Posted inRasifala

ରାଶିଫଳ: ଶୁକ୍ରବାର , ନଭେମ୍ବର ୨୪ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ ସକାଶେ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ମିଠା ପ୍ରତିଶ୍ରୁତି ପାଇବେ ସତ ଆଶା କରିଥିବା ଦିଗରୁ ମୂଲ୍ୟବାନ୍‌ ଜିନିଷଟି ପ୍ରାପ୍ତ ହେବ ନାହିଁ। ଅଶ୍ୱିନୀ ନକ୍ଷତ୍ର ସକାଶେ ଅଧ୍ୟାପନା, କ୍ରୀଡ଼ା ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସା ମିଳିବ। ସାମାଜିକ ସ୍ତରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ବିବ୍ରତ ରହିପାରନ୍ତି।
ବୃଷ
ବୃଷ
ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ଅନ୍ୟ ସହ ମିତ୍ରତା ସକାଶେ ମନ ବଳାଇବେ। ପରିସ୍ଥିତି ବଶତଃ ବହୁତ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ଯୋଗୁ ସାମୟିକ ବ୍ୟସ୍ତତା ବଢିଯିବ। ରୋହିଣୀ ନକ୍ଷତ୍ର କଳା ସାହିତ୍ୟ ଏବଂ କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ପାଇବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ବାଧ୍ୟବାଧକତାରେ କାମରୁ ଓହରି ପାରିବେ ନାହିଁ। ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବନ୍ଧୁଙ୍କୁ ମନକଥା ଲୁଚାଇ ପାରିବେ ନାହିଁ। ଆରଦ୍ରା ନକ୍ଷତ୍ର ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ।
କର୍କଟ
କର୍କଟ
ପୁନର୍ବସୁ ନକ୍ଷତ୍ରର ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କର୍ମକ୍ଷେତ୍ରରେ ଆଲୋଚନାର ଶେଷ ପର୍ଯ୍ୟାୟରେ ବନ୍ଧୁ ବିଶ୍ୱାସଘାତ କରିପାରନ୍ତି। ଅର୍ଥ ସମ୍ପର୍କିତ ଆଲୋଚନା ସୁରୁଖୁରୁରେ ସମ୍ପନ୍ନ ହେବ, ଏଥିପାଇଁ କିଛିଟା ହଇରାଣ ହେବାକୁ ପଡିପାରେ। ବ୍ୟବସାୟ ଓ ପରିବହନରେ ସଫଳତା ହାସଲ କରିବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପ୍ରତ୍ୟେକ କାମ ସମସ୍ୟାବହୁଳ ହେଉଥିବାରୁ ମନରେ ସରସତା ରହିବ ନାହିଁ। ମଘା ନକ୍ଷତ୍ର ବ୍ୟକ୍ତିଙ୍କୁ ଆକସ୍ମିକ ଶତ୍ରୁମାନେ ମିତ୍ର ଆଚରଣ କରିପାରନ୍ତି। ବ୍ୟବସାୟ କ୍ଷେତ୍ରରେ କୌଣସି ସୁଯୋଗ ହାତଛଡ଼ା ହୋଇପାରେ। ସାହିତ୍ୟ, ସାମ୍ବାଦିକତା, ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
କନ୍ୟା
ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମନା କରି ମାନସିକ ଦୁର୍ବଳତା ଦେଖାଦେଇପାରେ। ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ପରିବାର ଭିତରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ। ଭାଇଙ୍କ ଅସୁବିଧା ପରିସ୍ଥିତି ବିଷୟ ଚିନ୍ତା କରି ଅଶାନ୍ତ ରହିବେ।
ତୁଳା
ତୁଳା
ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ବେବେ। କର୍ମକ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ। ବାଣିଜ୍ୟ, ବ୍ୟବସାୟରେ ବିଭିନ୍ନ ସମସ୍ୟା ଦେଖା ଦେଇପାରେ, କିନ୍ତୁ ପରିବହନ ସକାଶେ କୌଣସି ଅସୁବିଧା ନାହିଁ। ଚିତ୍ରା ନକ୍ଷତ୍ର ସକାଶେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ।
ବିଛା
ବିଛା
ଆଜି ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରକ୍ରାନ୍ତ କରିବ, କିନ୍ତୁ କିଛି ଅସୁବିଧା ହେବ ନାହିଁ। ସାହାଯ୍ୟ ଆଶାରେ କର୍ମକ୍ଷେତ୍ରରେ ଜଣେ ବନ୍ଧୁ ପ୍ରଗାଢ଼ ଅନୁରକ୍ତି ପ୍ରକାଶ କରିବେ। ସାହିତ୍ୟ, ସାମ୍ବାଦିକତା, ପ୍ରକାଶନ ଓ ପ୍ରଶାସନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଅନୁରାଧା ନକ୍ଷତ୍ର ପୁରୁଣା କଥାକୁ ଦୋହରାଇ ସମସ୍ୟାକୁ ବଢ଼ାଇ ପାରନ୍ତି।
ଧନୁ
ଧନୁ
ଆଜିର କର୍ମକ୍ଷେତ୍ରରେ ସାଧାରଣ ଟିକିଏ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ପୂର୍ବାଷାଢ଼ା ନକ୍ଷତ୍ର ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ପରିବାରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ବନ୍ଧୁଙ୍କ ପରୋକ୍ଷ ଶତ୍ରୁତା ଯୋଗୁ ସାମୟିକ ବିଚଳିତବୋଧ କରିବେ।
ମକର
ମକର
କର୍ମ କ୍ଷେତ୍ରରେ ଖୁବ୍‌ ଆଶାବାଦୀ ହେବେ ମାତ୍ର ସମ୍ପର୍କହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ବକେୟା ଅର୍ଥ ଆଦାୟରେ ସକ୍ଷମ ନ ହେବାରୁ ମନ ଭାରାକ୍ରାନ୍ତ ରହିପାରେ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ଧନିଷ୍ଠା ନକ୍ଷତ୍ରର ବ୍ୟବସାୟ ଓ ପରିବହନରେ ସମସ୍ୟା ଆସିପାରେ।
କୁମ୍ଭ
କୁମ୍ଭ
ଦୀର୍ଘଦିନର ଅପୂରଣୀୟ ଆଶା ମନରେ ଭାବାନ୍ତର ସୃଷ୍ଟି କରିବ। ଆତ୍ମୀୟସ୍ବଜନମାନେ ସ୍ବାର୍ଥ ସାଧନ ଆଶା କ୍ଷୀଣ ଦେଖି ଦୂରେଇ ଯାଇପାରନ୍ତି। ବ୍ୟବସାୟରେ ଉନ୍ନତି, ନିର୍ମାଣରେ ଅଗ୍ରଗତି, ଜମିଜମା କାରବାରରେ ଚୁକ୍ତି ଆଦି କାମ ସମ୍ପନ୍ନ କରିପାରିବେ। ପୂର୍ବଭାଦ୍ରପଦ ନକ୍ଷତ୍ରର ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।
ମୀନମୀନ

ପରିବାରର ଖର୍ଚ୍ଚ ବଢ଼ିଯିବା କାରଣରୁ ମନରେ ସରସତା ରହିବ ନାହିଁ। ରେବତୀ ନକ୍ଷତ୍ର ସକାଶେ ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ା ଆଲୋଚନା, ରାଜନୀତି, ସଂଗଠନ, କଳା, ସାହିତ୍ୟ ଆଦିରେ ଚେଷ୍ଟା ସଫଳ ହେବ ା ଆତ୍ମୀୟମାନଙ୍କ ଦ୍ୱାରା ଆମନ୍ତ୍ରିତ ହୋଇ ଭ୍ରମଣ ସୁଯୋଗ ଲାଭ କରିବେ ା


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ହେଉ କିମ୍ବା ପାରିବାରିକ କ୍ଷେତ୍ର ସମସ୍ୟାକୁ ସୁଧାରି ନେବାର ପ୍ରଯନତ୍ କରିବେ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି।…

ରାଶିଫଳ: ଶନିବାର, ଅଗଷ୍ଟ ୮ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ମାଧ୍ୟମରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟିକୁ ଆରମ୍ଭ ପାଇଁ ପଥ ପରିଷ୍କାର କରାଇବ। ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ।…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୭ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି, ଅବିଳମ୍ବେ ସଫଳତା ପାଇବେ। ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇ କମ୍‌ ସମୟରେ ସମାଧାନ ହୋଇଯିବ। ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri