Posted inRasifala

ରାଶିଫଳ: ଶୁକ୍ରବାର ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ
ରାଶିରେ ଶୁକ୍ରଙ୍କ ସହ ଚନ୍ଦ୍ରଙ୍କ ସଂଯୋଗରୁ ହସଖୁସିରେ ପାରିବାରିକ ଜୀବନ ଅତିବାହିତ ହେବ। ସକାଳୁ ସକାଳୁ ଶୁଭ ଖବର ପାଇ ଖୁସି ହୋଇଯିବେ ଏବଂ ପିଲାମାନଙ୍କ ସକାଶେ ଥିବା ସମସ୍ୟାକୁ ଦୂରେଇବାରେ ସମର୍ଥ ହେବେ । ପରିବାରରେ ଆମୋଦ ପ୍ରମୋଦର ମଉକା ଜୁଟିବ କିନ୍ତୁ ଆତ୍ମୀୟସ୍ବଜନଙ୍କ ପାଇଁ ଚିନ୍ତା ବଢ଼ିପାରେ ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ କାମ ଅଟକିବ ନାହିଁ କିନ୍ତୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସି ଆପଣଙ୍କୁ ସାହାଯ୍ୟ କରିବେ । ବିଭିନ୍ନ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଆବଶ୍ୟକ ଜିନିଷର ଅଭାବ କେତେକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିବ ।
ମିଥୁନ
ମିଥୁନ
ପରିସ୍ଥିତି ଯାହା ହେଉନା କାହିଁକି ଆପଣଙ୍କ କାର୍ଯ୍ୟଦକ୍ଷତା ଜନାଦୃତ ହେବ। ଚଳିତ ପରିସ୍ଥିତିକୁ ଦେଖି ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି। ଆପଣଙ୍କ ଅସୁବିଧା ସମୟରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ପ୍ରତ୍ୟେକ କ୍ଷେତ୍ରରେ ଆପଣ ଧୈର୍ଯ୍ୟ ଧରି କର୍ମ କରିଚାଲିଲେ ଅବଶ୍ୟ ଉପକୃତ ହେବେ।
କର୍କଟ
କର୍କଟ
ଆକସ୍ମିକ ଭାବରେ କୌଣସି ଶୁଭ ଖବର କିମ୍ବା ମୂଲ୍ୟବାନ ଜିନିଷ ପ୍ରାପ୍ତିରେ ଆନନ୍ଦ ଅନୁଭବ କରିବେ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ବିଷମ ପରିସ୍ଥିତି ସୃଷ୍ଟି ହୋଇପାରେ। କୌଣସି ବ୍ୟକ୍ତିଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିବାର ଆଶଙ୍କା ରହିଛି। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ ।
ସି˚ହ
ସି˚ହ
ପାପଗ୍ରହ ମଧ୍ୟସ୍ଥ ରବିଙ୍କ ଯୋଗୁ ତରବରିଆ ଭାବରେ କୌଣସି କାମ ନ କରି ଜଗି ରଖି ଚଳିବା ଭଲ ହେବ । ଆତ୍ମୀୟଙ୍କ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଦୁଶ୍ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହେବେ ଏବଂ ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ ।
କନ୍ୟା
କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ, କିନ୍ତୁ ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିବ। ପ୍ରତ୍ୟେକ କ୍ଷେତ୍ରରେ ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହୋଇପାରନ୍ତି। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ସରକାରୀ କାମରେ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ କାମର ଚାପ ଏତେଦୂର ବଢ଼ିଯିବ ଯେ ଆପଣ ଜମା ଶାନ୍ତିରେ ରହିପାରିବେ ନାହିଁ। ଘର ଲୋକମାନଙ୍କ କାମରେ ଅସନ୍ତୁଷ୍ଟ ହେଲେ ମଧ୍ୟ ପାଟି ଫିଟାଇବାର ରାସ୍ତା ନ ଥିବ । ଆନୁଷ୍ଠାନିକ କାମ ସହଜରେ ସମ୍ପନ୍ନ ହୋଇ ନ ପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ବିଛା
ବିଛା
ହାତରେ କାମ ବହୁତ କିନ୍ତୁ ସମସ୍ୟା ମଧ୍ୟରେ କୌଣସିଟା ମଧ୍ୟ ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ । ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇ ଠିକଣା ସମୟରେ ପାଖ ମାଡିବ ନାହିଁ । ଅସାବଧାନତା କାରଣରୁ ଧନ ହାନି ଘଟିପାରେ। କାର୍ଯ୍ୟରେ ଅବହେଳା ନେଇ ଉଚ୍ଚବର୍ଗଙ୍କଠୁ ସମାଲୋଚିତ ହୋଇପାରନ୍ତି।
ଧନୁ
ଧନୁ
ପୂର୍ବସ୍ଥିରୀକୃତ କାମରେ ପ୍ରତିବନ୍ଧକ ଲାଗିରହିବା ଯୋଗୁ ସ୍ଥଗିତ ରଖିବାକୁ ବାଧ୍ୟ ହେବେ । ନିଜ ଲୋକମାନେ ବିଶ୍ୱାସଘାତକତା କରିବାର ଆଶଙ୍କା ଜନିତ ସହଯୋଗର ଆଶା ନିରର୍ଥକ ହୋଇପାରେ। ଆବଶ୍ୟକ ସାହାଯ୍ୟ,ସହଯୋଗ ଅଭାବରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହେବେ ।
ମକର
ମକର
ପରିବାରରେ ଆପଣଙ୍କ କାର୍ଯ୍ୟକଳାପ ସନ୍ଦେହ ଓ ଭୁଲ୍‌ ବୁଝାମଣା ସୃଷ୍ଟିକରି ଅନର୍ଥର କାରଣ ହେବାର ଆଶଙ୍କା ରହିଛି । ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଓ ବିଶୃଙ୍ଖଳିତ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି। ଗୁରୁବର୍ଗଙ୍କ ପରାମର୍ଶରେ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ । ହିତୈଷୀଙ୍କ ସାହାଯ୍ୟ ସହଯୋଗରୁ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ ।
କୁମ୍ଭ
କୁମ୍ଭ
ବେପରୁଆ ଭାବେ ଭୁଲ୍‌ କାର୍ଯ୍ୟପଦ୍ଧତି ଅନୁସରଣ କଲେ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ। ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିପାରେ। ତୃତୀୟସ୍ଥ ଶୁକ୍ର ହେତୁ କୌଣସି ନୂତନ କର୍ମାରମ୍ଭ ପାଇଁ ମନ ବଳାଉଥିଲେ ମଧ୍ୟ ଚଳିତ ପରିସ୍ଥିତି ତାହା କରାଇ ଦେଇ ନ ପାରେ। ଯାନବାହନରେ ସମସ୍ୟା,ବନ୍ଧୁଙ୍କ ସହ ସମ୍ପର୍କହାନି ଘଟିବ।
ମୀନମୀନ
ପରିସ୍ଥିତିର ବିଡମ୍ବନାଜନିତ ଅଧୈର୍ଯ୍ୟ ନ ହୋଇ ସାମ୍‌ନା କରିବାକୁ ଚେଷ୍ଟାକଲେ ଉପକୃତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ ନ କଲେ ଠକାମିରେ ପଡିବାର ଆଶଙ୍କାକୁ ଏଡିହେବ ନାହିଁ। ସ୍ତ୍ରୀ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ସୂଚନାକୁ ଖାମଖିଆଲି ରୂପରେ ଗ୍ରହଣ କରନ୍ତୁ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri