶଙ୍କା ରହିଛି। ପଡୋଶୀ କେହି ପ୍ରତିବାଦର ସ୍ବର ଉଠାଇ ଅସ୍ଥିରତା ସୃଷ୍ଟି କରିପାରନ୍ତି। ଅବଶ୍ୟ ଆପଣ କୌଶଳ ପ୍ରୟୋଗ କରି ନିଜ ଲୋକମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ସମସ୍ୟା ଲାଗି ରହିଥିଲେ ମଧ୍ୟ ପରିବାର ଭିତରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଦୀର୍ଘପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ବ୍ୟବସାୟ, ବାଣିଜ୍ୟ, ପରିବହନ କ୍ଷେତ୍ର ଆଜି ପାଇଁ ମାନ୍ଦା ହେବ ନାହିଁ। ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ହେତୁ ପ୍ରଶଂସିତ ହେବେ।
ମୀନମୀନ

ବ୍ୟକ୍ତିଗତ ସମସ୍ୟା ରହିଥିଲେ ମଧ୍ୟ ସାମାଜିକ ସ୍ତରରେ ଉନ୍ନତମାନର ଫଳ ପାଇ ଖୁସୀ ରହିବେ। ପୂର୍ବ ବିବାଦର ସମାଧାନ ହେବା ସଙ୍ଗକୁ ଟେନସନ୍‌ ମଧ୍ୟ କମିଯିବ। ଯାତ୍ରା, ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ସଙ୍ଗୀତ, କଳା, ଆଲୋଚନା, ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସା ପ୍ରାପ୍ତି ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?