Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ
ସହଯୋଗୀ ମନୋଭାବରୁ କର୍ମ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ଅର୍ଥ ଲାଭ ସଙ୍ଗକୁ ଶାରୀରିକ ସୁସ୍ଥତା ଓ ବନ୍ଧୁଙ୍କ ପରାମର୍ଶ ପାଇବା ଯୋଗୁ ମନ ଖୁସି ରହିବ। ବନ୍ଧୁ ମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ। ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ବୃଷ
ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯିବା ସଙ୍ଗକୁ ବନ୍ଧୁମାନଙ୍କ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ସହକର୍ମୀଙ୍କ ପରାମର୍ଶ କ୍ରମେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନେବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଆଇନ, ଅଦାଲତ, ଜମିଜମା କ୍ଷେତ୍ରରେ କାର୍ଯ୍ୟ ସାଧିତ ହେବ।
ମିଥୁନ
ମିଥୁନ
ପ୍ରତ୍ୟେକ ପରିସ୍ଥିତିରେ ନିଜ ଲୋକ ଦ୍ୱାରା ସାହାଯ୍ୟ,ସହଯୋଗର ଅଭାବ ରହିବ ନାହିଁ। ସନ୍ତାନ ହେତୁକ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ପରୋକ୍ଷ ଶତ୍ରୁତା କେତେକ କାମକୁ ସାମୟିକ ଅଟକାଇ ଦେଇପାରେ। ଭୁଲ୍‌ ବୁଝାମଣା ଜନିତ ପାରିବାରିକ ଅଶାନ୍ତିରେ ଅସ୍ଥିରତା ଅନୁଭବ କରିବେ।
କର୍କଟ
କର୍କଟ
ପାରିବାରିକ ଆବଶ୍ୟକତାକୁ ନେଇ ଖର୍ଚ୍ଚାନ୍ତ ହେବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଘରେ ଅସାବଧାନତା କିମ୍ବା ଅନ୍ୟମନସ୍କତା ହେତୁ ଧନହାନି ଘଟିବାର ସୂଚନା ରହିଛି। କେତେକଙ୍କ କ୍ଷେତ୍ରରେ ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇପାରେ, ଏଣୁ ସାବଧାନତା ଆବଶ୍ୟକ।
ସି˚ହ
ସି˚ହ
ନିଜର କଥା ଓ ବ୍ୟବହାରରେ ସଂଯମତା ଅବଲମ୍ବନ କଲେ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସଭାସମିତିରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବାର ଆଶା କରାଯାଇପାରେ।
କନ୍ୟା
ବିକ୍ଷିପ୍ତ ଭାବଧାରାର ଅବ୍ୟବସ୍ଥିତ ମନ ଜୀବନଯାତ୍ରାକୁ ବିଶୃଙ୍ଖଳିତ କରିପାରେ। ସବୁ ପ୍ରକାରର ସୁବିଧା ଥିଲେ ମଧ୍ୟ ପାରିବାରିକ ଜୀବନରେ କିଛିଟା ଅଭାବ ଅନୁଭବ କରିବେ। କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି। ପଡୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି।
ତୁଳା
ତୁଳା
ଶାରୀରିକ ସୁସ୍ଥତା ଓ ମାନସିକ ସ୍ଥିରତା ରକ୍ଷା କରିବାରେ ସମର୍ଥ ହେବେ। ଶାନ୍ତ ମନରେ ସବୁ କାମକୁ କରିବାର ଧୈର୍ଯ୍ୟ ପୂର୍ଣ୍ଣମାତ୍ରାରେ ରହିବ। ମାଲିମକଦ୍ଦମାରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ବିଛା
ବିଛା
ସ୍ବାସ୍ଥ୍ୟରେ ଉନ୍ନତି,ଆର୍ଥିକ ପ୍ରଗତି ସହ ସୁଚିନ୍ତିତ କାର୍ଯ୍ୟଧାରାର ଶୃଙ୍ଖଳତା ଦିନଟିକୁ ଖୁସୀରେ କାଟିବାରେ ସାହାଯ୍ୟ କରିବ। ତଥାପି ସାମୟିକ ବିଭିନ୍ନ ପ୍ରକାରର ପାରିବାରିକ ସମସ୍ୟା ଚିନ୍ତାକରି ମନ ଭାରକ୍ରାନ୍ତ ରହିପାରେ। ପ୍ରତିଯୋଗିତା,ପ୍ରତିଦ୍ୱନ୍ଦ୍ୱିତା ତଥା ବିବାଦୀୟ ପରିସ୍ଥିତିରେ ବିଜୟୀ ହେବେ।
ଧନୁ
ଧନୁ
ସାମୟିକ ବ୍ୟତିକ୍ରମକୁ ବାଦ୍‌ ଦେଲେ ପ୍ରାୟତଃ ଦିନଟିରେ ପ୍ରତିଟି କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଯି। ପାରିବାରିକ,ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ।
ମକର
ମକର
ଆପଣ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ ଓ କୌଣସି କ୍ଷେତ୍ରରେ ତାହାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରିବେ। ଶନି ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ କରାଇବ। ଜମିଜମା ବିବାଦର ସମାଧାନ ହେବାର ସମ୍ଭାବନା ରହିଛି।
କୁମ୍ଭ
କୁମ୍ଭ
ଅନ୍ୟମାନଙ୍କର ପରୋକ୍ଷ ଶତ୍ରୁତା ଆପଣଙ୍କ କୌଣସି କାମକୁ ଅଟକାଇପାରିବ ନାହିଁ। ସହକର୍ମୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି । ଅର୍ଥରେ ମିତବ୍ୟୟିତା,ଚିନ୍ତାରେ ଶୃଙ୍ଖଳତା ରକ୍ଷାକଲେ ଉପକୃତ ହେବେ।
ମୀନମୀନ
କେତେକ କ୍ଷେତ୍ରରେ କଥାରେ ଓ କାର୍ଯ୍ୟରେ ଜିଦ୍‌ଖୋର ଯୋଗୁ ହଇରାଣ ହୋଇପାରନ୍ତି। ସମ୍ପର୍କସ୍ଥାପନ ତଥା ବ୍ୟବସାୟ, ବାଣିଜ୍ୟ, ନିର୍ମାଣ, ଶେୟାର ବଜାର, ପରିବହନରେ ଲାଭବାନ ହେବେ। ଅର୍ଥନୈତିକ ଅଭିବୃଦ୍ଧି ସଙ୍ଗକୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଦ୍ୱାରା ପ୍ରଶଂସିତ ହେବାର ସୌଭାଗ୍ୟ ଲାଭ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?