Posted inRasifala

ରାଶିଫଳ: ଶୁକ୍ରବାର , ଏପ୍ରିଲ୍‍ ୪ ତାରିଖ – Daily Horoscope

ମେଷ
ସରକାରୀ ସ୍ତରରୁ ପ୍ରାପ୍ୟରେ ବାଧା ଉପୁଜିବା କାରଣକୁ ନେଇ ମାନସିକ ଅସ୍ଥିରତା ଦେଖାଦେବ। ବାରମ୍ବାର ଭ୍ରମଣ ହେତୁକ ଶାରୀରିକ ଅସୁସ୍ଥତା ହେବାର ସୂଚନା ରହିଛି। କୃତ୍ତିକା ନକ୍ଷତ୍ର କିଣା ବିକା ସମୟରେ ଜିନିଷ ପତ୍ର ପ୍ରତି ସତର୍କ ରହିବା ଭଲ ହେବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ, କିନ୍ତୁ ସଚେତନତା ଜରୁରୀ ା
ବୃଷ
ବୃଷ
ବିରକ୍ତିଭାବକୁ ରୁକ୍ଷଭାଷାରେ ପ୍ରୟୋଗ କରିବାରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ଆଜି ତରବରିଆ ପଦକ୍ଷେପ ନେଲେ ହଇରାଣ ହୋଇପାରନ୍ତି। ରୋହିଣୀ ନକ୍ଷତ୍ର ଆର୍ଥିକ ସମସ୍ୟା ଦୂର ହେବ, କିନ୍ତୁ କରଜ କରିବାକୁ ପଡିପାରେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି ସେପରି କିଛି ହେବନି।
ମିଥୁନ
ମିଥୁନ
ଶାରୀରିକ ଅସୁସ୍ଥତା ସାଙ୍ଗକୁ ମାନସିକ ଅସ୍ଥିରତା ପରିଲକ୍ଷିତ ହେବ। କିନ୍ତୁ ଯେକୌଣସି ପରିସ୍ଥିତିରେ ରହନ୍ତୁନା କାହିଁକି, ବିଜୟ ପ୍ରାପ୍ତି ନିଶ୍ଚିତ। ନିକଟତର ବନ୍ଧୁମାନେ ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। ଆର୍ଦ୍ରା ନକ୍ଷତ୍ର ଆବଶ୍ୟକ ମନେକରୁଥିବା ଅର୍ଥ ଯଥା ସମୟରେ ପାଇବା ହେତୁ ଖୁସି ହେବେ।
କର୍କଟ
କର୍କଟ
ଆଜି କାମର ଚାପ ଏତେଦୂର ବୃଦ୍ଧିପାଇବ ଯେ ସ୍ଥିର ହୋଇ ରହିପାରିବେ ନାହିଁ। ପୁନର୍ବସୁ ନକ୍ଷତ୍ରକୁ ଅନ୍ୟମାନଙ୍କ ଅନୁରୋଧ କ୍ରମେ ଦୂରଯାତ୍ରା କରିବାକୁ ପଡ଼ିପାରେ। ଯାତ୍ରା ସମୟରେ କିମ୍ବା ପ୍ରବାସରେ ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ଆଜି ଯେମିତି ଯାହା ପାଇବାର ଆଶା ରଖିଛନ୍ତି ତାହା ନିଶ୍ଚିତ ପାଇପାରିବେ। କିନ୍ତୁ ମଘା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଟିକିଏ ନରମି କଥାବାର୍ତ୍ତା କରିବା ଭଲ ହେବ। ଦୀର୍ଘଦିନରୁ ବନ୍ଧୁଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ପାରିବାରିକ କ୍ଷେତ୍ର ପୂର୍ବପରି ବଳବତ୍ତର ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ।
କନ୍ୟା
ଆଜି ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଏକାଧିକ କାମରେ ଅନୁପ୍ରବେଶ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ବନ୍ଧୁମିଳନ ସାଙ୍ଗକୁ ମତାନ୍ତରଜନିତ ପରିସ୍ଥିତି ସୃଷ୍ଟି ହୋଇପାରେ। ସାମାଜିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ହସ୍ତା ନକ୍ଷତ୍ର କଳା, ସାହିତ୍ୟ, ସଂସ୍କତି, ସଙ୍ଗୀତ ଆସର କ୍ଷେତ୍ରରେ ବେଶ୍‍ ଆଦୃତ ହେବେ।
ତୁଳା
ତୁଳା
ଯାହାକୁ ଦେଖିବା ସକାଶେ ମନ ବ୍ୟାକୁଳିତ ହେଉଥିଲା ତାହାକୁ ଦେଖି ଭାବବିଭୋର ହୋଇପାରନ୍ତି। ଭାବପ୍ରବଣତାରେ ନିଜକୁ ନ ହଜାଇ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ। ବନ୍ଧୁ ଅସହଯୋଗ ପୋଷଣ କରି କାମକୁ ବିଗାଡି ଦେବାର ଅପଚେଷ୍ଟା କରିପାରନ୍ତି। ବିଶାଖା ନକ୍ଷତ୍ର ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ।
ବିଛା
ବିଛା
ଆଜି ସକାଳୁ ଅଟକି ରହିଥିବା କାମଟିକୁ ମନ ବଳାଇ ଅସ୍ଥିର ରହିବେ। ମନେମନେ ଚିନ୍ତା କରିଥିବା ବିଷୟକୁ ବନ୍ଧୁଙ୍କ ସମ୍ମୁଖରେ ପ୍ରକାଶ କରି ସାହାଯ୍ୟ ଲୋଡିପାରନ୍ତି। ସହକର୍ମୀଙ୍କ ସହ ମାନମନାନ୍ତର ଦେଖା ଦେଇପାରେ। ଅନୁରାଧା ନକ୍ଷତ୍ର ସକାଶେ ଯାତ୍ରା, ବାଣିଜ୍ୟ ଓ ପରିବହନରେ କିଛିନା କିଛି ସମସ୍ୟା ଉପୁଜିପାରେ।
ଧନୁ
ଧନୁ
ପୂର୍ବଷାଢା ନକ୍ଷତ୍ର ସକାଶେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବାର ସମ୍ଭାବନା ରହିଛି। ଅନ୍ୟମାନଙ୍କ ମନ ବୁଝିଲାଭଳି କଥାରେ ପଡି କୌଣସି କାମ କରିବା ଠିକ୍‍ ହେବନାହିଁ। ପୂର୍ବ କଳ୍ପିତ ଯୋଜନାକୁ ସାକାର କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ା ରାଜନୀତି, ସାହିତ୍ୟ କ୍ଷେତ୍ରରେ ଚାପର ସମ୍ମୁଖୀନ ହେବେ।
ମକର
ମକର
ଈର୍ଷାପରାୟଣ ବନ୍ଧୁଙ୍କ ପ୍ରତିରୋଧ ଓ ଅସହଯୋଗ ମଧ୍ୟରେ ଆଗକୁ ବଢିବା କଷ୍ଟକର ହେବ। ଆବଶ୍ୟକ ଅର୍ଥର ଅଭାବକୁ ନେଇ ଦୁଶ୍ଚିନ୍ତା ବୃଦ୍ଧି ପାଇବ, କିନ୍ତୁ ପରକ୍ଷଣରେ ସବୁ ଠିକ୍‍ ହୋଇଯିବ। ଶ୍ରବଣା ନକ୍ଷତ୍ରର ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ରର ପ୍ରଗତିରେ ବାଧା ରହିବ ନାହିଁ। ତରବରିଆ ପଦକ୍ଷେପ ନେବା ଠିକ୍‍ ହେବନାହିଁ।
କୁମ୍ଭ
କୁମ୍ଭ
ସମ୍ମୁଖରେ କିଛି ନ କହିପାରିଲେ ମଧ୍ୟ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ ମନୋବଳ କ୍ରମଶଃ ବୃଦ୍ଧି ପାଇବ। ଶତଭିଷା ନକ୍ଷତ୍ର ସକାଶେ ଆଜି ଦିନଟିରେ ଭ୍ରମଣ ରାଜନୀତି, ପ୍ରଶାସନ ପାଇଁ ବହୁତ ଭଲ।
ମୀନମୀନ

ପୂର୍ବଭାଦ୍ର ନକ୍ଷତ୍ର ସକାଶେ ଆଜିର ଆର୍ଥିକ ସ୍ଥିତି ଓ ମାନସିକ ପରିସ୍ଥିତି ଭଲ ରହିବ। ପରିସ୍ଥିତିର ତାଡନାରେ କଠୋର ପରିଶ୍ରମ ସାଙ୍ଗକୁ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେବ। ଏକାଧିକ କାମରେ ହାତ ଦେଇ ଅନୁତାପ କରିବେ। ଉପରିସ୍ଥଙ୍କ ଆଦେଶମୁତାବକ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

ରାଶିଫଳ: ରବିବାର , ଜୁଲାଇ ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ଅଭିଳଷିତ କାର୍ଯ୍ୟ ହାସଲ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri